ୟୁକ୍ରେନ- ରୁଷିଆ ଯୁଦ୍ଧ : ଝିଅକୁ ଛାଡି ଯିବା ସମୟରେ ବୁକୁଫଟା କାନ୍ଦ କାନ୍ଦିଲେ ବାପା, ଭିଡିଓ ଦେଖିଲେ ହୃଦୟ କାନ୍ଦି ଉଠିବ

0

Get real time updates directly on you device, subscribe now.

ରୁଷର ରାଷ୍ଟ୍ରପତି ଭ୍ଲାଦିମର ପୁଟିନ ଦ୍ୱାରା ୟୁକ୍ରେନ ସହ ଯୁଦ୍ଧ ଘୋଷଣା ପରେ ରୂଷ ସେନାର ଆକ୍ରମଣ ବଢି ଚାଲିଛି|ରୂଷ ସେନା ୟୁକ୍ରେନ ସହରରେ ସୈନ୍ୟଙ୍କୁ ଟାର୍ଗେଟ କରୁଛନ୍ତି|ରୂଷ ୟୁକ୍ରେନର ଏୟାର ଡିଫେନ୍ସ ସିଷ୍ଟମକୁ ନଷ୍ଟ କରିଥିବା ଦାବି କରିଛନ୍ତି|୨୪ ଫେବୃଆରୀ ଗୁରୁବାର ସକାଳ ପୂର୍ବରୁ ଆକ୍ରମଣ ପରେ ବହୁ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି|ଏଥିରେ ଗୋଟିଏ ଇମୋସନାଲ ଭିଡିଓ ଭାଇରାଲ ହେଉଛି|ଏହାକୁ ଦେଖିବାପରେ ଆପଣଙ୍କ ହୃଦୟ ମଧ୍ୟ ଥରି ଉଠିବ|

ଆମେ ସମସ୍ତେ ଜାଣୁ ଯେ ଯୁଦ୍ଧ ଏକ ବିନାଶକାରୀ ପ୍ରକ୍ରିୟା|ଏଥିରେ କେବଳ ଲୋକଙ୍କ ଜୀବନ ଯାଇପାରେ|ଏଥିରେ କାହାର ଲାଭ ହୁଏ ନାହିଁ|ନିଜର ଓ ପରିବାର ଲୋକଙ୍କ ଜୀବନ ବଞ୍ଚାଇବା କଷ୍ଟକର କାମ ମଧ୍ୟରେ ଅନ୍ୟତମ|ରୂଷ -ୟୁକ୍ରେନ ଯୁଦ୍ଧ ଓ ଏହାପରେ ଏକ ଭିଡିଓ ଭାଇରାଲ ହେଉଛି|ଯେପରିକି ଆପଣ ଭିଡିଓରେ ଦେଖିପାରିବେ ଜଣେ ବାପା ବସରେ ନିଜର ଝିଅକୁ ବିଦାୟ ଜଣାଉଛନ୍ତି|ଏହି ସମୟରେ ବାପ- ଝିଅ ଆଖିରେ ଲୁହ ଆସିଗଲା|ଏହି ଭିଡିଓକୁ ଟୁଇଟରରେ @ଲିଲ୍_ୱଇହିନ୍ଦ ନାମକ ଏକାଉଣ୍ଟରେ ସେୟାର କରାଯାଇଛି|ଏହାକୁ ୩ ଲକ୍ଷରୁ ଉର୍ଦ୍ଧ୍ବ ଭିଉ ମିଳିଛି|

ଭିଡିଓର କ୍ୟାପ୍ସନରେ ଲେଖାଅଛି,”ଜଣେ ୟୁକ୍ରେନୀ ବାପା ନିଜର ପରିବାରକୁ ବିଦାୟ ଜଣାଇଥାଏ , ଯେତେବେଳେ ସେ ରୂଷ ସହ ଲଢିବା ପାଇଁ ଯାଏ”|ବହୁଲୋକ ଭିଡିଓ ଦେଖିବାମାତ୍ରେ ଇମୋସନାଲ କମେଣ୍ଟ କରୁଛନ୍ତି|ଜଣେ ୟୁଜର ଲେଖିଛନ୍ତି,”ଭଗବାନ ଏହି ବାପା ଓ ୟୁକ୍ରେନର ରକ୍ଷା କରନ୍ତୁ”|ଆଉଜଣେ ୟୁଜର ଲେଖିଛନ୍ତି,”ଭଗବାନ ଏହି ବ୍ୟକ୍ତିଙ୍କୁ ନିଜର ପରିବାର ସହ ଶୀଘ୍ର ମିଶାଇ ଦିଅନ୍ତୁ”|ଆଉଜଣେ ୟୁଜର ଲେଖିଛନ୍ତି,”ଏହା ବାସ୍ତବରେ ହୃଦୟ ବିଦାରକ ଭିଡିଓ ଅଟେ”|କମେଣ୍ଟ ସେକ୍ସନରେ ବହୁ ଲୋକ ନିଜ ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି|

Leave A Reply

Your email address will not be published.