କେନ୍ଦ୍ରୀୟ ବିଦ୍ୟାଳୟରେ ଚାକିରି କରିବାକୁ ଇଚ୍ଛା କରୁଥିବା ଆଶାୟୀମାନଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ,ଓଡିଶାରେ ମଧ୍ୟ ମିଳିବ ନିଯୁକ୍ତି

0

Get real time updates directly on you device, subscribe now.

କେନ୍ଦ୍ରୀୟ ବିଦ୍ୟାଳୟରେ ଚାକିରି କରିବାକୁ ଚାହୁଁଥିବା ଆଶାୟୀମାନଙ୍କ ପାଇଁ ଆସିଲା ସୁବର୍ଣ୍ଣ ସୁଯୋଗ। କେନ୍ଦ୍ରୀୟ ବିଦ୍ୟାଳୟରେ ଟିଚିଂ ଓ ନନ ଟିଚିଂ ଷ୍ଟାଫ ପାଇଁ ଆବେଦନ ଗ୍ରହଣ କରାଯାଉଛି। ଇଚ୍ଛା କରୁଥିବା ଏବଂ ଯୋଗ୍ୟଥିବା ଆଶାୟୀ ପ୍ରାର୍ଥୀ ଯେଉଁମାନେ ଏହି ପଦରେ ଆବେଦନ କରିବାକୁ ଚାହୁଛନ୍ତି ସେମାନେ କେଭିଏସର ଅଫିସିଆଲ ୱେବସାଇଟ www.kvsangathan.nic.in କୁ ଯାଇ ନିଜର ଆବେଦନ କରିପାରିବେ। ୱାକ ଇନ ଇଣ୍ଟରଭ୍ୟୁ ଦ୍ୱାରା ମଧ୍ୟ ଏହି ପଦବୀ ପାଇଁ ନିଯୁକ୍ତି କରାଯିବ।

ଏହି ନିଯୁକ୍ତି ପ୍ରକ୍ରିୟା ଅନୁସାରେ ପିଆରଟି, ଟିଜିଟି, ପିଜିଟି, ଯୋଗ ଶିକ୍ଷକ, ସ୍ପୋର୍ଟସ ଟିଚର, ଡାନ୍ସ/ମ୍ୟୁଜିକ୍ ଟିଚର, ସ୍ପେଶାଲ ଏଜୁକେଟର, କମ୍ପ୍ୟୁଟର ଇନଷ୍ଟ୍ରକ୍ଟର, କନ୍ସଲଣ୍ଟାଣ୍ଟ, ନର୍ସ, ଡାକ୍ତର, ଡିଇଓ ଇତ୍ୟାଦି ପଦ ପାଇଁ ନିଯୁକ୍ତି ରହିଛି। ତେବେ ଆଶାୟୀ ପ୍ରାର୍ଥୀମାନଙ୍କୁ ଅଫିସିଆଲ ନୋଟିଫିକେସନ ନିଶ୍ଚିତ ଦେଖନ୍ତୁ।

କେନ୍ଦ୍ରୀୟ ବିଦ୍ୟାଳୟ ଆରକେପୁରମ, କୋଲକାତା, ଦିଲ୍ଲୀ, ଅମ୍ବାଲା କ୍ୟାଣ୍ଟ, ଜମ୍ମୁ ସହ ଓଡ଼ିଶାର ରାୟଗଡ଼ା କେନ୍ଦ୍ରୀୟ ବିଦ୍ୟାଳୟ ପାଇଁ ଆବେଦନ ଗ୍ରହଣ କରାଯାଉଛି। ରାୟଗଡ଼ାରେ ଇଣ୍ଟରଭ୍ୟୁ ୧୮ ମାର୍ଚ୍ଚ ରହିଛି।

ଶିକ୍ଷାଗତ ଯୋଗ୍ୟତା:-

ପିଜିଟି-ବିଏଡ ସହିତ ପ୍ରାସଙ୍ଗିକ ବିଷୟରେ ୫୦ ପ୍ରତିଶତ ଅଙ୍କ ସହିତ ପୋଷ୍ଟ ଗ୍ରାଜୁଏଟ ହେବା ଆବଶ୍ୟକ।

ଟିଜିଟି-ପ୍ରାସଙ୍ଗିକ ବିଷୟରେ ୫୦ ପ୍ରତିଶତ ଅଙ୍କ ସହ ଗ୍ରାଜୁଏଟ ଏବଂ ବି.ଏଡ ଡିଗ୍ରୀ ମଧ୍ୟ ରହିବା ଆବଶ୍ୟକ। ଏହା ସହିତ ସିଟିଇଟିରେ ମଧ୍ୟ ଉତୀର୍ଣ୍ଣ ହୋଇଥିବା ଆବଶ୍ୟକ।

ପିଆରଟି- ଆଶାୟୀଙ୍କୁ ୫୦ ପ୍ରତିଶତ ଅଙ୍କ ସହ ଦ୍ୱାଦଶ ପାସ ହୋଇଥିବା ଆବଶ୍ୟକ। ଏହା ସହ ବୈଷୟିକ ଟିଚିଂ ଟ୍ରେନିଂରେ ଡିପ୍ଲୋମା କିମ୍ବା ଏଲିମେଣ୍ଟାରୀ ଏଜୁକେସନରେ ଗ୍ରାଜୁଏଟ କିମ୍ବା ଡିପ୍ଳୋମା ଥିବା ଦରକାର।

ଦରମା:-

ପିଜିଟି-୩୨୫୦୦/-

ଟିଜିଟି-୩୧୨୫୦/-

ପିଆରଟି-୨୬୨୫୦/

ନର୍ସ-୭୫୦ (ପ୍ରତିଦିନ)

କମ୍ପ୍ୟୁଟର ଇନଷ୍ଟ୍ରକ୍ଟର- ୨୬୨୫୦/-

କୋଚ୍-୨୬୨୫୦/-

ଏହି ବିଷୟରେ ଅଧିକ ଜାଣିବା ପାଇଁ ତଳେ ଦିଆଯାଇଥିବା ଲିଙ୍କରେ କ୍ଲିକ କରନ୍ତୁ:-

https://rayagada.kvs.ac.in/sites/default/files/Walk-in-Interveiw-22-23-Final_1.pdf

Leave A Reply

Your email address will not be published.