ବଡ ଖବର : ଗାଙ୍ଗୁଲି-ରୋହିତ-ପାଣ୍ଡ୍ୟାଙ୍କ ନାଁରେ କୋର୍ଟରେ ସଙ୍ଗୀନ୍‌ ଅଭିଯୋଗ,ଜାଣନ୍ତୁ କାହିଁକି ?

ସାଧାରଣତଃ କ୍ରିକେଟର୍ ମାନେ ଖେଳର ଭଲ ପ୍ରଦର୍ଶନକୁ ନେଇ ଚର୍ଚ୍ଚାରେ ଥାଆନ୍ତି ଆଉ କୌଣସି ମ୍ୟାଚରେ ନିଜର ଖରାପ ପ୍ରଦର୍ଶନକୁ ନେଇ ମଧ୍ୟ ଚର୍ଚ୍ଚାକୁ ଆସନ୍ତି।

ହେଲେ ଖେଳାଳିମାନେ ଯେତେବେଳେ କୌଣସି ଏକ ମାମଲାକୁ ନେଇ କୋର୍ଟକୁ ଯାଆନ୍ତି ତେବେ ସେହି କଥା ବହୁତ ବଡ ଚର୍ଚ୍ଚାର ବିଷୟ ପାଲଟି ଯାଏ, ଏବେ ଇଣ୍ଡିଆ କ୍ରିକେଟ ଟିମ୍ର‌ କିଛି ଷ୍ଟାର୍ ଖେଳାଳି ମାନେ କୋର୍ଟ ର ଦ୍ଵାରସ୍ଥ ହୋଇଛନ୍ତି।

ଭାରତୀୟ ଦଳର ଅଧିନାୟକ ରୋହିତ ଶାର୍ମା, ପୂର୍ବତନ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଅଭିନେତା ଅମିର ଖାନ୍‌, ହାଇଲାଇଟ୍‌ ମ୍ୟାନ୍‌ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନାଁ ସଂଗୀନ୍‌ ଅଭିଯୋଗ।

ବିହାରର ମୁଜାଫରପୁର ସିଜିଏମ୍‌ କୋର୍ଟରେ ତାଙ୍କ ବିରୋଧରେ ପିଆଇଏଲ ଦାଖଲ କରଯାଇଛି, ସାମାଜିକ କର୍ମୀ ତମନ୍ନା ହାସମୀ କୋର୍ଟରେ ଏହି ପିଆଇଏଲ୍ ଦାଖଲ କରିଛନ୍ତି।

ପିଆଇଏଲ୍ ରେ ଦର୍ଶାଯାଇଛି ଯେ, ଏହି ତାରକାମାନେ ଆଇପିଏଲ୍‌କୁ ନେଇ ଜୁଆ ଖେଳିବାକୁ ପ୍ରୋତ୍ସାହିତ କରୁଛନ୍ତି। ଅନ୍‌ଲାଇନ୍‌ ଗେମିଂ ଆପ୍‌ ଡ୍ରିମ୍ ୧୧, ଏମ୍‌ପିଏଲ୍‌ ଭଳି ଅନେକ ଗେମିଂ ଆପ୍‌ର ବିଜ୍ଞାପନ କରୁଛନ୍ତି। ସେଥିରେ ଯୁବପିଢ଼ିଙ୍କୁ ଜୁଆ ଖେଳିବାକୁ ପ୍ରୋତ୍ସାହିତ କରୁଛନ୍ତି।

ସେମାନଙ୍କର ଏଭଳି ବିଜ୍ଞାପନ ଦ୍ୱାରା ଦେଶର ଯୁବପିଢ଼ି ଜୁଆଡ଼ି ହେବାକୁ ବସିଲେଣି, ଯାହାକି ସେମାନଙ୍କର ଭବିଷ୍ୟତ ପାଇଁ ବିପଦ ହେବା ସହ ଏହା ଦେଶ ପାଇଁ ମଧ୍ୟ ବିପଦ। ତମନ୍ନାଙ୍କ ଏହି IPLକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା ଆରମ୍ଭ ହୋଇଛି, ଆଗାମୀ ୨୨ ତାରିଖରେ ଏହି ମାମଲାର ଶୁଣାଣି ହେବ ବୋଲି କୋର୍ଟ ଧାର୍ଯ୍ୟ କରିଛନ୍ତି।

odia sambada
Comments (0)
Add Comment