ସୋସିଆଲ ମିଡିଆରେ ଭାଇରାଲ ହେଲା ବିରାଟ କୋହଲିଙ୍କ ଦଶମ ଶ୍ରେଣୀର ମାର୍କସିଟ,ଦେଖନ୍ତୁ

ବର୍ତ୍ତମାନ ସମୟରେ ଭାରତ ଏବଂ ବିଶ୍ଵର ସମସ୍ତଙ୍କ ପ୍ରିୟ ଖେଳାଳି ଯିଏ ନିଜ ଖେଳ ମାଧ୍ୟମରେ ସମସ୍ତଙ୍କ ନିକଟରେ ନିଜକୁ ପରିଚିତ କରାଇବା ସହ ସମସ୍ତଙ୍କ ପ୍ରିୟ ହୋଇ ଯାଇଛନ୍ତି।ସେ ଅଧିକାଂଶ ସମୟ ମଧ୍ୟରେ ସୋସିଆଲ ମିଡିଆରେ ସକ୍ରିୟ ରହିଥାନ୍ତି।ସେ ତାଙ୍କ ବିଷୟରେ ସମସ୍ତ ତଥ୍ୟ ସୋସିଆଲ ମିଡିଆରେ ପୋଷ୍ଟ ଏବଂ ସେୟାର କରିଥାନ୍ତି।

ଆଜି ଆପଣମାନଙ୍କୁ ବିରାଟ କୋହଲିଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ସବୁବେଳେ ସୋସିଆଲ ମିଡିଆରେ ସକ୍ରିୟ ରହିଥାନ୍ତି ଏବଂ ନିଜ ବିଷୟରେ ଅନେକ ଜିନିଷ ପୋଷ୍ଟ କରିଥାନ୍ତି ଯାହା ଅନେକ ସମୟରେ ଆଲୋଚନାର ବିଷୟ ହେବା ସହ ଅନେକ ଭାଇରଲ୍ ମଧ୍ୟ ହୋଇଥାଏ। ବର୍ତ୍ତମାନ ସମୟରେ ବିରାଟ କୋହଲି ନିଜ ଦଶମ ଶ୍ରେଣୀର ମାର୍କ ସିଟକୁ ନିଜ Instagramରେ ପୋଷ୍ଟ କରିଛନ୍ତି ଯାହା ଏବେ ସୋସିଆଲ ମିଡିଆରେ ଭାଇରାଳ ହେବାରେ ଲାଗିଛି।

ବିରାଟ ନିଜର ଦଶମ ଶ୍ରେଣୀ ୨୦୦୪ ମସିହା ପଶ୍ଚିମ ବିହାର ସେଭର୍ କନଭେଣ୍ଟ ବିଦ୍ୟାଳୟରୁ ପାସ କରିଥିଲେ।ଏହି ମାର୍କ ସିଟ ଅନୁସାରେ ବିରାଟ ଙ୍କୁ ୬୯ ପ୍ରତିଶତ ମାର୍କ ମିଳିଥିଲା ଏବଂ ଏଥିରେ ମୋଟ ୬ ଟି ବିଷୟ ସାମିଲ ଥିଲା।ସେ ଇଂରାଜୀ ରେ ୮୩ ,ହିନ୍ଦୀ ରେ ୭୫ ,ଗଣିତ ରେ ୫୧ ,ବିଜ୍ଞାନ ରେ ୫୫ ,ସାମାଜିକ ବିଜ୍ଞାନ ରେ ୮୧ ଏବଂ introductary ବିଜ୍ଞାନରେ ୫୮ ମାର୍କ ରଖିଥିଲେ ।ସେ ମଜାରେ କହିଥିଲେ ଯେ ଯେଉଁ ବିଷୟଟି ତାଙ୍କର ଭଲ ହୋଇଥାଏ ସେହି ବିଷୟଟି ସେଥିରେ ନାହିଁ।

ସେ ସେୟାର କରିଥିବା ପୋଷ୍ଟରେ ଲେଖିଥିଲେ ଯେ ମୁଁ ଯେଉଁଥିରେ ପାରଙ୍ଗମ ତାହା ଏଥିରେ ରହିବାର ଥିଲା ।ଯାହା ଏବେ ବହୁତ ଭାଇରାଲ ହେବାରେ ଲାଗିଛି। ବିରାଟ ଏବେ ବହୁଳ ପରିମାଣରେ ଭାଇରାଲ ହେଉଛନ୍ତି କାରଣ ସେ ତାଙ୍କ ଖେଳ ଏବଂ ଫିଟନେସ ପାଇଁ ସମସ୍ତଙ୍କର ପ୍ରିୟ ହୋଇପାରିଛନ୍ତି ଏବଂ ସେ ସବୁବେଳେ ସୋସିଆଲ ମିଡିଆରେ ସକ୍ରିୟ ରହିଥାନ୍ତି ଯାହାଦ୍ଵାରା ତାଙ୍କର ପୋଷ୍ଟ ସବୁବେଳେ ଭାଇରାଲ୍ ହୋଇଥାଏ।

odia sambada
Comments (0)
Add Comment