SP ସାର, ମୋ ସ୍ତ୍ରୀ ବହୁତ ସୁନ୍ଦର ଆଉ ସ୍ମାର୍ଟ, ମୁଁ ଯେତେବେଳେ ତାଙ୍କୁ ବାପଘରକୁ ଆଣିବା ପାଇଁ ଯାଉଛି ସେ ମୋତେ ପିଟୁଛନ୍ତି…ଜାଣନ୍ତୁ ପୁରା ଘଟଣା

0

Get real time updates directly on you device, subscribe now.

ବିବାହର ବନ୍ଧନ ବହୁତ ପବିତ୍ର ହୋଇଥାଏ | ବିବାହ ପରେ ସ୍ୱାମୀ ଏବଂ ସ୍ତ୍ରୀ ସାତ ଜନ୍ମ ପାଇଁ ଏକାଠି ରହିବାର ଶପଥ କରିଥାନ୍ତି ଏବଂ ଏହି କଥାକୁ ପୁରା କରିବାକୁ ମଧ୍ୟ ସମ୍ପୂର୍ଣ୍ଣ ଚେଷ୍ଟା କରନ୍ତି | ତେବେ ସମାଜରେ ଅନେକଥର ଏହାଠାରୁ ଅଲଗା ମାମଲା ମଧ୍ୟ ଦେଖିବାକୁ ମିଳିଥାଏ | ଏମିତି ଗୋଟିଏ ମାମଲା ମଧ୍ୟପ୍ରଦେଶରେ ସାମ୍ନାକୁ ଆସିଛି | ଏଠାରେ ଜଣେ ଯୁବକ ପୋଲିସ ପାଖରେ ନିଜ ସ୍ତ୍ରୀକୁ ଫେରାଇ ଆଣିବାପାଇଁ ଅନୁରୋଧ କରିଛନ୍ତି |ପୁରା ମାମଲା ଜାଣିବାପରେ ପୋଲିସ ଵାଲା ମଧ୍ୟ ଆଶ୍ଚର୍ଯ୍ୟ ହୋଇଗଲେ | ସେ ନିଜ ସ୍ତ୍ରୀକୁ ପୁଣିଥରେ ଫେରି ପାଇବାପାଇଁ ଚାହୁଁଛି ଏବଂ ତା ସହିତ ହେଉଥିବା ଅନ୍ୟାୟ ବିରୋଧରେ ସ୍ୱର ଉତ୍ତୋଳନ କରୁଛି | ଆସନ୍ତୁ ଜାଣିବା ପ୍ରକୃତରେ ପୁରା ମାମଲା କଣ ରହିଛି |

ଗତ ବର୍ଷ ହୋଇଥିଲା ଦୁହିଁଙ୍କ ବିବାହ :-

ଏହି ଆଶ୍ଚର୍ଯ୍ୟଜନକ ମାମଲା ମଧ୍ୟପ୍ରଦେଶର ଛତରପୁରରୁ ସାମ୍ନାକୁ ଆସିଛି | ଏଠାରେ ଜଣେ ଯୁବକ ଏସପିଙ୍କ ପାଖରେ ପହଞ୍ଚିଲା ଏବଂ ସେ ନିଜର ନିବେଦନ ପତ୍ରରେ ଅଜବ ପ୍ରକାରର କଥା ଲେଖିଥିଲେ | ଯୁବକଙ୍କ ନାମ ନନ୍ଦୁ ପାଲ ଅଟେ ଏବଂ ସେ ଉତ୍ତରପ୍ରଦେଶର ବାନ୍ଦା ଜିଲ୍ଲାର ବାସିନ୍ଦା ଅଟେ | ନନ୍ଦୁ କହିଛନ୍ତି ଯେ ସେ ମଣ୍ଟୋଧ ଗାଁରେ ରୁହନ୍ତି ଏବଂ ତାଙ୍କ ବିବାହ ରୀନା ନାମକ ଝିଅ ସହିତ ଗତ ବର୍ଷ ଏପ୍ରିଲ ୩୦ ତାରିଖରେ ହୋଇଥିଲା | ରୀନା ପାଲ ଲବକୁଶ ଅଂଚଳର ନଗରଉଲି ଗାଁର ବାସିନ୍ଦା ଅଟନ୍ତି | ଦୁହିଁଙ୍କର ବିବାହ ହିନ୍ଦୁ ରୀତିନୀତି ଅନୁଯାୟୀ ଖୁବ ଧୂମଧାମରେ ହୋଇଥିଲା |

