୨୨.୦୨.୨୦୨୨ : କିଛି ଖାସ୍‌ କିଛି ନିଆରା ………..

0

Get real time updates directly on you device, subscribe now.

ନୂଆବର୍ଷ ନିଜ ସହିତ ପ୍ରତ୍ୟେକଙ୍କ ପାଇଁ ଅନେକ କିଛି ନୂଆ ସଂଯୋଗ ନେଇ ଆସିଥାଏ। କେବେ ଯଦି ଗୋଟିଏ ବର୍ଷରେ ଗୋଟିଏ ପର୍ବ ଦୁଇ ଥର ପଡ଼େ ତ ଆଉ କେବେ ତାରିଖମାନଙ୍କର ସମୀକରଣ ମଧ୍ୟ ବର୍ଷକୁ ବେଶ ସ୍ୱତନ୍ତ୍ର କରିଦିଏ। ଯେପରି ଚଳିତ ବର୍ଷର ଫେବ୍ରୁଆରୀ ମାସ। ଏଥର ଫେବ୍ରୁଆରୀ ମାସରେ ଅନେକ ଖାସ୍ କଥା ପଡ଼ୁଛି। ଯେପରିକି ୨୦୨୨ ଫେବ୍ରୁଆରୀ ମାସରେ ପ୍ରତ୍ୟେକ ବାର ୪ ଥର ଲେଖାଏଁ ପଡ଼ୁଛି। ଏଭଳି ସବୁଥର ସମାନ ଥର ପଡ଼ିବା ନିଆରା ଅଟେ। କାରଣ ଅନ୍ୟ ମାସ ତୁଳନାରେ ଫେବ୍ରୁଆରୀ ମାସରେ ଦିନ ସଂଖ୍ୟା ମଧ୍ୟ କମ ହୋଇଥାଏ। ପ୍ରାୟତଃ ଏହି ମାସରେ ସବୁ ବାର ସମାନ ସଂଖ୍ୟାରେ ପଡ଼ିନଥାଏ। କିନ୍ତୁ ୨୦୨୨ ମସିହାରେ ପ୍ରତ୍ୟେକ ବାର ସମାନ ଅର୍ଥାତ ୪ ଥର ଲେଖାଏଁ ପଡ଼ୁଛି।

ଆଗକୁ ପଡ଼ୁଛି ୨୨ ତାରିଖ। ଫେବ୍ରୁଆରୀ ୨୨ ତାରିଖକୁ ଆମେ ୨୨-୦୨-୨୦୨୨ ଲେଖିଥାଉ। ଏହି ତାରିଖର ମଧ୍ୟ କିଛି ଭିନ୍ନତା ରହିଛି। ଟିକେ ଧ୍ୟାନ ଦେଲେ ଆପଣ ନିଶ୍ଚିତ ଜାଣିପାରିବେଯେ ୨୨-୦୨-୨୦୨୨କୁ ବାମରୁ ଡାହାଣକୁ ଲେଖିଲେ ଯାହା, ଡାହାଣରୁ ବାମକୁ ଲେଖିଲେ ମଧ୍ୟ ସେଇଆ ରହୁଛି। ଏଭଳି ଅଙ୍କକୁ ଗାଣିତିକ ଭାଷାରେ ଏହାକୁ ‘ପାଲେଣ୍ଡ୍ରମ’ ବୋଲି କୁହାଯାଏ। ଏଭଳି ତାରିଖ କ୍ୟାଲେଣ୍ଡରରେ ବହୁତ କମ ତଥା ଦୀର୍ଘ ବର୍ଷ ପରେ ଦେଖିବାକୁ ମିଳେ। ଅବଶ୍ୟ ଏ ମାସରେ ପୂର୍ବରୁ ମଧ୍ୟ ଏଭଳି ଏକ ଦିନ ଦେଖିବାକୁ ମିଳିଥିଲା। ଯାହାକି ୨.୨.୨୨ ଥିଲା।

