୨ ଓଭରରେ ୯୫ ରନ ଆବଶ୍ୟକ ଥିବାବେଳେ ଗୋଟିଏ ଓଭରରେ ବ୍ୟାଟ୍ସମ୍ୟାନ ମାରିଲେ ୮ଟି ଛକା ଓ ୬ଟି ଚୌକା,ଜାଣନ୍ତୁ ଏହା କିପରି ସମ୍ଭବ ହୋଇଥିଲା !

0

Get real time updates directly on you device, subscribe now.

ଆଜିର ଦୁନିଆରେ ଫୁଟବଲ ପରେ ଯଦି କୌଣସି ଲୋକପ୍ରିୟ ଖେଳ ରହିଛି ତାହେଲେ ନିଃସନ୍ଦେହ ଭାବରେ ଏହା କ୍ରିକେଟ ଅଟେ। କ୍ରିକେଟ ଖେଳ ବୈଷୟିକ ସ୍ତରରେ ବହୁତ ଅଗ୍ରଗତି କରି ସାରିଲାଣି। ଯଦି ଭାରତ କଥା କୁହାଯାଏ ତାହେଲେ ଏଠାରେ କ୍ରିକେଟ ର କ୍ରେଜ ଏତେ ଯେ, ଛୋଟ ପିଲାଠାରୁ ଆରମ୍ଭ କରି 90 ବର୍ଷର ବୁଢ଼ା ମଧ୍ୟ କ୍ରିକେଟ ଖେଳରେ ପାଗଳ। ଯଦି ପଚରାଯାଏ କ୍ରିକେଟରେ ସର୍ବାଧିକ କେତେ ରନ ହୋଇପାରିବ ଏହାର ଜବାବ ହେଉଛି 36 ରନ।

ନିୟମ ମୁତାବିକ, ଏହା ହେବା ଆବଶ୍ୟକ ଓ ଭାରତୀୟ ବ୍ୟାଟ୍ସମ୍ୟାନ ଯୁବରାଜ ସିଂହ ଏହା କରି ଦେଖାଇଲେ। ଯେତେବେଳେ ସେ ଇଂଲଣ୍ଡର ଷ୍ଟୁଆର୍ଟ ବ୍ରଡ୍ ଙ୍କ ଓଭରରେ 6 ଛକା ମାରି 36 ରନ ବନାଇଥିଲେ। କିନ୍ତୁ ସତକଥା କହିବାକୁ ଗଲେ 36 ରନ ରୁ ଅଧିକ ରନ ମଧ୍ୟ ଗୋଟିଏ ଓଭରରେ ହାସଲ କରାଯାଇଛି। ଯେତେବେଳେ ଆପଣଙ୍କୁ ଏହା ଜଣାପଡ଼ିବ ତ ଆପଣ ବିଶ୍ବାସ କରି ପାରିବେନାହିଁ।

କ୍ରିକେଟରେ ସବୁଠାରୁ ମହଙ୍ଗା ଓଭର କଥା କହିବାକୁ ଗଲେ, ଦକ୍ଷିଣ ଆଫ୍ରିକାର ହର୍ଷଲ ଗିବ୍ସ ଓ ଭାରତର ଯୁବରାଜ ସିଂହ ବୋଲରଙ୍କ ଠାରୁ ସର୍ବାଧିକ 36 ରନ ଆଦାୟ କରିଥିଲେ। କିନ୍ତୁ କଣ ଆପଣ ଜାଣନ୍ତି ଇତିହାସରେ ଗୋଟିଏ ଓଭରରେ 77 ରନ ହୋଇଥିବାର ରେକର୍ଡ଼ ରହିଛି। ଏହା ହେଉଛି ଇଣ୍ଟରନାଶନାଲ କ୍ରିକେଟର ଘଟଣା। ଆସନ୍ତୁ ଏହି ରେକର୍ଡ଼ ବିଷୟରେ ଜାଣିବା।

