ସବୁ ଅପେକ୍ଷାର ଅନ୍ତ : ସାମ୍ନାକୁ ଆସିଲା ଆଇପିଏଲ ସେଡ୍ୟୁଲ। ଏହି ଦିନ ହେବ ଫାଇନାଲ ମ୍ୟାଚ !

0

Get real time updates directly on you device, subscribe now.

ଭାରତୀୟ ଫ୍ୟାନ୍ସ ମାନେ ଯେଉଁ ଜିନିଷ ପାଇଁ ଚାତକ ପରି ଅପେକ୍ଷା କରିଥିଲେ ଏହାର ସମୟ ବର୍ତ୍ତମାନ ଆସିସାରିଛି। ଆଇପିଏଲ 2022 ର ସେଡ୍ୟୁଲ ଆସିବାକୁ ଯାଉଛି। ଏହିଥର ଆଇପିଏଲ ବହୁତ ରୋମାଞ୍ଚକର ହେବ। କାରଣ ଏହିଥର 10ଟି ଟିମ ଭାଗ ନେବାକୁ ଯାଉଛି। ଦର୍ଶକଙ୍କୁ ଏହାର ଉତ୍ସାହ ଦେଖିବାକୁ ମିଳିବ। ଆଇପିଏଲକୁ ଭାରତରେ ଏକ ପର୍ବ ରୂପରେ ପାଳନ କରାଯାଇଥାଏ।

ମାର୍ଚ୍ଚ ମାସରେ ଆରମ୍ଭ ହେବ ଆଇପିଏଲ!:-

ଆଇପିଏଲ ମେଗା ଅକ୍ସନ ସଫଳ ରହିଛି ଯେଉଁ ଅକ୍ସନରେ ଫ୍ରାଞ୍ଚାଇଜ ଖେଳାଳିଙ୍କୁ ମୋଟା ଅଙ୍କର ଟଙ୍କା ଦେଇ କିଣିଛନ୍ତି। ଏବେ ସମସ୍ତଙ୍କ ନଜର ଆଇପିଏଲ 2022 ଉପରେ ରହିଛି। ମିଡ଼ିଆ ରିପୋର୍ଟସ ମୁତାବିକ 26 ମାର୍ଚ୍ଚରେ ଲିଗ ମ୍ୟାଚ ଆରମ୍ଭ ହେବ ଓ ମେ 29 ତାରିଖରେ ଏହାର ଫାଇନାଲ ଖେଳାଯିବ। ଅଧିକତର ମ୍ୟାଚ ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମ ଓ ପୁନେରେ ହେବାର ସମ୍ଭାବନା ରହିଛି।

ମୁମ୍ବାଇରେ ହେବ ସର୍ବାଧିକ ମ୍ୟାଚ:-

କ୍ରିକବଜ ରିପୋର୍ଟ ଅନୁସାରେ, କରୋନା କାରଣରୁ ଅଧିକତର ମ୍ୟାଚ ମହାରାଷ୍ଟ୍ରରେ ଖେଳାଯିବ। ଲିଗ ରାଉଣ୍ଡରେ ମୋଟ 70 ମ୍ୟାଚ ହେବ। ମୁମ୍ବାଇର ୱାଙ୍ଖଡେ, ଦିବାଇ ଓ ବାର୍ବନ ଷ୍ଟାଡିୟମରେ ମୋଟ 55 ମ୍ୟାଚ ଖେଳାଯିବ। ଏହାସହ ପୁନେରେ 15 ଟି ମ୍ୟାଚ ହେବ। ପ୍ରତ୍ୟେକ ଟିମ ୱାଙ୍ଖଡେ ଓ ଡିବାଇରେ 4-4 ମ୍ୟାଚ ଖେଳିବେ। ଏହାସହ ପୁନେ ଓ ବାର୍ବନରେ 3-3 ମ୍ୟାଚ ଖେଳିବେ। ମୈଜୁଦା t-20 ରେ ମ୍ୟାଚ ସଂଖ୍ୟା 60 ରୁ ବଢ଼ି 74 ହୋଇଯାଇଛି। ବର୍ତ୍ତମାନ ପ୍ଲେ ଅଫ ମୁକାବିଲା ତୟ କରାଯାଇନାହିଁ। ଅହମ୍ମଦାବାଦ ଷ୍ଟାଡିୟମ ନକ ଆଉଟ ମୁକାବିଲା ପାଇଁ ସବୁଠାରୁ ଆଗରେ ରହିଛି।

ବୈଠକ ରେ ହୋଇପାରେ ଗୁରୁତ୍ୱପୂର୍ଣ୍ଣ ଫଇସଲା:-

ବିସିସିଆଇ ର ଗଭର୍ନି କାଉନ୍ସିଲ ବୈଠକ ଫେବ୍ରୁଆରୀ 24 ତାରିଖକୁ ପ୍ରସ୍ତାବିକ ରହିଛି। ଏଥିରେ ତାରିଖ ଉପରେ ବିଚାର କରାଯାଉଛି। ବୈଠକରେ ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମ, ସ୍ଥାନ ଓ ତାରିଖ ଗୁଡ଼ିକ ଉପରେ ବିଚାର କରା ଯାଇପାରେ। ମେଗା ଅକ୍ସନରେ 203 ଖେଳାଳି ବିକ୍ରି ହୋଇଥିଲେ ଓ 33 ଜଣଙ୍କୁ ରିଟେନ କରାଯାଇଥିଲା। ମୋଟ 237 ଖେଳାଳି ଟୁର୍ଣ୍ଣାମେଣ୍ଟ ଖେଳିବେ। ଏହିଥର 10ଟି ଟିମ ହେବା କାରଣରୁ ଭାରତୀୟ ଖେଳାଳିଙ୍କୁ ଅଧିକ ମୌକା ମିଳିବାର ଚାନ୍ସ ରହିଛି। ଏହି ଟୁର୍ଣ୍ଣାମେଣ୍ଟରେ ସେମାନେ ଭଲ ପ୍ରଦର୍ଶନ କରି ଭାରତୀୟ ଟିମରେ ସ୍ଥାନ ବନାଇ ପାରିବେ।

Leave A Reply

Your email address will not be published.