ତୃତୀୟ ଟି-୨୦ ପୂର୍ବରୁ ଘରକୁ ଗଲେ କୋହଲି ଓ ପନ୍ତ,ଖେଳିବେନି ଶ୍ରୀଲଙ୍କା ବିପକ୍ଷ ସିରିଜ

0

Get real time updates directly on you device, subscribe now.

ୱେଷ୍ଟଇଣ୍ଡିଜ ବିପକ୍ଷରେ ହେବାକୁ ଥିବା ଟି-୨୦ ସିରିଜର ତୃତୀୟ ତଥା ଶେଷ ମ୍ୟାଚରେ ବିରାଟ କୋହଲି ଓ ଋଷଭ ପନ୍ତ ଖେଳିବେ ନାହିଁ। ଶୁକ୍ରବାର ଦିନ ଦ୍ୱିତୀୟ ଟି-୨୦ ପରେ ଉଭୟଙ୍କୁ ବିସିସିଆଇ ବାୟୋବବଲ୍ସ ତରଫରୁ ଛୁଟି ଦେଇଛି। ଆଜି ସକାଳୁ ସେମାନେ ବବଲ୍ସରୁ ବାହାରି ନିଜ ନିଜର ଘରକୁ ଚାଲି ଯାଇଛନ୍ତି।

ପନ୍ତ ଓ କୋହଲିଙ୍କୁ ବିସିସିଆଇ ୧୦ ଦିନିକିଆ ଛୁଟିରେ ପଠାଇଥିବା କାରଣରୁ ଉଭୟ ଶ୍ରୀଲଙ୍କା ବିପକ୍ଷରେ ହେବାକୁ ଟି-୨୦ ସିରିଜ୍‌ ମଧ୍ୟ ଖେଳିବେ ନାହିଁ। ମାର୍ଚ୍ଚ ମାସରୁ ଆରମ୍ଭ ହେବାକୁଥିବା ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ ସମୟରେ ଉଭୟ ଦଳକୁ କମବ୍ୟାକ କରିବେ।

ଶୁକ୍ରବାର ଦିନ ଟି-୨୦ ମ୍ୟାଚରେ ବିରାଟ ଓ ପନ୍ତ ଅର୍ଦ୍ଧଶତକ ହାସଲ କରିଥିଲେ। ଏହି ମ୍ୟାଚ୍‌ରେ ଭାରତ ୧୮୬ ରନ୍ କରିଥିବା ସମୟରେ ଇଣ୍ଡିଜ୍ ଦଳ ୧୭୮ ରନରେ ଅଟକି ଯାଇଥିଲା। ମ୍ୟାଚ ସହ ରୋହିତ ଶର୍ମାଙ୍କ ଭାରତୀୟ ଦଳ ଟି-୨୦ ସିରିଜକୁ ଆଗୁଆ ୨-୦ରେ ଜିତି ନେଇଛି। ଆସନ୍ତାକାଲି ତୃତୀୟ ଟି-୨୦ ମ୍ୟାଚ ଖେଳାଯିବ। ଭାରତ ସିରିଜ୍ ଜିତି ସାରିଥିବା କାରଣରୁ ବିସିସିଆଇ ୱାର୍କଲୋଡ ହ୍ରାସ କରିବା ପାଇଁ ପନ୍ତ ଓ କୋହଲିଙ୍କୁ ଛୁଟିରେ ଘରକୁ ପଠାଇଛି।

ବିସିସିଆଇର ଜଣେ ଅଧିକାରୀ ନିଜ ନାଁ ଗୋପନ ରଖି କହିଛନ୍ତିକି, “ଭାରତ ସିରିଜ୍‌ ଜିତି ସାରିଥିବା କାରଣରୁ ବିରାଟ ଓ ପନ୍ତଙ୍କୁ ଛୁଟି ମିଳିଛି। ଉଭୟ ଆଜି ସକାଳୁ ବାୟୋବବଲ୍ସ ଛାଡ଼ି ଘରକୁ ଯାଇଛନ୍ତି। ୱାର୍କଲୋଡ ମ୍ୟାନେଜମେଣ୍ଟ ଓ ମାନସିକ ସ୍ଥିତିରେ ସନ୍ତୁଳନ ଆଣିବା ପାଇଁ ବିସିସିଆଇ ସବୁ ଫର୍ମାଟରେ ଖେଳୁଥିବା କ୍ରିକେଟରଙ୍କୁ ନିୟମିତ ବ୍ୟବଧାନରେ ଛୁଟିରେ ଛାଡ଼ିବାକୁ ନିଷ୍ପତ୍ତି ନେଇଛି। ଏହି ନିଷ୍ପତ୍ତି ଅନୁସାରେ ପନ୍ତ ଓ ବିରାଟ ଛୁଟି ପାଇଛନ୍ତି।”

ଫେବୃଆରୀ ୨୪ ତାରିଖରୁ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ୩ଟି ଟି-୨୦ ସିରିଜ ଆରମ୍ଭ ହେବ। ପ୍ରଥମ ମ୍ୟାଚ ଲକ୍ଷ୍ନୌରେ ଖେଳାଯିବାକୁ ଥିବା ସମୟର ବାକି ୨ଟି ଯାକ ମ୍ୟାଚ ଧର୍ମଶାଳାରେ ଅନୁଷ୍ଠିତ ହେବ। ଏହାପରେ ମାର୍ଚ୍ଚ ୪ ତାରିଖରେ ପ୍ରଥମ ଟେଷ୍ଟ ଓ ମାର୍ଚ୍ଚ ୧୨ ତାରିଖରୁ ଦ୍ୱିତୀୟ ଟେଷ୍ଟ ମ୍ୟାଚ ବେଙ୍ଗାଲୁରୁରେ ଖେଳାଯିବ।

Leave A Reply

Your email address will not be published.