ଡାକ୍ତରୀ ପଢିବାକୁ କାହିଁକି ୟୁକ୍ରେନ ଯାଆନ୍ତି ଭାରତୀୟ ଛାତ୍ରଛାତ୍ରୀ ?

0

Get real time updates directly on you device, subscribe now.

ସବୁ ଆଡେ ଗୋଟିଏ ଖବର । ଋଷ ଓ ୟୁକ୍ରେନ ମଧ୍ୟରେ ଚାଲିଛି ଯୁଧ୍ୟ । ଯୁଦ୍ଧ ରେ ଦୁଇ ଦିନ ବିତିଗଲାଣି । ୟୁକ୍ରେନ ଉପରେ ଋଷ ଭାରି ପଡିଛି । ୟୁକ୍ରେନ ର ବାସିନ୍ଦା ମାନଙ୍କୁ ଋଷ ର ଆକ୍ରମଣ ମହଙ୍ଗା ପଡିଛି । ୟୁକ୍ରେନ ର ଅନେକ ସହର ରେ ନିଆଁ ଲାଗି ସାରିଛି । ଦୁଇ ଦେଶ ର ସେନା ସୀମା ରେ ବୃତାୟନ ହୋଇ ରହିଛି । ଋଷ ର ମୂଳ ଲକ୍ଷ୍ୟ ହେଉଛି ୟୁକ୍ରେନ ର ରାଜଧାନୀ କିବ ରେ ଦଖଲ ଅନ୍ଦାଜ କରିବା । ଋଷ କିବର ପାଖରେ ଥିବା ବିମାନବନ୍ଦର ଗୁଡିକରେ ମିସାଇଲ ରେ ଆକ୍ରମଣ କରିଛି । ଏହାକୁ ନେଇ ୟୁକ୍ରେନ ର ରାଷ୍ଟ୍ରପତି ମାନସିକ ଚିନ୍ତା ରେ ଅଛନ୍ତି । ତେବେ ଭାରତ ଛାତ୍ର ଛାତ୍ରୀ ମାନେ ମଧ୍ୟ ୟୁକ୍ରେନ ରେ ଫସି ରହିଛନ୍ତି । ଭାରତ ର ଛାତ୍ର ଛାତ୍ରୀ ସେଠାକୁ ଡାକ୍ତରୀ ପଢିବାକୁ ଯାଇଥାନ୍ତି । ତେବେ ସେଠାକୁ କାହିଁକି ଯାଇଥାନ୍ତି ଆସନ୍ତୁ ଜାଣିବା ।

ତେବେ ସୂଚନା ଅନୁଯାୟୀ ସେଠାରେ ପାଠ ପଢିବା ପାଇଁ କୌଣସି ପ୍ରତିଦ୍ବନ୍ଦ୍ବିତା ନ ଥାଏ । ଶିକ୍ଷା ମନ୍ତ୍ରାଳୟ ର ଏକ ରିପୋର୍ଟ ଅନୁଯାୟୀ ସେଠାରେ ପ୍ରାୟତଃ ୧୮ ହଜାର ରୁ ଅଧିକ ଭାରତ ର ଛାତ୍ର ଛାତ୍ରୀ ପାଠ ପଢିବାକୁ ଯାଇଛନ୍ତି । କେବଳ ସେତିକି ନୁହଁ ୟୁକ୍ରେନ ମେଡିକାଲ ଡିଗ୍ରୀର ମାନ୍ୟତା ଭାରତର ଇଣ୍ଡିଆନ ମେଡିକାଲ କାଉନସିଲ ସହ ୱାଲ୍ଡ ହେଲଥ କାଉନସିଲ, ୟୁରୋପ, ୟୁକେ ଭଳି ସ୍ଥାନରେ ଉପଲବ୍ଧ ରହିଛି । ସେଠାରେ ଛାତ୍ର ଛାତ୍ରୀ ପାଠ ପଢ଼ିଲେ ବିଶ୍ଵ ର କୌଣସି ମେଡିକାଲ୍ ରେ ନିଜର ପ୍ରାକଟିଷ କରି ପାରିବେ । ସେଠାରେ ଡାକ୍ତରୀ ପଢ଼ିଲେ ଅଧିକ ଖର୍ଚ୍ଚ ହୋଇ ନ ଥାଏ । ଭାରତ ର ବେସରକାରୀ ମେଡିକାଲ୍ ରେ ପଢ଼ିବା ପାଇଁ ବର୍ଷ ରେ ୧୦-୧୨ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇ ଥାଏ ।

ସରକାରୀ କଲେଜ ରେ ଚାରି ବର୍ଷ କୁ ପାଖା ପାଖି ୨ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇ ଯାଇଥାଏ । ଏଥିରେ ଅନେକ ପ୍ରତିଦ୍ବନ୍ଦ୍ବିତା ମଧ୍ୟ ରହି ଥାଏ । ମାତ୍ର ୟୁକ୍ରେନ ର ବେସରକାରୀ କଲେଜ୍ ରେ ମାତ୍ର ୪- ୫ ଲକ୍ଷ ଟଙ୍କା ସମୁଦାୟ ଖର୍ଚ୍ଚ ହୋଇ ଥାଏ । ଭାରତ ରେ ମେଡିକାଲ୍ ରେ ନିଟ ପରୀକ୍ଷା ହୋଇ ଥାଏ । ସେଥିରେ ଭଲ ରେଙ୍କ ରଖିଲେ ଭଲ କଲେଜ୍ ମିଳେ ରେଂକ୍ ନ ଥିଲେ ମେଡିକାଲ୍ ପଢି ହୋଇ ନ ଥାଏ । ମାତ୍ର ୟୁକ୍ରେନ ରେ କେବଳ ନିଟ ପରୀକ୍ଷା ଉତ୍ତୀର୍ଣ୍ଣ କରିଥିଲେ ମେଡିକାଲ ରେ ଭର୍ତି ହୋଇ ପାରେ । ସେଥି ପାଇଁ ଭାରତ ର ଅନେକ ଛାତ୍ର ଛାତ୍ରୀ ୟୁକ୍ରେନ ରେ ଡାକ୍ତରୀ ପଢିବାକୁ ଯାଇଥାନ୍ତି ।

Leave A Reply

Your email address will not be published.