ଆୱାରା କୁକୁରକୁ ଲାତ ମରିବାପାଇଁ ଦୌଡିଲେ ବ୍ୟକ୍ତି ଜଣକ,କିନ୍ତୁ ପରେ ଯାହା ହେଲା….ଦେଖନ୍ତୁ ଭିଡ଼ିଓ

0

Get real time updates directly on you device, subscribe now.

ଅନେକ ଲୋକ କର୍ମର ଅବଧାରଣାରେ ବିଶ୍ୱାସ ରଖନ୍ତି, ଆଉ ସେମାନେ ମତ ହେଉଛି ଏହା ଯେ ଦିଅନ୍ତି ଯେ କୌଣସି ବି କର୍ମର ଫଳ ନିଶ୍ଚିତ ଭାବରେ ଶେଷରେ ନିଶ୍ଚିତ ମିଳିଥାଏ, ସେ ଭଲ ହେଉ ବା ଖରାପ | କେତେବେଳେ କର୍ମର ଫଳ ତୁରନ୍ତ ମିଳିଯାଏ ତ ଆଉ କେତେବେଳେ ବର୍ଷ-ବର୍ଷ ଧରି ଅପେକ୍ଷା କରିବାକୁ ପଡିଥାଏ | କର୍ମର ତୁରନ୍ତ ଫଳ ମିଳିବାର ଏହିପରି ଏକ ଉଦାହରଣ ସୋସିଆଲ ମେଡିଆରେ ଭାଇରାଲ୍ ହେଉଥିବା ଭିଡ଼ିଓରେ ଦେଖିବାକୁ ମିଳିଛି ​​| ଭିଡିଓରେ ଦର୍ଶାଯାଇଛି ଯେ କିପରି ଜଣେ ବ୍ୟକ୍ତି ଗୋଟେ ଆୱାରା କୁକୁରକୁ କ୍ଷତି ପହଞ୍ଚାଇବାକୁ ଚେଷ୍ଟା କରୁଥାଏ, କିନ୍ତୁ ଏହାର ତୁରନ୍ତ ଓଲଟା ପ୍ରଭାବ ହେଲା |

ଅଚାନକ କୁକୁରଟିକୁ ମାରିବାକୁ ଚେଷ୍ଟା କଲେ ବ୍ୟକ୍ତି:-

ନେଚର-ହୋଲିକ୍ ନାମକ ଏକ ଟ୍ୱିଟର ଆକାଉଣ୍ଟରେ ଏହି ଘଟଣାର ଏକ ସିସିଟିଭି ଫୁଟେଜ୍ ପୋଷ୍ଟ କରାଯାଇଥିଲା, ଯେଉଁଥିରେ ପ୍ରଥମେ ଜଣେ ବ୍ୟକ୍ତି ରାସ୍ତାରେ ଯାଉଥିବାର ଦେଖାଯାଇଥିଲା | ତା’ପରେ ସେହି ବ୍ୟକ୍ତି ଜଣଙ୍କ ଗୋଟେ ଆୱାରା କୁକୁର ପାଖକୁ ଯାଆନ୍ତି ଆଉ ତାକୁ ଲାତ ମାରିବା ପାଇଁ ନିଜର ବାମ ଗୋଡକୁ ଉଠାଇଲେ | ହେଲେ ସେ ପଶୁର କୌଣସି ଖ୍ୟାତି କରିବା ପୂର୍ବରୁ ହିଁ କର୍ମ ଓଲଟା ଜବାବ ଦେଇଥିଲା | ହଁ ଆଜ୍ଞା, ଯେମିତି ହିଁ ସେହି ବ୍ୟକ୍ତି ନିଜ ଗୋଡକୁ ଉପରକୁ ଉଠନ୍ତି ଠିକ ସେତିକିବେଳେ ସେ ଖସିପଡନ୍ତି ଆଉ ସେ ପିଠିପଟିଆ ରାସ୍ତାରେ ଜୋରରେ ପଡିଯାନ୍ତି,ଆଉ ସେତେବେଳେ କୁକୁରଟି ଘଟଣାସ୍ଥଳରୁ ଦୌଡ଼ି ପଳାଇ ଥାଏ | ଏହି ଘଟଣାର ସିସିଟିଭି ଫୁଟେଜ ଏବେ ବହୁତ ଭାଇରାଲ ହେବାରେ ଲାଗିଛି |

ମଝି ରାସ୍ତାରେ ତାଙ୍କୁ ତୁରନ୍ତ ମିଳିଲା ଖରାପ କାମର ଫଳ :-

ଭିଡିଓ ସହିତ କ୍ୟାପସନରେ ‘ପରଫେକ୍ଟ କର୍ମ’ ଲେଖାଯାଇଛି, ଯାହା ଭିଡିଓ ଦେଖିବା ପରେ ଲୋକମାନେ କହୁଛନ୍ତି | ଫେବୃଆରୀ 19 ରେ ସେୟାର ହୋଇଥିବା ଏହି ଭିଡିଓ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେବାରେ ଲାଗିଛି | ଏହି ଭିଡିଓକୁ ପ୍ରାୟ 3 ଲକ୍ଷ 80 ହଜାର ଥର ଦେଖାଯାଇଛି | ଅନେକ ଲୋକ କହିଛନ୍ତି ଯେ ଏହି ବ୍ୟକ୍ତି ଯେଉଁ ଦଣ୍ଡ ମିଳିଲା, ଯାହାର ସେ ହକ-ଦାର ଥିଲେ,ଏହାକୁ ହିଁ ‘ତତ୍କାଳୀନ କର୍ମ’ କୁହାଯାଏ |

କିଛି ଏହିପରି ହିଁ ଆଉ ଏକ ଭିଡ଼ିଓ ହେଉଛି ଭାଇରାଲ୍

ଅହୁରି ଏକ ଭିଡ଼ିଓ ଯେଉଁଥିରେ କର୍ମ ତୁରନ୍ତ କରିଛି ଓଲଟା ପ୍ରହାର | ଏହି ଭିଡ଼ିଓରେ ଗୋଟେ ଷଣ୍ଡ ଆଉ ଏକ ବ୍ୟକ୍ତିଙ୍କୁ ଦେଖିବାର ମିଳିଛି | ଗୋଟେ ଷଣ୍ଡ ଚୁପ-ଚାପ୍ ଏକ କୋଣରେ ଠିଆ ହୋଇଥିଲା, ଆଉ ତା ସାମ୍ନାରେ ଦୁଇ ସ୍କୁଲ ପିଲା ବସିଥିଲେ, କିନ୍ତୁ ସେତିକିବେଳେ ଜଣେ ବୁଢା ବ୍ୟକ୍ତି ସାମ୍ନାକୁ ଆସନ୍ତି, ଆଉ ତାଙ୍କ ହାତରେ ଗୋଟେ ବଡି ଥାଏ, ଆଉ ସେ ନିଜ ବଡିରେ ଷଣ୍ଡଟିକୁ ମରିବା ଆରମ୍ଭ କରନ୍ତି, ଯାହା କି ତାଙ୍କ ପାଇଁ ଓଲଟା ପ୍ରମାଣିତ ହେଲା | ବାକି ଆପଣ ନିଜେ ହିଁ ଦେଖିନିଅନ୍ତୁ ଭିଡ଼ିଓରେ କି ଆଗକୁ କଣ ହେଲା |

Leave A Reply

Your email address will not be published.