କିଏ ଏହି ସୌରଭ କୁମାର ? ଯାହାଙ୍କୁ ଶ୍ରୀଲଙ୍କା ବିପକ୍ଷରେ ହେବାକୁ ଥିବା ଟେଷ୍ଟ ସିରିଜ୍‌ରେ ଦଳରେ ମିଳିଲା ସ୍ଥାନ

0

Get real time updates directly on you device, subscribe now.

ଶ୍ରୀଲଙ୍କା ବିପକ୍ଷରେ ହେବାକୁ ଥିବା ଘରୋଇ ଟି-୨୦ ଏବଂ ଟେଷ୍ଟ ସିରିଜ୍ ପାଇଁ ଶନିବାର ଦିନ ଭାରତୀୟ ଦଳ ଘୋଷଣା କରାଯାଇଛି। ଏଥିରେ ଚୟନକର୍ତ୍ତା ଟେଷ୍ଟ ସିରିଜ୍ ପାଇଁ ଜଣେ ନୂତନ ଖେଳାଳିଙ୍କୁ ଦଳରେ ସାମିଲ୍ କରିଛନ୍ତି। ଏଥିରେ ଅଲରାଉଣ୍ଡର ସୌରଭ କୁମାର ସାମିଲ ଅଛନ୍ତି। ସେ ଜଣେ ବାମହାତୀ ଲେଗ୍ ସ୍ପିନର। ତାଙ୍କ ଉପରେ ଚୟନକର୍ତ୍ତାଙ୍କର ନଜର ଥିଲା। ବର୍ତ୍ତମାନ ତାଙ୍କୁ ଦଳରେ ସ୍ଥାନ ମିଳିଛି। ପ୍ରଥମ ଥର ଭାରତୀୟ ଦଳରେ ୨୮ ବର୍ଷୀୟ ସୌରଭଙ୍କୁ ସାମିଲ କରାଯାଇଛି।

ଉତ୍ତରପ୍ରଦେଶର ବାଗପତ ନିବାସୀ ସୌରଭ କୁମାର ଉତ୍ତରପ୍ରଦେଶ ଦଳ ତରଫରୁ ଘରୋଇ କ୍ରିକେଟ ମଧ୍ୟ ଖେଳୁଛନ୍ତି। ଆଇପିଏଲରେ ତାଙ୍କୁ ପୁଣେ ସୁପର ଜାୟଣ୍ଟସ ୧୦ ଲକ୍ଷ ଟଙ୍କାରେ କିଣିଥିଲା। ଆଇପିଏଲ ୨୦୨୨ ମସିହାର ମେଗା ନିଲାମରେ ପଞ୍ଜାବ କିଙ୍ଗ୍ସ ଏହି ଅଲରାଉଣ୍ଡରଙ୍କୁ ୨୦ ଲକ୍ଷ ଟଙ୍କାର ମୂଳ ଦରରେ କିଣିଛି।

ସୌରଭ ବର୍ତ୍ତମାନ ପର୍ଯ୍ୟନ୍ତ ୪୬ଟି ପ୍ରଥମ ଶ୍ରେଣୀ କ୍ରିକେଟରେ ୧୯୬ ଓ୍ଵିକେଟ ଦାଖଲ କରିଛନ୍ତି। ସେ ଗୋଟିଏ ଇନିଂସରେ ତାଙ୍କର ସର୍ବଶ୍ରେଷ୍ଠ ପ୍ରଦର୍ଶନ ୩୨ ରନ ଦେଇ ୭ଟି ଓ୍ଵିକେଟ ହାସଲ କରିଛନ୍ତି। ସୌରଭ ୧୬ ଥର ୫ଟି ଓ୍ଵିକେଟ୍ ଏବଂ ୬ ଥର ୧୦ଟି ଓ୍ଵିକେଟ ନେଇଛନ୍ତି। ବ୍ୟାଟିଂରେ ମଧ୍ୟ ସୌରଭ ଉଲ୍ଲେଖନୀୟ ଯୋଗଦାନ ଦେଇପାରନ୍ତି। ସେ ୪୬ଟି ପ୍ରଥମ ଶ୍ରେଣୀ କ୍ରିକେଟରେ ୨୯.୧୧ ହାରରେ ୧୫୭୨ ରନ କରିଛନ୍ତି। ଏଥିରେ ତାଙ୍କର ଦୁଇଟି ଶତକ ଏବଂ ୮ଟି ଅର୍ଦ୍ଧଶତକ ସାମିଲ ଅଛି। ସେ ସୈୟଦ ମୁସ୍ତାକ ଅଲ୍ଲୀ, ରଣଜୀ ଟ୍ରଫି ଏବଂ ଦୁଲିପ ଟ୍ରଫିରେ ମଧ୍ୟ ନିଜର ପ୍ରଦର୍ଶନରେ ସମସ୍ତଙ୍କୁ ପ୍ରଭାବିତ କରିଥିଲେ।

ଟେଷ୍ଟ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା:-

ରୋହିତ ଶର୍ମା(ଅଧିନାୟକ), ମୟଙ୍କ ଅଗ୍ରଓ୍ଵାଲ, ପ୍ରିୟଙ୍କ ପାଞ୍ଚାଲ, ବିରାଟ କୋହଲି, ଶ୍ରେୟସ ଆୟର, ହନୁମା ବିହାରୀ, ଶୁଭମାନ ଗିଲ୍, ଋଷଭ ପନ୍ତ, କେଏସ ଭରତ, ରବିଚନ୍ଦ୍ରନ ଅଶ୍ଵିନ(ଫିଟନେସ୍ ଉପରେ ନିର୍ଭର), ରବୀନ୍ଦ୍ର ଜାଡେଜା, ଜୟନ୍ତ ଯାଦବ, କୁଲଦୀପ ଯାଦବ, ଯଶପ୍ରୀତ ବୁମରା(ଉପ ଅଧିନାୟକ), ମହମ୍ମଦ ଶାମି, ମହମ୍ମଦ ସିରାଜ, ଉମେଶ ଯାଦବ, ସୌରଭ କୁମାର।

Leave A Reply

Your email address will not be published.