ଚାଲନ୍ତୁ ସାକ୍ଷାତ କରିବା ଦେଢ଼ ବର୍ଷୀୟ ଗୁଗଲ ବୟ ସହ,ଆଖି ପଲକରେ ପ୍ରତି ପ୍ରଶ୍ନର ଜବାବ ଦେଇଥାନ୍ତି ଏହି ଟ୍ରକ ଚାଳକର ପୁଅ

0

Get real time updates directly on you device, subscribe now.

ଇଣ୍ଟରନେଟ ଦୁନିଆରେ ଯଦି କାହାକୁ ପ୍ରଶ୍ନର ଉତ୍ତର ଦରକାର ହୁଏ ତେଵେ ଗୁଗଲକୁ ପଚାରିଥାନ୍ତି|ଆମକୁ ସଠିକ ଜବାବ ମିଳିଥାଏ ବିନା ବିଳମ୍ବରେ କିନ୍ତୁ ଯଦି ଆମେ କହିବା ୨୦ ମାସ ମାନେ ଦେଢ ବର୍ଷର ଛୁଆ ଗୁଗଲ ଭଳି ତେଜ ଅଟେ|ଯିଏ ଆଖି ପଲକରେ ପ୍ରଶ୍ନର ଉତ୍ତର ଦେଇଥାଏ|

ଏହି ଅଦ୍ଭୁତ ପ୍ରତିଭା କୈାଣସି ଧନୀ ଘରର ଛୁଆ ନାହିଁ ଗୋଟିଏ ଗରିବ ପରିବାରର ଅନ୍ତର୍ଗତ|ସେ ଜଣେ ଟ୍ରକ ଚାଳକଙ୍କ ପୁଅ ଯିଏ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚା ର ବିଷୟ ବନିଛି|

ତା ବୟସ ୨୦ମାସ ପାଖାପାଖି ଦେଢବର୍ଷ କିନ୍ତୁ ଦିମାଗ ଏତେ ତେଜ ଯେ ଗୁଗଲ ବି ଫେଲ ହୋଇଥାଏ|ହଁ ଆଜ୍ଞା ଚାଳନ୍ତୁ ମିଳିବା ଝାରଖଣ୍ଡର ଗୁଗଲ ବୟ ଅଙ୍କୁଶ ସହ ଯାହା ସମ୍ପର୍କରେ ଆପଣ ମଧ୍ୟ ଜାଣି ପ୍ରଶଂସକ ହୋଇଯିବେ|ଏହାର ତେଜ ଦିମାଗ ଦେଖି ଏହାକୁ ଗୁଗଲ ବୟ ବା ଛୋଟ କୈଟଲ୍ୟ କୁହାଯାଏ|

ଅଙ୍କୁଶ ଗରିବ ପରିବାରର ଅଟେ ଓ ତାଙ୍କ ବାପା ଟ୍ରକ ଚାଳକ|ତାଙ୍କ ଘରେ ୨୦ ମାସ ପୂର୍ବେ ଯେଉଁ ଛୁଆ ଜନ୍ମ ନେଇଥିଲେ ତାହା ବିଚକ୍ଷଣ ପ୍ରତିଭା ସମ୍ପନ୍ନ|ଅଙ୍କୁଶ ନିଜର ତେଜ ବୁଦ୍ଧି ବଳରେ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଥାଏ|ଏହି ପ୍ରତିଭା ଯୋଗୁଁ ଅଞ୍ଚଳରେ ସେ ଚର୍ଚ୍ଚିତ|

ଗୁଗଲ ବୟ ଅଙ୍କୁଶ ଏତେ ପ୍ରତିଭାଶାଳୀ ଯେ ଗୁଡ ଇଂଲିଶ ନାମର ପୂରା ବହି ମନେ ରଖିଛନ୍ତି|ତାଙ୍କ ପରିବାର ଲୋକେ ତାଙ୍କୁ ଯାହା ବତେଇଥାନ୍ତି ତା ମନରେ ଛପି ଯାଏ|ବହିରେ ଦେଖାଯାଉଥିବା ପଶୁ,ଫଳ, ପନିପରିବା ଭଳି ସମସ୍ତ ନାମ ମନେ ରହିଛି|

ଏତିକି ନୁହେଁ ସେ ସିଏମ୍ ଓ ପିଏମ୍ ଭଳି ସମସ୍ତଙ୍କ ନାମ ମନେ ରଖିଛନ୍ତି|ଫଳରେ ସେ ଛବି ଦେଖି ନାମ କହି ଦେଉଛନ୍ତି|କୈାଣସି ପ୍ରଶ୍ନ ପଚାରିବା ମାତ୍ରେ ପଲକରେ ସେ ଉତ୍ତର ଦେଉଥାଏ|ଲୋକମାନେ ତା ବୁଦ୍ଧି ଜାଣି ଆଶ୍ଚର୍ଯ୍ୟ ହେଉଛନ୍ତି|

ଅଙ୍କୁଶ ବାପା ଟ୍ରକ ଚାଳକ ଓ‌ କାମ ପାଇଁ ଓଡିଶାରେ ରହିଥାନ୍ତି|ଅଙ୍କୁଶର ପଢ଼ାପଢ଼ି ଦାୟିତ୍ଵ ମା ନେଇଥାନ୍ତି|ସେ ତା ପାଇଁ ବହି ଆଣି ପଢେଇଥାନ୍ତି|ତା ଆଈମା ତାଙ୍କୁ ବହୁତ କିଛି ଶିଖାଇ ଥାନ୍ତି|ଅଙ୍କୁଶର ଵହୁ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି|ସେ ଆଈମା କୋଳରେ ବସି ପ୍ରଶ୍ନର ଜବାବ ଦେଇଥାନ୍ତି|ତାକୁ କୈଟିଲ୍ୟ ସହ ତୁଳନା କରୁଛନ୍ତି|ସେ ତିବ୍ର ବୁଦ୍ଧି ପାଇଁ ପ୍ରସିଦ୍ଧ ହୋଇଗଲା|

Leave A Reply

Your email address will not be published.