ୟୁକ୍ରେନ ଉପରେ ଆକ୍ରମଣ କରିବା ପୂର୍ବରୁ କାହାକୁ ପ୍ରଥମେ କଲ କରିଥିଲେ ପୁଟିନ ?

0

Get real time updates directly on you device, subscribe now.

ୟୁକ୍ରେନ ଓ ଋଷିଆ ମଧ୍ୟରେ ଘମାଘୋଟ ଆକ୍ରମଣ ଚାଲିଛି। ଋଷିଆ ବର୍ତ୍ତମାନ ଜୋରସୋରରେ ଆକ୍ରମଣ କରୁଛି। ଆଜି ସକାଳୁ ମସ୍କୋ ୟୁକ୍ରେନ ଉପରେ ଆକ୍ରମଣ କରିବା ପୂର୍ବରୁ ରାଷ୍ଟ୍ରପତି ବ୍ଲାଦିମିର ପୁଟିନ ପ୍ରଥମେ ଏକ ଫୋନ କଲ କରିଥିଲେ। ଆଉ ଫୋନ ପରେ ଆକ୍ରମଣ କରିବା ପାଇଁ ସେନାକୁ ନିର୍ଦ୍ଦେଶ ଦେଇଥିଲେ। ତେବେ ଏହି ଫୋନ କଲେ କାହାକୁ କରିଥିଲେ? କେତେବେଳେ କରିଥିଲେ, ତାହାକୁ ନେଇ ବର୍ତ୍ତମାନ ପର୍ଯ୍ୟନ୍ତ ଜୋରସୋରରେ ଚର୍ଚ୍ଚା ଚାଲିଛି।

ପାହାନ୍ତାରେ ଫୋନ କରିଲେ, ପରେ ଆକ୍ରମଣ କରିବାକୁ ନିର୍ଦ୍ଦେଶ ଦେଲେ। ୟୁକ୍ରେନ ଉପରେ ଆକ୍ରମଣ କରିବା ପୂର୍ବରୁ ପୁଟିନ ପ୍ରଥମେ ବେଲାରୁଷ ରାଷ୍ଟ୍ରପତି ଆଲେକ୍‌ଜେଣ୍ଡର୍‌ ଲୁକାସେ‌ଙ୍କୋଙ୍କୁ ଫୋନ୍‌ କରି ସୂଚନା ଦେଇଥିଲେ। ବେଲାରୁଷ୍‌ ରାଷ୍ଟ୍ରପତିଙ୍କର କାର୍ଯ୍ୟାଳୟରୁ ଏ ବିଷୟରେ ଜଣାପଡ଼ିଛି। ରାଷ୍ଟ୍ରପତିଙ୍କର କାର୍ଯ୍ୟାଳୟ ତରଫରୁ କୁହାଯାଇଛିକି, ପ୍ରାୟ ଭୋର ୫ଟା ବେଳେ ବେଲାରୁଷ ଏବଂ ରୁଷିଆ ରାଷ୍ଟ୍ରପତିଙ୍କ ସହିତ କଥାବାର୍ତ୍ତା ହୋଇଥିଲା।

ଆଉ ହଠାତ ଆଜି ସକାଳ ୬ଟା ପୂର୍ବରୁ ଅଚାନକ ୟୁକ୍ରେନ ବିରୋଧରେ ପୁଟିନ ଯୁଦ୍ଧ ଘୋଷଣା କଲେ। ଆଉ ଚାହୁଁ ଚାହୁଁ ୟୁକ୍ରେନ ଉପରେ ଅନ୍ଧାଧୁନ ଭାବରେ ଋଷିଆ ଆକ୍ରମଣ କରିଥିଲା। ବୋମା ବର୍ଷଣ ହୋଇଥିଲା। ବର୍ତ୍ତମାନ ସମୟରେ ବେଲାରୁଷ୍‌ରେ ରୁଷର ହଜାର ହଜାର ସୈନ୍ୟ ଠୁଳ ହୋଇଛନ୍ତି। ଏମିତିକି ୟୁକ୍ରେନର ‘ଏୟାର୍‌ ଡିଫେନ୍‌ସ୍‌ ସିଷ୍ଟମ୍‌’କୁ ଋଷିଆ ନିଷ୍କ୍ରିୟ କରିଥିବା ନେଇ ସେମାନେ ଦାବି କରିଛନ୍ତି, କିନ୍ତୁ ଏହା ମିଛ ବୋଲି ୟୁକ୍ରେନ କହିଛି। ଯୁଦ୍ଧ ପରିସ୍ଥିତିକୁ ନଜରରେ ରଖି ୟୁକ୍ରେନ ଟଙ୍କା ଉଠାଣ ଉପରେ ବର୍ତ୍ତମାନ କଟକଣା ଲଗାଇଛି।

ସେପଟେ, ଋଷ ପାଖରେ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ବୋମା ରହିଛି। ଯାହାର ନାଁ ‘ଫାଦର ଅଫ୍‌ ଅଲ୍‌ ବମ’। ଏହି ବୋମା ନିମିଷେକେ ସମ୍ପୂର୍ଣ ଅଞ୍ଚଳକୁ ଛାରଖାର କରିଦେବ। ଏହାର ଶକ୍ତି ଓ ସାମର୍ଥ୍ୟ ବିଷୟରେ ଯିଏ କେହିବି ଜାଣିବେ ଆଶ୍ଚର୍ଯ୍ୟ ହେବ। ତେବେ ୟୁକ୍ରେନ ସହିତ ଯୁଦ୍ଧ ଆରମ୍ଭ ହୋଇଯାଇଥିବା ସମୟରେ ଋଷର ରାଷ୍ଟ୍ରପତି ଭ୍ଲାଦ୍‌ମିର୍‌ ପୁଟିନ୍‌ ଏହି ବୋମାକୁ ପ୍ରସ୍ତୁତ ରଖିବା ପାଇଁ ନିର୍ଦେଶ ଦେଇଛନ୍ତି।

Leave A Reply

Your email address will not be published.