ତିନି ଦିନ ପରେ ଗଲେ ବାପଘର, ଆଉ ଫେରିଲେ ନାହିଁ ଶାଶୂଘର :-

ନନ୍ଦୁ ନିବେଦନ ପତ୍ରରେ ଯାହା ଲେଖିଛନ୍ତି, ତାହା ବହୁତ ଆଶ୍ଚର୍ଯ୍ୟଜନକ ଅଟେ | ସେ କହିଛନ୍ତି ଯେ ରୀନା ଶାଶୂଘରକୁ ଆସିଥିଲେ ଏବଂ ତିନି ଦିନ ପରେ ରୀତିନୀତି ପାଳନ କରିବାପରେ ବାପଘରକୁ ଚାଲି ଯାଇଥିଲେ | ସେ କହିଛନ୍ତି ଯେ ଏହାପରେ ସେ ବାପଘରେ ହିଁ ଅଟକି ଗଲେ | ଯୁବକଜଣକ କହିଛନ୍ତି ଯେ ଯେବେଠାରୁ ସେ ବାପଘର ଯାଇଛନ୍ତି ଆଉ ଫେରିନାହାନ୍ତି | ସେ ନ ଫେରିବାର କାରଣ ମଧ୍ୟ ନନ୍ଦୁ ଲେଖିଛନ୍ତି |

ସେ କହିଛନ୍ତି ଯେ ରୀନା ବହୁତ ସ୍ମାର୍ଟ ଏବଂ ସୁନ୍ଦର, କିନ୍ତୁ ସେ ତାଙ୍କ ପରି ଦେଖାଯାନ୍ତି ନାହିଁ ଏବଂ ସୁନ୍ଦର ନାହିଁ | ସେ କହିଛନ୍ତି ଯେ ସେ ତାଙ୍କଠାରୁ ଅଧିକ ପାଠ ପଢ଼ିଛନ୍ତି | ଏହି କାରଣରୁ ରୀନା ବର୍ତ୍ତମାନ ତାଙ୍କ ସହିତ ରହିବାକୁ ଚାହୁଁନାହାନ୍ତି ଏବଂ ଶାଶୂଘର ଫେରିବାପାଇଁ ପ୍ରସ୍ତୁତ ନୁହଁନ୍ତି |

ଫେରାଇ ଆଣିବାପାଇଁ ଯିବାରୁ ରୁମରେ ବନ୍ଦ କରି ପିଟିଲା :-

ପୀଡିତ କହିଛନ୍ତି ଯେ ଯେତେବେଳେ ସେ ରୀନାଙ୍କୁ ଆଣିବାପାଇଁ ଶ୍ୱଶୁରଘର ଗଲେ, ସେତେବେଳେ ସେ ସଫା ସଫା ଫେରିବାପାଇଁ ମନା କରିଦେଲେ | ଯେତେବେଳେ ସେ ଟିକେ ଅଧିକ କଥା କହି ଫେରିଯିବା ପାଇଁ କହିଲେ, ସେତେବେଳେ ଶ୍ୱଶୁରଘର ଲୋକେ ମିଶି ତାଙ୍କୁ ଗୋଟିଏ ରୁମ ଭିତରେ ବନ୍ଦ କରିଦେଲେ ଏବଂ ତାଙ୍କୁ ବହୁତ ପିଟିଲେ | ନନ୍ଦୁ କହିଛନ୍ତି ଯେ ସେ ଏହାପରେ ଥାନା ମଧ୍ୟ ଯାଇଥିଲେ, କିନ୍ତୁ ସେଠାରେ ପୋଲିସ ଵାଲା ଶୁଣିବାପାଇଁ ମଧ୍ୟ ମନା କରିଦେଲେ | ପୀଡିତ ଯୁବକ କହିଛନ୍ତି ଯେ ଯେତେଥର ସେ ଶ୍ୱଶୁରଘର ଯାଉଛନ୍ତି, ତାଙ୍କୁ ବହୁତ ମାଡ଼ ଦିଆଯାଉଛି |

Leave A Reply

Your email address will not be published.