ଶୌଚାଳୟ ନଥିବାରୁ ଶଶୁର ଘର ଛାଡି ବାପ ଘରକୁ ଚାଲିଗଲେ ମହିଳା,ଆଉ ସ୍ୱାମୀଙ୍କୁ କହିଲେ ମୋତେ ନେବାପାଇଁ ସେତେବେଳେ ଆସିବ ଯେତେବେଳେ…ଜାଣନ୍ତୁ ପୁରା ମାମଲା

0

Get real time updates directly on you device, subscribe now.

ଘରେ ଶୌଚାଳୟ ନଥିବାରୁ ମହିଳା ନିଜ ଶଶୁର ଘର ଛାଡ଼ିଦେଲେ। ଫିଲ୍ମ ଟୟଲେଟ ଏକ ପ୍ରେମ କଥା ରେ ଅକ୍ଷୟ କୁମାରଙ୍କୁ ଭୂମୀ ପାଡନେକରଙ୍କ ସହିତ ପ୍ରେମ ହୋଇଯାଉଛି ଯେତେବେଳେ ଭୂମୀ ଜାଣିବାକୁ ପାଆନ୍ତି ତାଙ୍କ ଶଶୁର ଘରେ ଟୟଲେଟ ନାହିଁ ସେତେବେଳେ ସେ ଶଶୁର ଘର ଛାଡ଼ି ନିଜ ବାପ ଘରକୁ ଚାଲି ଯାଆନ୍ତି ଓ ଅକ୍ଷୟଙ୍କୁ କୁହନ୍ତି ଯେତେବେଳେ ଘରେ ଶୌଚାଳୟ ବନାଇ ଦେବ ସେତେବେଳେ ମୋତେ ନେବାପାଇଁ ଆସିବ।

ଏହି କାହାଣୀ ତ ଆପଣ ଫିଲ୍ମ ପରଦାରେ ଦେଖିଥିବେ କିନ୍ତୁ ଏହାକୁ ବାସ୍ତବ ଜୀବନରେ କରି ଦେଖାଇଛନ୍ତି ଜଣେ ନବବିବାହିତ ମହିଳା। ଏହି ଘଟଣା ଉତ୍ତର ପ୍ରଦେଶର ଆଲିଗଢ଼ରେ ଘଟି ସାମ୍ନାକୁ ଆସିଛି। ସରକାର ଶୌଚାଳୟ ବନାଇବା ପାଇଁ ତ କହୁଛନ୍ତି କିନ୍ତୁ ଗାଁ ରେ କିଛି ଘର ରହିଛି ଯେଉଁଠାରେ ଶୌଚାଳୟ ବନାଯାଇନାହିଁ।

ଶୌଚାଳୟ ନଥିବାରୁ ବାପଘର ଚାଲିଗଲେ ନବବିବାହିତା କନ୍ୟା:-

ଆଲିଗଢ଼ରେ କିଛି ପରିବାର ଏମିତି ରହିଛି ଯାହାର ବର୍ତ୍ତମାନ ସୁଦ୍ଧା ମଧ୍ୟ ପାଇଖାନା ନାହିଁ। ଆଲିଗଢ଼ରେ ଏକ ପରିବାରରେ ପାଇଖାନା ନଥିବାରୁ ସେଠାରେ ଏକ ନବବିବାହିତା କନ୍ୟା ଶଶୁର ଘର ଛାଡ଼ି ଚାଲିଗଲେ। ଏହି ମାମଲା ଜଟାରୀ ଅଂଚଳରେ ଦେଖିବାକୁ ମିଳିଛି। ଏଠାରେ କମଳଙ୍କ ପତ୍ନୀ ତାଙ୍କୁ ଏଥିପାଇଁ ଛାଡ଼ି ଚାଲିଗଲେ କାରଣ ତାଙ୍କ ଘରେ ପାଇଖାନା ନଥିଲା।

ଅସଲରେ ଗଜୋ ବହୁତ ଗରିବ ପରିବାରର ଅଟନ୍ତି। ତାଙ୍କ ପରିବାର କାମ କରି ଓ କବାଡ଼ିଆ ଜିନିଷ ବିକ୍ରି କରି ନିଜ ଘର ଚଳାନ୍ତି। ଦୁଇମାସ ପୂର୍ବରୁ କମଳଙ୍କ ବିବାହ ଖୁସିଙ୍କ ସହିତ ହୋଇଥିଲା।

ଖୋଲାରେ ଶୌଚ ହେଉଥିବାରୁ ଲାଜ ଲାଗୁଥିଲା:-

ପ୍ରଥମେ ନୂଆ ନୂଆ ବାହା ହୋଇ ଆସିବାପରେ ଖୁସି ବାହାରକୁ ଶୌଚ ହେବାକୁ ଚାଲି ଯାଉଥିଲେ କାରଣ ବାହାରେ ବୁଲି ଆସିବାକୁ ତାଙ୍କୁ ଭଲ ଲାଗୁଥିଲା କିନ୍ତୁ ଯେତେବେଳେ କିଛି ସମୟ ବିତିଗଲା ଏହାପରେ ତାଙ୍କୁ ବାହାରକୁ ଶୌଚ ହେବାପାଇଁ ଯିବାକୁ ଲାଜ ଲାଗିଲା। ଏହାପରେ ସେ ବ୍ୟଥିତ ହୋଇ ନିଜ ଘରକୁ ଚାଲିଗଲେ ଓ ନିଜ ପତି କମଳଙ୍କୁ କହିଲେ ଯେତେବେଳେ ଶୌଚାଳୟ ହୋଇଯିବ ସେତେବେଳେ ମୋତେ ନେବାକୁ ଆସିବ।

ଶିକ୍ଷିତ ହୋଇନଥିବାରୁ କୌଣସି ସରକାରୀ ସୁବିଧା ତାଙ୍କୁ ମିଳୁନାହିଁ:-

ଗଜୋଙ୍କ କହିବା ହେଲା,ସେ ଓ ତାଙ୍କ ପୁଅ କମଳ ଅପାଠୁଆ ହୋଇଥିବାରୁ ତାଙ୍କୁ ଏଯାଏଁ କୌଣସି ସରକାରୀ ସୁବିଧା ମିଳିନାହିଁ। ସେମାନଙ୍କର ନା ଆଜିଯାଏଁ ଆଧାରକାର୍ଡ ନା ରାସନ କାର୍ଡ଼ ହୋଇଛି। ଏହି ମାମଲାକୁ ଜାଣିବା ପରେ ଗ୍ରାମର ସମାଜସେବୀ ପ୍ରଦୀପ ବଂସଲ ତାଙ୍କର ଆଧାରକାର୍ଡ ବନାଇବା ପ୍ରକ୍ରିୟା ଆରମ୍ଭ କରିଦେଇଛନ୍ତି।

Leave A Reply

Your email address will not be published.