ଭାଇ-ଭଉଣୀଙ୍କର ମଜାକ ଦେଖୁ ଦେଖୁ ଚାଲିଗଲା ଜୀବନ, ଭଉଣୀ ଦେଖିଲା ଭାଇର ଯନ୍ତ୍ରଣାଦାୟକ ମୃତ୍ୟୁର ଲାଇଭ ଭିଡିଓ

0

Get real time updates directly on you device, subscribe now.

ଛତିଶଗଡ଼ର ଯଶପୁରରେ ମଜାକ ମଜାକରେ ଏମିତି ଏକ ଯନ୍ତ୍ରଣାଦାୟକ ମୃତ୍ୟୁ ହୋଇଯାଇଛି ଯେ କେବଳ ପୀଡିତ ପରିବାର ନୁହେଁ ବରଂ ଆଖପାଖ ଲୋକମାନେ ମଧ୍ୟ ଘଟଣା ପରେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି | ଏହି ଘଟଣାରେ ପାଞ୍ଚ ଭଉଣୀଙ୍କର ଏକମାତ୍ର ଭାଇ ନିଜ ଭଉଣୀମାନଙ୍କୁ ସହିତ କଥା ହେଉ ହେଉ ମଜାକ କରିବାକୁ ଲାଗିଲା ଏବଂ ଏହି ମଜାକରେ ତାର ଜୀବନ ଚାଲିଗଲା |

ଭାଇ ଭଉଣୀଙ୍କୁ କଲା ଭିଡିଓ କଲ :-

ପାଞ୍ଚ ଭଉଣୀଙ୍କର ଏକମାତ୍ର ଭାଇ ନିଜର ଜଣେ ଭଉଣୀକୁ ରାତି ୧୧ଟା ସମୟରେ ଭିଡିଓ କଲ କଲା | ଭିଡିଓ କଲରେ ସେ ଭଉଣୀକୁ କହିଲା ଯେ ସେ ଆତ୍ମହତ୍ୟା କରିବାକୁ ଯାଉଛି | ଏହି କଥା ଶୁଣି ଭଉଣୀର ହୋସ ଉଡ଼ିଗଲା, ସେ ତାକୁ ଏମିତି ନ କରିବାପାଇଁ ମଧ୍ୟ କହିଲା | କୁହାଯାଉଛି ଯେ ଏହାପରେ ଭାଇ କହିଲା ଯେ ସେ ମଜାକ କରୁଛି | ସେ କହିଲା ଯେ ସୁସାଇଡ କେମିତି କରନ୍ତି, ଏଇଟା ଦେଖ | ଏହାପରେ ଫ୍ୟାନରେ ଲାଗିଥିବା ଫାସକୁ ନିଜ ବେକରେ ଲଗାଇ ଦେଲା | ଏହା ମଧ୍ୟରେ ଅଚାନକ ତଳୁ ଚେୟାର ଖସି ପଡିଲା | ଏହା ଦେଖି ଭଉଣୀ ତୁରନ୍ତ ପଡୋଶୀମାନଙ୍କୁ କଲ କଲା | ପଡୋଶୀ କାନ୍ଥ ଉପରେ ଚଢି ଘରେ ପ୍ରବେଶ କରିବା ବେଳକୁ ସେମାନେ ଦେଖିଲେ ଯେ ଯୁବକଙ୍କ ଜୀବନ ଚାଲିଯାଇଛି |

ଘଟଣାର ସୂଚନା ପାଇଁ ପୋଲିସ ମାମଲାର ଯାଞ୍ଚ କରିବାରେ ଲାଗିପଡ଼ିଛି | ପୋଲିସ ଅନୁଯାୟୀ ଗତ ବୁଧବାର ଦିନ ରାତି ୯ଟା ସମୟରେ ରିଜବାନ ନିଜ ବାପା ସହିତ ପରିବାରର ଅନ୍ୟ ସଦସ୍ୟମାନଙ୍କୁ ବସ ଷ୍ଟାଣ୍ଡରେ ଡ୍ରପ କଲା, ସେମାନେ ରାୟପୁର ଯାଉଥିଲେ |

ଭାଇ ବିଳମ୍ବିତ ରାତିରେ କଲା ଭିଡିଓ କଲ :-

ପରିବାରର ବାକି ସଦସ୍ୟଙ୍କୁ ବସ ଷ୍ଟାଣ୍ଡରେ ଛାଡ଼ିବାପରେ ଘରକୁ ଫେରିବାପରେ ରିଜବାନ ରାତି ପ୍ରାୟ ୧୧ଟା ସମୟରେ ନିଜର ଜଣେ ଭଉଣୀକୁ ଭିଡିଓ କଲ କଲା ଏବଂ ଫାଶୀରେ ଝୁଲି ଆତ୍ମହତ୍ୟା କରିବାକୁ କହିଲା | କଥା କଥାରେ ଅଚାନକ ତାର ଚେୟାର ଖସିଗଲା | ସେପଟେ ପୁଅର ମୃତ୍ୟୁ ଖବର ଶୁଣି ପରିବାର ଲୋକେ ଅଧା ରାସ୍ତାରୁ ହିଁ ଯଶପୁରକୁ ଫେରିଆସିଲେ |

ଗୁରୁବାର ଦିନ ପୋଲିସ ଶବକୁ ଉଦ୍ଧାର କରି ତାର ପୋଷ୍ଟମର୍ଟମ କରାଇଲା ଏବଂ ଅନ୍ତିମ ସଂସ୍କାର ପାଇଁ ପରିବାର ଲୋକଙ୍କୁ ତାର ଶବ ଫେରାଇ ଦେଲେ | ପୋଲିସ ମାମଲାରେ ରିଜବାନ ସହିତ ଜଡିତ ଲୋକମାନଙ୍କୁ ପଚରାଉଚରା କରୁଛି | କୁହାଯାଉଛି ଯେ ଘଟଣାସ୍ଥଳରୁ କୌଣସି ସୁସାଇଡ ନୋଟ ଉଦ୍ଧାର ହୋଇନାହିଁ | ଘଟଣାର ସାକ୍ଷୀ ତାଙ୍କ ଭଉଣୀ ଅଟେ, ଯିଏ ଭିଡିଓ କଲରେ ତାର ମୃତ୍ୟୁ ଦେଖିଛି |

Leave A Reply

Your email address will not be published.