ସରକାର ମହିଳାମାନଙ୍କୁ ପ୍ରତି ମାସରେ ଦେଉଛନ୍ତି ଚାରି ହଜାର ଟଙ୍କା, ଜାଣନ୍ତୁ କେଉଁ ଯୋଜନା ମାଧ୍ୟମରେ ମିଳୁଛି !

0

Get real time updates directly on you device, subscribe now.

କୁହାଯାଉଛି ଯେ ବିଜନେସ କୋରେସପୋନଡେଣ୍ଟ ସଖି ଯୋଜନା ଅର୍ଥାତ ସେଲ୍ଫ ହେଲ୍ଥ ଗ୍ରୁପ ଛୋଟ ଲେଭଲରେ କାମ କରୁଥିବା ମହିଳାମାନଙ୍କର ଗୋଟିଏ ଗ୍ରୁପ ଅଟେ | ଏମାନେ ନିଜର ଉତ୍ସ ଏବଂ ଶେଭିଂ ଫଣ୍ଡକୁ ବ୍ୟବହାର କରି ନିଜ ବିଜନେସ ବଢାଇଥାନ୍ତି | କୌଣସି ଛୋଟ ବିଜନେସ ସଂହତିଆ ଜଡିତ ଏହି ଗୋଷ୍ଠୀରେ ୧୦-୨୫ ମହିଳା ସାମିଲ ହୋଇପାରିବେ |

SHG ଅର୍ଥାତ ସେଲ୍ଫ ହେଲ୍ପ ଗ୍ରୁପ ତିଆରି କରିବାପାଇଁ ଗ୍ରୁପକୁ ରେଜିଷ୍ଟର କରିବାକୁ ପଡିଥାଏ | ଏହାସହିତ ବ୍ୟାଙ୍କ ଖାତା ଖୋଲିବାକୁ ପଡିଥାଏ | ସେହିପରି ସ୍ଥିର ହୋଇଥିବା ସୀମା ମଧ୍ୟରେ ଉନ୍ନତ ପ୍ରଦର୍ଶନ ଉପରେ ବ୍ୟାଙ୍କ ତରଫରୁ ତାକୁ ସହଜରେ ଋଣ ମିଳିବାକୁ ଲାଗେ | ଏହା ସହିତ ଅନେକ ସରକାରୀ ଯୋଜନାର ଲାଭ ମଧ୍ୟ ମିଳିଥାଏ | ଏହି ଯୋଜନାର ଉଦ୍ଦେଶ୍ୟ ଗ୍ରାମାଞ୍ଚଳରେ ବ୍ୟାଙ୍କିଙ୍ଗ ସୁବିଧା ଯୋଗାଇବା ଅଟେ |

କିଏ ହୋଇପାରିବ ବ୍ୟାଙ୍କ ସଖି :-

ସୂଚନା ପାଇଁ କହିରଖୁଛୁ ଯେ ବ୍ୟାଙ୍କ ସଖି ହେବାପାଇଁ ଦଶମ ପାସ କରିଥିବା ଜରୁରୀ ଅଟେ | ଏହାବ୍ୟତୀତ ଆପଣଙ୍କୁ ଅନଲାଇନ କାମ କରିବା ବିଷୟରେ ମଧ୍ୟ ଜଣା ଥିବା ଆବଶ୍ୟକ | ଏହାସହିତ ଆପଣଙ୍କୁ ବ୍ୟାଙ୍କିଙ୍ଗ କାମ ବିଷୟରେ ମଧ୍ୟ ଜଣା ଥିବା ଉଚିତ |

ସରକାରଙ୍କ ଥରଫରୁ ମିଳିଥାଏ ୪୦୦୦ ଟଙ୍କା :-

ବିଜନେସ କୋରେସପୋନଡେଣ୍ଟ ସଖି ଘର ଘର ବୁଲି ଆର୍ଥିକ ସେବା ପ୍ରଦାନ କରିଥାନ୍ତି | ଏମାନଙ୍କୁ ୬ ମାସ ପାଇଁ ସରକାରଙ୍କ ତରଫରୁ ପ୍ରତି ମାସରେ ୪୦୦୦ ଟଙ୍କାର ସମ୍ମାନ ପ୍ରଦାନ କରାଯାଇଥାଏ | ଏହା ବ୍ୟତୀତ କାମ ବଢିଲେ ଏବଂ ଟ୍ରାଞ୍ଜାକ୍ସନ ଅଧିକ ହେଲେ ମଧ୍ୟ ସେମାନଙ୍କୁ କମିଶନ ଦିଆଯାଇଥାଏ | ଏହାଦ୍ୱାରା ମହିଳାମାନଙ୍କ ନିୟମିତ ରୋଜଗାର ମଧ୍ୟ ହୋଇପାରେ |

ଗ୍ରାମାଞ୍ଚଳରେ ବଢିବ ବ୍ୟାଙ୍କିଙ୍ଗ ସେବା :-

କୁହାଯାଉଛି ଯେ ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଗ୍ରାମାଞ୍ଚଳରେ ବ୍ୟାଙ୍କିଙ୍ଗ ସେବା ବଢାଇବା ଏବଂ ଏହି ଯୋଜନାରେ ୟୁପିର ମହିଳାମାନେ ଭାଗ ନେଇପାରିବେ | ଏହାବ୍ୟତୀତ ଏଥିରେ କେବଳ ମହିଳାମାନଙ୍କୁ ହିଁ ଚାକିରୀ ଦିଆଯିବ ଏବଂ ଏହି ଯୋଜନା ଅଧୀନରେ ପ୍ରାୟ ୫୮୦୦୦ ମହିଳାମାନଙ୍କୁ ରୋଜଗାର ମିଳିବ |

ବ୍ୟାଙ୍କ ସଖି ହେବାପାଇଁ ଏହି ଡକ୍ୟୁମେଣ୍ଟ ଆବଶ୍ୟକ :-

– ଆଧାର କାର୍ଡ

– ବ୍ୟାଙ୍କ ପାସବୁକ

-ଦଶମ ପାସର ମାର୍କସିଟ

– ଯୋଜନା ସାର୍ଟିଫିକେଟ

– ପାସପୋର୍ଟ ସାଇଜ ଫଟୋ

– ମୋବାଇଲ ଫୋନ ନମ୍ବର

ବ୍ୟାଙ୍କ ସଖିର ରେଜିଷ୍ଟ୍ରେସନ ପାଇଁ ବିଶି ସଖି ଆପ ମଧ୍ୟ ଲଞ୍ଚ କରାଯାଇଛି | ଯାହାକୁ ଗୁଗୁଲ ପ୍ଲେ ଷ୍ଟୋରରୁ ଡାଉନଲୋଡ଼ କରାଯାଇପାରିବ |

Leave A Reply

Your email address will not be published.