ପନିପରିବା ଚାଷ କଲେ ମିଳୁଛି ଆର୍ଥିକ ସହାୟତା, ଜାଣନ୍ତୁ କେତେ ଲାଭ ?

0

Get real time updates directly on you device, subscribe now.

ବର୍ତ୍ତମାନ ସମୟରେ ଖାଦ୍ୟର ସଙ୍କଟ ଗଭୀର ହେବାରେ ଲାଗିଛି। ଏହି ସମୟରେ ସରକାର ସମସ୍ତ ନାଗରିକମାନଙ୍କୁ ନିଜସ୍ୱ ପନିପରିବା ଚାଷ କରିବାପାଇଁ ଅନୁରୋଧ କରିଛନ୍ତି। ଏଥିପାଇଁ ସରକାର ଜମି ଅନସାରେ ଲୋକମାନଙ୍କୁ ଆର୍ଥିକ ସହାୟତା ମଧ୍ୟ ଦେଉଛନ୍ତି। ଏହା କୃଷି ଉତ୍ପାଦନରେ ଏକ ଉନ୍ନତି ଆଣିବ ବୋଲି ସରକାର କହିଛନ୍ତି।

ସୂଚନା ଅନୁସାରେ, ଶ୍ରୀଲଙ୍କାରେ ଖାଦ୍ୟ ସାମଗ୍ରୀର ଅଭାବ ମଧ୍ୟରେ ପନିପରିବା (Vegetables) ମୂଲ୍ୟ ଆକାଶଛୁଆଁ ହୋଇଯାଇଛି। ଖାଦ୍ୟ ସଙ୍କଟକୁ ଦୃଷ୍ଟିରେ ରଖି ନିଜ ଓ ପରିବାର ପାଇଁ ପନିପରିବା ଚାଷ କରିବାକୁ ଦେଶର ନାଗରିକମାନଙ୍କୁ ସରକାର ଅନୁରୋଧ କରିଛନ୍ତି। ତେବେ ଲୋକଙ୍କୁ ସେମାନଙ୍କୁ ଉତ୍ସାହିତ କରିବା ପାଇଁ ସରକାର ଆର୍ଥିକ ସହାୟତା ମଧ୍ୟ ଘୋଷଣା କରିଛନ୍ତି। କୌଣସି ବ୍ୟକ୍ତି ପ୍ରାୟ ୫୦୫ ବର୍ଗ ମିଟର ଅଞ୍ଚଳରେ ପନିପରିବା ଚାଷ କଲେ ତାଙ୍କୁ ୫୦୦୦ ଟଙ୍କା ସହାୟତା ରାଶି ପ୍ରଦାନ କରାଯିବ ବୋଲି କୁହାଯାଇଛି। ସହ-କ୍ୟାବିନେଟର ମୁଖପାତ୍ର ତଥା ବୃକ୍ଷରୋପଣ ମନ୍ତ୍ରୀ ଡକ୍ଟର ରମେଶ ପଥିରାନା ଏହି ବିଷୟରେ ସୂଚନା ଦେଇଛନ୍ତି।

ସର୍ବାଧିକ ଏକ ଏକର ପର୍ଯ୍ୟନ୍ତ ଜମିରେ ପନିପରିବା ଚାଷ କଲେ ସରକାର ୧୦ ହଜାର ଟଙ୍କାର ଭତ୍ତା ପ୍ରଦାନ କରିବେ। ଶ୍ରୀଲଙ୍କାର ସଙ୍କଟଗ୍ରସ୍ତ କୃଷି କ୍ଷେତ୍ରରେ ଉତ୍ପାଦନ ଏବଂ ମୁଣ୍ଡପିଛା ଉପଯୋଗକୁ ବୃଦ୍ଧି କରିବା ଲକ୍ଷ୍ୟରେ ଏପରି ନିଷ୍ପତ୍ତି ନିଆଯାଇଛି ବୋଲି ମନ୍ତ୍ରୀ କହିଛନ୍ତି। ସଙ୍କଟ ସମୟରେ କିଛି ଜିନିଷର ମୂଲ୍ୟ ବୃଦ୍ଧି ପାଇଥିବା କଥା ମନ୍ତ୍ରୀ କହିଛନ୍ତି।

ଏପରି ସମୟରେ ସମ୍ମାନର ସହ ସମସ୍ତ ଶ୍ରୀଲଙ୍କାବାସୀଙ୍କୁ ଏହି ସୁବିଧା ଗୁଡ଼ିକର ଉପଯୋଗ କରିବାକୁ ଅନୁରୋଧ କରାଯାଇଛି। କୃଷି ଏବଂ ଉତ୍ପାଦନର ବୃଦ୍ଧି ପାଇଁ ସରକାର ଏକ ଲକ୍ଷ୍ୟ ସ୍ଥିର କରିଛନ୍ତି। ଏଥିପାଇଁ ସମସ୍ତ ଶ୍ରୀଲଙ୍କାବାସୀଙ୍କର ସକ୍ରିୟ ସହଯୋଗ ସରକାର ଲୋଡ଼ିଛନ୍ତି।

ଦେଶରେ ସମ୍ପୂର୍ଣ୍ଣ ଜୈବିକ ଉପାୟରେ ଚାଷ କରାଯିବ ବୋଲି କିଛି ସମୟ ପୂର୍ବରୁ ଶ୍ରୀଲଙ୍କା ସରକାର କହିଥିଲେ। ତେବେ ଏହି ନିଷ୍ପତ୍ତିକୁ ଦୃଢ଼ ବିରୋଧ କରାଯାଇଥିଲା। ଏହା ଶ୍ରୀଲଙ୍କାର ଖାଦ୍ୟ ସଙ୍କଟକୁ ଆହୁରି ଗଭୀର କରିବ ବୋଲି ବିଶେଷଜ୍ଞମାନେ ଚେତାବନୀ ଦେଇଥିଲେ। ଖାଦ୍ୟ ସଙ୍କଟ ସମ୍ପର୍କରେ କିଛି ସରକାରୀ କର୍ମଚାରୀ ମଧ୍ୟ ସରକାରଙ୍କୁ ସତର୍କ କରାଇଥିଲେ, ସେଥିପାଇଁ ପରେ ତାଙ୍କୁ ଏହି ପଦବୀରୁ ହଟାଇ ଦିଆଯାଇଥିଲା।

ବର୍ତ୍ତମାନ ରାସାୟନିକ ସାର ଉପରେ ଥିବା ନିଷେଧାଦେଶକୁ ରଦ୍ଦ କରି କୃଷି ରସାୟନ ଆମଦାନୀକୁ ଅନୁମତି ଦିଆଯାଇଛି। ଦେଶରେ ବର୍ତ୍ତମାନ ଚାଷ ପାଇଁ ସାର ମିଳୁନାହିଁ।

Leave A Reply

Your email address will not be published.