ଅଚାନକ ମାର୍କେଟରୁ ଗାଏବ ହୋଇଗଲା ୨ ହଜାର ଟଙ୍କିଆ ନୋଟ୍, ଜାଣନ୍ତୁ କ’ଣ ରହିଛି କାରଣ

0

Get real time updates directly on you device, subscribe now.

ଯେଉଁ ନୋଟ ହାତକୁ ଆସିବା ମାତ୍ରେ ମୁହଁରେ ହସ ଖେଳିଯାଏ ସେ ହେଉଛି ୨୦୦୦ ଟଙ୍କିଆ ନୋଟ ଯାହାର ପ୍ରଚଳନ ଆଜିକାଲି ବଜାରରେ କମ ଦେଖାଯାଉଛି|ବୋଧହୁଏ ଆପଣ ଏହାକୁ ଦେଖିଥିବେ|ପ୍ରକୃତରେ ଏହା ବଜାରରୁ ଗାଏବ ହେବାର କ’ଣ କାରଣ ରହିଛି? ସରକାରଙ୍କ ତରଫରୁ ଲୋକସଭାରେ ତଥ୍ୟ ଦିଆଯାଇଛି ଯେ ବିତ୍ତବର୍ଷ ୨୦୨୦,୨୦୨୧ରେ ୨ ହଜାର ଟଙ୍କିଆ ନୂଆ ନୋଟ୍ ଛପା ଯାଇନାହିଁ|

ଆରବିଆଇ ଡାଟା ଅନୁସାରେ ୨୦୧୯ରେ ୧ ଲକ୍ଷ ଟଙ୍କା ନୋଟରେ ୨ ହଜାର ଟଙ୍କିଆ ନୋଟ ସଂଖ୍ୟା ୩୨୯୧୦ ଟଙ୍କା ହୋଇଥାଏ|ଏହା ମାର୍ଚ୍ଚ ୨୦୨୧ ବେଳକୁ ହ୍ରାସ ପାଇ ୨୪୫୧୦ ହୋଇ ଯାଇଛି|୩୦ ଲକ୍ଷ କୋଟିର ଫୁଲ ସାର୍କୁଲେସନରେ ୨ ହଜାର ନୋଟର ମୁଲ୍ୟ ୨୦୧୯ରେ ୬ ଲକ୍ଷ ୫୮ ହଜାର କୋଟି ଥିଲା|୨୦୨୦ରେ ଏହା ୪ ଲକ୍ଷ ୯୦ ହଜାର କୋଟି ହୋଇଗଲା|

୩୧ ମାର୍ଚ୍ଚ ୨୦୨୧ ପର୍ଯ୍ୟନ୍ତ ଦେଶରେ ଚାଲୁଥିବା ସମୁଦାୟ ନୋଟରେ ୨୦୦୦ ଓ ୫୦୦ ର ୮୫% ନୋଟ ଥିଲା|ବାକି ନୋଟ ୧୦,୨୦,୫୦,୧୦୦ ଟଙ୍କିଆ ଥିଲା|୩୧ ମାର୍ଚ୍ଚ ୨୦୨୦ରେ ଏହା ୮୩% ଥିଲା|ଏଥିରୁ ସ୍ପଷ୍ଟ ସାର୍କୁଲେସନରେ ୫୦୦ ଟଙ୍କିଆ ନୋଟ ସଂଖ୍ୟା ବଢ଼ିଛି|୨୦୦୦ ଟଙ୍କା ଖୁଚୁରା ପାଇଁ ସମସ୍ୟା ହେଉଛି ଫଳରେ ୫୦୦ ଓ ୧୦୦ ଟଙ୍କା ନୋଟ ପ୍ରଚଳନ ବଢ଼ିଛି|

ଲୋକଙ୍କୁ ଖୁଚୁରା ସମସ୍ୟା ହେଉଥିବାରୁ ଏଟିଏମ ଓ ବ୍ୟାଙ୍କ କ୍ୟାଶ ୱଇଣ୍ଡୋରୁ ୫୦୦ ଟଙ୍କିଆ ନୋଟ ଅଧିକ ପରିମାଣରେ ବାହାରୁଛି|ସୂତ୍ରରୁ ଜଣାପଡିଛି ଯେ ଏଟିଏମର ୨୦୦୦ ଟଙ୍କିଆ ବାକ୍ସ ଜାଗାରେ ଧିରେଧିରେ ୫୦୦ ଟଙ୍କିଆ ନୋଟ ବାକ୍ସ ଲଗା ଯାଉଛି|

ସୂଚନାଯୋଗ୍ୟ ଯେ ୨୦୦୦ ଟଙ୍କିଆ ନୋଟର ଜମା କମ୍ ହେଉଛି|କିଛି ଲୋକଙ୍କ କହିବାନୁଯାୟୀ ୫ ରାଜ୍ୟରେ ନିର୍ବାଚନ ଘୋଷଣା ହେବା ପରେ ୨ ହଜାର ଟଙ୍କା ନୋଟ ବଜାରରେ କମ ଦେଖାଯାଉଛି|ଆପଣଙ୍କୁ କହିରଖେ ବଡ ମୂଲ୍ୟ ନୋଟରେ ଛପା କାର୍ଯ୍ୟ ଅଧିକ ହୋଇଥାଏ|ଫଳରେ ଏହି ନୋଟର ଛପା କାର୍ଯ୍ୟ କମ କରାଯାଇଛି|

Leave A Reply

Your email address will not be published.