ସେହିପରି ୨୨-୦୨-୨୦୨୨କୁ ଗାଣିତିକ ଭାଷାରେ ଆମ୍ବିଗ୍ରାମ୍ ବୋଲି ମଧ୍ୟ କୁହାଯାଉଛି। ଅର୍ଥାତ ଏହାକୁ ଯଦି ଉପରୁ ତଳକୁ କରି ଲେଖାଯାଏ ତେବେ ଯେପରି ଦେଖାଯିବ, ତଳୁ ଉପରକୁ ଲେଖିଲେ ମଧ୍ୟ ସେମିତି ହିଁ ରହିବ। ଏହାର ଅଙ୍କଗୁଡ଼ିକ ମଧ୍ୟରେ କୌଣସି ପ୍ରକାର ପରିବର୍ତ୍ତନ ହେବ ନାହିଁ। ଅଙ୍କଗୁଡ଼ିକ ମଧ୍ୟ ସମାନ ଭାବରେ ରହିବ। ଏଭଳି ଭାବରେ ଅଙ୍କଗୁଡ଼ିକ ରହିବାକୁ ଆମ୍ବିଗ୍ରାମ ବୋଲି କୁହାଯାଏ। ଯାହା ଅନେକ ବର୍ଷ ପରେ ପଡ଼ିଥାଏ। ଏହି କାରଣରୁ ଚଳିତ ବର୍ଷର ୨୨-୦୨-୨୦୨୨ ବହୁତ ଖାସ ଅଟେ। ଏହି ତାରିଖରେ ଅନେକ ଶୁଭ ଯୋଗ ମଧ୍ୟ ବନୁଛି।

ଚଳିତ ବର୍ଷ ୨୨ ତାରିଖ ମଙ୍ଗଳବାର ପଡ଼ୁଛି। ମଙ୍ଗଳବାର ଦିନ ତାରିଖମାନଙ୍କର ସମୀକରଣ ଅନ୍ୟ ଦିନ ତୁଳନାରେ ଭିନ୍ନ ଭିନ୍ନ ରହୁଥିବା କାରଣରୁ ଏହି ଦିନର ଗୁରୁତ୍ୱ ମଧ୍ୟ ବଢ଼ିଯାଉଛି। ଏହି ଦିନ ଅନେକ ଶୁଭ ଯୋଗ ମଧ୍ୟ ପଡ଼ୁଛି। ମଙ୍ଗଳବାର ଦିନ ମା’ ମଙ୍ଗଳା ଓ ହନୁମାନଙ୍କୁ ଆରାଧନା କରିବା ଦ୍ୱାରା ସମସ୍ତ ଦୁଃଖ, ଶୋକ ଓ ରୋଗ ଆଦି ଦୂର ହୋଇଥାଏ। ହନୁମାନଙ୍କର ଆଶୀର୍ବାଦ ପାଇବା ପାଇଁ ଆପଣ ହନୁମାନ ଚାଳିଶା ପାଠ କରନ୍ତୁ। ଏହା ସହିତ ଭଗବାନଙ୍କର ନାମକୁ ଜପ କରନ୍ତୁ। ଘର ସୁଖ ଆଦି ସମୃଦ୍ଧିରେ ପୂର୍ଣ୍ଣ ହୋଇଯିବ।

ତେବେ ଏହା ହେଉଛି ଆଧ୍ୟାତ୍ମିକ କଥା। କିନ୍ତୁ ଏହି ଦିନଟିକୁ ନେଇ ଅନେକ ଲୋକ ବହୁତ ଉତ୍ସାହିତ ଅଛନ୍ତି। କାଲିଫର୍ଣ୍ଣିଆରେ ୨୨୨ ଜଣ ଦମ୍ପତି ମଙ୍ଗଳବାର ଠିକ ୨ଟା ୨୨ ମିନିଟ୍‌ରେ ଏକାସାଙ୍ଗରେ ବାହା ହେଉଛନ୍ତି। କାରଣ ଏଭଳି ଏକ ଦିନରେ ବାହା ହେଲେ ସବୁଦିନେ ପାଇଁ ତାହା ଏକ ବଡ଼ ସ୍ମୃତି ହୋଇ ରହିପାରିବ। ସମସ୍ତଙ୍କୁ କହି ପାରିବେକି ମୁଁ ୨୨.୨.୨୨ରେ ବାହା ହୋଇଛି।

Leave A Reply

Your email address will not be published.