ଯୁଦ୍ଧ ଜର୍ଜରିତ ଦେଶ ୟୁକ୍ରେନ୍‌ ରାଷ୍ଟ୍ରପତିଙ୍କ କ୍ଷୋଭ : ‘ମୁଁ ୨୭ ଜଣ ନେତାଙ୍କ ନିକଟରେ ନେହୁରା ହେଲି, କିନ୍ତୁ ସମସ୍ତେ ଲାଙ୍ଗୁଡ଼ ଜାକିଲେ ’

0

Get real time updates directly on you device, subscribe now.

‘ନାଟୋ’ର ସମସ୍ତ ଆଶ୍ୱସନା ଥିଲା ମିଛ। ମୁଁ ସାହାଯ୍ୟ କରିବା ପାଇଁ ବହୁତ ନେହୁରା ହୋଇଥିଲି। କିନ୍ତୁ ସେମାନେ ଆମକୁ ଏକା ଛାଡ଼ିଦେଲେ। ଆମେ ଏକାକୀ ଲଢ଼ିଥିଲୁ।’ ଯୁଦ୍ଧରେ ଜର୍ଜରିତ ଦେଶ ୟୁକ୍ରେନର ରାଷ୍ଟ୍ରପତି କ୍ଷୋଭର ସହ ଏହା କହିଛନ୍ତି। ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲଦିମିର ଜେଲେନସ୍କି କହିଛନ୍ତିଯେ, ନାଟୋ ୟୁକ୍ରେନ ସହିତ ସହଯୋଗ କରିବା ପାଇଁ ଭୟ କଲା। ସେ କହିଛନ୍ତିଯେ, ମୁଁ ସେମାନଙ୍କୁ ପଚାରିଲି ଆପଣ ଆମ ସହିତ ଅଛନ୍ତି ତ? ସେମାନେ ହଁ କହିଥିଲ। କିନ୍ତୁ ଆମକୁ ତାଙ୍କର ମେଣ୍ଟରେ ସାମିଲ କଲେ ନାହିଁ। ଏମିତି ମୁଁ ଇୟୋରୋପର ୨୭ ଜଣ ନେତାଙ୍କ ସହିତ ଆଲୋଚନା ମଧ୍ୟ କରିଛି। ମୁଁ ୟୁକ୍ରେନକୁ ନାଟୋରେ ସାମିଲ କରିବା ପାଇଁ ବହୁତ ନିବେଦନ ମଧ୍ୟ କରିଥିଲି। କିନ୍ତୁ ସେମାନେ ସମସ୍ତେ ଭୟ କରିଲେ। ଆଉ ଆମେ ଏକା ହୋଇଗଲୁ ବୋଲି ୟୁକ୍ରେନର ରାଷ୍ଟ୍ରପତି କହିଛନ୍ତି। ଯୁଦ୍ଧ ସମୟରେ ଆମେ ଧୋକା ଖାଇଗଲୁ। ଆମକୁ କେହି ସାହାଯ୍ୟ କଲେନାହିଁ।

ମସ୍କୋ ସହିତ ୟୁକ୍ରେନ ଏକା ଲଢ଼ିଲା। ତେବେ ଯୁଦ୍ଧକୁ ନେଇ ରୁଷର ରାଷ୍ଟ୍ରପତିଙ୍କ ସହିତ ଆଲୋଚନା ପାଇଁ ସେ ରାଜି ଅଛନ୍ତି। କିନ୍ତୁ ତାଙ୍କର ଦେଶର ସୁରକ୍ଷାକୁ ନିଶ୍ଚିତ ହେବାକୁ ନେଇ ସେ ଆଶଙ୍କା ପ୍ରକାଶ କରିଛନ୍ତି। ରୁଷ ଆକ୍ରମଣ କରିବା ପରେ ସେ ନାଟୋ ସଦସ୍ୟମାନଙ୍କ ସହିତ ଆଲୋଚନା କରି ସାହାଯ୍ୟ ପାଇଁ ଭିକ୍ଷା ମାଗିଥିଲେ। କିନ୍ତୁ ଏଭଳି ଏକ ଘଡ଼ିସନ୍ଧି ମୂହୁର୍ତ୍ତ ମଧ୍ୟରେ କେହି ସହଯୋଗ ଦେଲେନି। ଶୁକ୍ରବାର ଦିନ ୟୁକ୍ରେନର ରାଷ୍ଟ୍ରପତି କହିଛନ୍ତିଯେ, ଆମେ ଆଲୋଚନା କରିବା ପାଇଁ ରାଜି ଅଛୁ ହେଲେ ୟୁକ୍ରେନର ସ୍ୱତନ୍ତ୍ର ସତ୍ତାକୁ ଯେପରି ପୂର୍ବଭଳି ବଜାୟ ରୁହେ ସେଥିପାଇଁ ତୃତୀୟ ପକ୍ଷ ମଧ୍ୟ ଗ୍ୟାରେଣ୍ଟି ରହିବା ଉଚିତ।

ସେ କହିଛନ୍ତିଯେ, ଆମେ ରୁଷକୁ ଭୟ କରୁ ନାହିଁ। ରୁଷ ସହିତ ଆଲୋଚନା କରିବା ପାଇଁ ମଧ୍ୟ ଡରୁ ନାହୁଁ। କିନ୍ତୁ ଆମର ସୁରକ୍ଷା କାଏମ ରହିବା ପାଇଁ ଆମେ ଚାହୁଁଛୁ। ଆମେ ବର୍ତ୍ତମାନ ନାଟୋ ସହିତ ନାହୁଁ। ତେଣୁ ଆମ ପାଇଁ କିଏ ବାହାରିବ। ଆମର ନିଜସ୍ୱ ସତ୍ତାର ସୁରକ୍ଷା ସୁନିଶ୍ଚିତ କରିବାକୁ କିଏ ଗ୍ୟାରେଣ୍ଟି ଦେବ? ଏଥିପାଇଁ କେଉଁ ଦେଶ ଆଗେଇ ଆସବ ବୋଲି ସେ ପ୍ରଶ୍ନ ମଧ୍ୟ କରିଛନ୍ତି। ରୁଷର ବର୍ବର ଆକ୍ରମଣ ବନ୍ଦ ହେବା ଉଚିତ ବୋଲି ସେ ନିଜର ମନ୍ତବ୍ୟରେ କହିଛନ୍ତି।

Leave A Reply

Your email address will not be published.