ଶ୍ରୀଲଙ୍କା ବିପକ୍ଷ ସିରିଜ ପୂର୍ବରୁ ଭାରତୀୟ ଦଳକୁ ଲାଗିଲା ଶକ୍ତ ଝଟକା, ଏହି ବଡ଼ ଖେଳାଳି ଦଳରୁ ବାଦ ପଡ଼ିବେ !

0

Get real time updates directly on you device, subscribe now.

ଟିମ ଇଣ୍ଡିଆ ୱେଷ୍ଟ ଇଣ୍ଡିଜ ବିପକ୍ଷରେ ନିଜର ତିନି ମ୍ୟାଚ ବିଶିଷ୍ଟ ସିରିଜର ତୃତୀୟ ମୁକାବିଲାରେ 17 ରନରେ ବିଜୟ ହାସଲ କରିଛି। ଏହାସହ ଅଧିନାୟକ ରୋହିତ ଶର୍ମାଙ୍କ ଟିମ 3-0 ରେ ସିରିଜ ଜିତିନେଇଛି। ଶ୍ରୀଲଙ୍କା ସିରିଜ ପୂର୍ବରୁ ଭାରତର ଏକ ଘାତକ ବୋଲର ଯିଏକି ରୋହିତଙ୍କ ଶାନଦାର ଖେଳାଳି ବାହାର ହେବାକୁ ଯାଉଛନ୍ତି।

ବାହାରିବେ ଦଳର ଏହି ବୋଲର:-

ଭାରତୀୟ ବୋଲର ଦୀପକ ଚହର ରବିବାର ଦିନ ୱେଷ୍ଟ ଇଣ୍ଡିଜ ବିପକ୍ଷରେ ତୃତୀୟ t-20 ଇଣ୍ଟରନାଶନାଲ ମ୍ୟାଚ ସମୟରେ ମାଂସପେଶୀ ଟାଣି ହେବା କାରଣରୁ ସେ ପଡ଼ିଆରୁ ବାହାରକୁ ଯାଇଥିଲେ ଓ ଗୁରୁବାର ଦିନ ଆରମ୍ଭ ହେବାକୁ ଥିବା ସିରିଜରେ ସେ ଖେଳିବେ କି ନାହିଁ ସନ୍ଦେହ କରାଯାଉଛି। ଚହର ୱେଷ୍ଟ ଇଣ୍ଡିଜର ପ୍ରଥମ ଦୁଇଟି ଉଇକେଟ ନେଇଥିଲେ ଓ ନିଜ ଦ୍ଵିତୀୟ ଓଭରର ଶେଷ ବଲ ପକାଇବା ବେଳକୁ ମାଂସପେଶୀ ଟାଣି ହୋଇଥିଲା।

ଆହତ ହେଲେ ଦୀପକ ଚହର:-

ଏହି ଆହତର ଗମ୍ଭୀରତା ଜଣାପଡିଛି। ଯଦି ଏହା ଟିୟାର ଅଟେ ତାହେଲେ ତାଙ୍କର ଇଣ୍ଡିଆନ ସୁପର ଲିଗରେ ଖେଳିବା ଅସମ୍ଭବ ହୋଇଯିବ। ଯେଉଁଥିରେ ଚେନ୍ନାଇ ସୁପର କିଙ୍ଗସ ଫ୍ରାଞ୍ଚାଇଜ ତାଙ୍କୁ 14 କୋଟି ଟଙ୍କା ଦେଇ କିଣିଛି। ଏହାର ପ୍ରାଥମିକ ଚିକିତ୍ସା ସମୟରେ ଛଅ ସପ୍ତାହର ସମୟ ଲାଗିଥାଏ। ଏବେ 24 ଫେବ୍ରୁଆରୀରୁ ଲକ୍ନୌ ଠାରେ ଶ୍ରୀଲଙ୍କା ବିପକ୍ଷରେ ହେବାକୁ ଥିବା ସିରିଜରେ ତାଙ୍କର ଖେଳିବାକୁ ନେଇ ସନ୍ଦେହ କରାଯାଉଛି।

ଟିମ ଇଣ୍ଡିଆ ଜିତିଲା ସିରିଜ:-

ଟିମ ଇଣ୍ଡିଆ ନିଜର ଶେଷ t-20 ଇଣ୍ଟରନାଶନାଲ ମ୍ୟାଚ 17 ରନରେ ଜିତିନେଇଛି। ଏହି ମ୍ୟାଚକୁ ଜିତି ଭାରତ ସିରିଜକୁ ମଧ୍ୟ 3-0 ରେ ଜିତିନେଇଛି। ଟସ ଜିତି ୱେଷ୍ଟ ଇଣ୍ଡିଜ ବୋଲିଂ କରିବାକୁ ନିର୍ଣ୍ଣୟ ନେଇଥିଲା। ଭାରତ ପ୍ରଥମେ ବ୍ୟାଟିଂ କରି 20 ଓଭରରେ 5 ଉଇକେଟ ବିନିମୟରେ 184 ରନ କରିଥିଲା ଜବାବରେ ୱେଷ୍ଟ ଇଣ୍ଡିଜ 167 ରନ କରିପାରିଥିଲା।

ବୋଲର ମାନେ କଲେ କମାଲ:-

ସିରିଜରେ ବୋଲର ମାନଙ୍କ ପ୍ରଦର୍ଶନ ଶାନଦାର ରହିଥିଲା। ଏହି ମ୍ୟାଚରେ ବୋଲର ମାନଙ୍କ ମଧ୍ୟରୁ ହର୍ଷଲ ପଟେଲ 3ଟି ଉଇକେଟ ପାଇଥିଲେ, ଅପର ପଟେ ଶାର୍ଦୁଲ, ଦୀପକ ଓ ଭେଙ୍କଟେଶ୍ ମଧ୍ୟ 2ଟି ଲେଖାଏଁ ଉଇକେଟ ଅକ୍ତିଆର କରିଥିଲେ। ରୋହିତଙ୍କ ଅଧିନାୟକତାରେ ବୋଲର ମାନେ ଭଲ ଖେଳ ଦେଖାଇଥିଲେ।

Leave A Reply

Your email address will not be published.