ଋଷିଆ – ୟୁକ୍ରେନ ଯୁଦ୍ଧ : ୟୁକ୍ରେନର ବିଭିନ୍ନ ସ୍ଥାନରେ ରକେଟ ମାଡ,୩୦୦ରୁ ଉର୍ଦ୍ଧ୍ୱ ୟୁକ୍ରେନବାସୀ ମୃତ

0

Get real time updates directly on you device, subscribe now.

ୟୁକ୍ରେନ ମଧ୍ୟରେ ଘନଘଟା ଯୁଦ୍ଧ ଆରମ୍ଭ ହୋଇଯାଇଛି। ୟୁକ୍ରେନର ବିଭିନ୍ନ ସ୍ଥାନରେ ଋଷ ସେନାର ରକେଟ ମାଡ ହୋଇଛି। ୟୁକ୍ରେନର ୩୦୦ରୁ ଅଧିକ ଲୋକ ପ୍ରାଣ ହରାଇଥିବା ସୂଚନା ମିଳିଛି। ଏ ବିଷୟରେ ୟୁକ୍ରେନର ଗୃହମନ୍ତ୍ରୀସୂଚନା ଦେଇଛନ୍ତି। ଅନ୍ୟପଟେ ୟୁକ୍ରେନ ଋଷକୁ କଡା ଜବାବ ଦେବାକୁ ବାହାରିଛି। ୟୁକ୍ରେନ ଆକାଶରେ ଦେଖିବାକୁ ଫାଇଟର ଜେଟ ମିଳିଛି। ଏହାସହ ସହାୟତା ପାଇଁ ୟୁକ୍ରେନ ରାଷ୍ଟ୍ରପତି ତୁର୍କୀ ସାହାଯ୍ୟ ଲୋଡିଲେ।

ସୂଚନା ଅନୁସାରେ, ଆଜି ଜାତିସଂଘ ବୈଠକରେ ଯୁଦ୍ଧ ପାଇଁ ନିଜର ଉଦ୍ଦେଶ୍ୟକୁ ସ୍ପଷ୍ଟ କରିବା ପରେ ୟୁକ୍ରେନ ଉପରେ ଋଷ ଆକ୍ରମଣ ଆରମ୍ଭ କରିଦେଇଛି। ଫଳରେ ୟୁକ୍ରେନର ଆକ୍ରମଣ ଇଲାକାରୁ ଲୋକମାନଙ୍କୁ ପୂର୍ବରୁ ପ୍ରସ୍ତୁତ ହୋଇଥିବା ଶିବିରକୁ ସ୍ଥାନାନ୍ତର କରାଯାଇଛି। ଏହା ସହିତ ଦେଶବାସୀଙ୍କୁ ନିଜ ନିଜ ଘରେ ରହିବାକୁୁ ୟୁକ୍ରେନ ରାଷ୍ଟ୍ରପତି ଅପିଲ କଲେ।

Leave A Reply

Your email address will not be published.