ଏହି ଅଦ୍ଭୁତ ରେକର୍ଡ଼ 1990 ମସିହା ଫେବୃଆରୀ 20 ତାରିଖରେ ଏକ ବୋଲରଙ୍କ ନାମରେ ଦର୍ଜ ହୋଇଥିଲା। ଏହି ବୋଲରଙ୍କ ନାଁ ୱାର୍ଟ ବେନ୍ସ। ସେହି ସମୟରେ ନ୍ୟୁଜିଲାଣ୍ଡ ପାଇଁ 4ଟି ଟେଷ୍ଟ ଖେଳିଥିବା ବେନ୍ସ ଲେନଚେଷ୍ଟର ପାର୍କରେ ପ୍ରଥମଶ୍ରେଣୀ ମୁକାବିଲାରେ କାଣ୍ଟରବରୀ ବିପକ୍ଷରେ ଗୋଟିଏ ଓଭରରେ 77 ରନ ବ୍ୟୟ କରିଥିଲେ। ଅମ୍ପାୟାର ମଧ୍ୟ ଏହି ସମୟରେ ବେନ୍ସ କେତୋଟି ସଠିକ ବଲ ପକାଇଥିଲେ ହିସାବ ରଖି ପାରିନଥିଲେ।

2 ଓଭରରେ ଦରକାର ଥିଲା 95 ରନ, ମ୍ୟାଚ ହୋଇଥିଲା ଡ୍ର:-

ଜଣାଇଦେଉଛୁ କି, ଶେଲ ଟ୍ରଫି ଲିଗ ମ୍ୟାଚରେ ଖେଳାଯାଇଥିବା ଏହି ମ୍ୟାଚରେ କ୍ରାଇଷ୍ଟଚର୍ଚ୍ଚ ଟିମ ଲଗାତାର ନିଜର ବିଜୟ ପକା କରିଦେଇଥିଲେ। କାଣ୍ଟରବରୀ ଟିମକୁ ଶେଷ 2 ଓଭରରେ 95 ରନ ଦରକାର ଥିଲା। ଏହି ଓଭରରେ ବେନ୍ସ ଅଗଣିତ ବଲ ପକାଇଥିଲେ। ସେ ମୋଟ 22 ବଲ ପକାଇଥିଲେ ସେଥିରୁ 17ଟି ବଲ ନୋ ବଲ ପକାଇଥିଲେ।

ସେହି ଓଭରରେ ବେନ୍ସ ମୋଟ 77 ରନ ବ୍ୟୟ କରିଥିଲେ ଓ ଅମ୍ପାୟାର 5 ଟି ସଠିକ ବଲ ପରେ ତାଙ୍କ ଓଭର ଶେଷ କରିଥିଲେ। ଏହାପରେ ଗୋଟିଏ ଓଭରରେ 18 ରନ ଥିବାବେଳେ ଦଳର ଅଧିନାୟକ ବୋଲିଂ କରିଥିଲେ ଓ 17 ରନ ଦେଇଥିଲେ। ଏହାପରେ ମ୍ୟାଚ ଟାଇ ହୋଇଯାଇଥିଲା।

ଗୋଟିଏ ଓଭରରେ ଲାଗିଥିଲା 8 ଛକା ଓ 6 ଚୌକା:-

ସେହି ସମୟରେ ଏହା ଏକ ଇତିହାସ ହୋଇଗଲା। ବେନ୍ସ ଯେତେବେଳେ ବୋଲିଂ କରୁଥିଲେ ସାମ୍ନାରେ ଜର୍ମାନ ନାମକ ବ୍ୟାଟ୍ସମ୍ୟାନ ବ୍ୟାଟିଂ କରୁଥିଲେ ଓ ସେ ଓଭରର ସପ୍ତମ ବଲରେ ଶତକ ହାସଲ କରିଥିଲେ।

Leave A Reply

Your email address will not be published.