କାହିଁକି ଅର୍ଜୁନ ତେନ୍ଦୁଲକରଙ୍କୁ ପ୍ଲେଇଙ୍ଗ ଇଲେଭେନରେ ସୁଯୋଗ ଦେଉନାହାନ୍ତି ମୁମ୍ବାଇ ଇଣ୍ଡିଆନ୍ସର କ୍ୟାପଟେନ ରୋହିତ ଶର୍ମା,ଜାଣନ୍ତୁ କାରଣ …..

ଆଇପିଏଲରେ ଏବେ ପ୍ରତିଦିନ ଏକରୁ ଅଧିକ ରୋମାଞ୍ଚକର ମ୍ୟାଚ୍ ଖେଳାଯାଉଛି। ଆଗକୁ ଦର୍ଶକମାନେ ଆହୁରି ମନୋରଞ୍ଜନ ଦେଖିବାକୁ ଯାଉଛନ୍ତି। ଆଜି ଦିଲ୍ଲୀ କ୍ୟାପିଟାଲସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯାଉଛି।

ଯେଉଁଥିରେ ମୁମ୍ବାଇ ଇଣ୍ଡିଆନ୍ସ୍ ଅଧିନାୟକ ରୋହିତ ଶର୍ମା ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଏହି ମ୍ୟାଚ୍‌ରେ ମଧ୍ୟ ଅଧିନାୟକ ରୋହିତ ଶର୍ମା ଅର୍ଜୁନ ତେନ୍ଦୁଲକରଙ୍କୁ ଦଳରେ ସ୍ଥାନ ଦେଇନାହାଁନ୍ତି। ଆସନ୍ତୁ ଜାଣିବା କାହିଁକି ରୋହିତ ଅର୍ଜୁନଙ୍କୁ ସୁଯୋଗ ଦେଉନାହାଁନ୍ତି।

କ୍ୟାପଟେନ ରୋହିତ ଅର୍ଜୁନଙ୍କୁ ବିଶ୍ୱାସ କରନ୍ତି ନାହିଁ। ଏହି କାରଣରୁ ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ରୋହିତ ଶର୍ମା ଅର୍ଜୁନ ତେନ୍ଦୁଲକରଙ୍କୁ ପ୍ଲିଇଙ୍ଗ ଇଲେଭେନରେ ଖେଳିବାରେ ସୁଯୋଗ ଦେଉନାହାଁନ୍ତି।

ଅର୍ଜୁନ ଏବେ ଅଧିକ ମ୍ୟାଚ୍ ଖେଳି ନାହାଁନ୍ତି। ତେଣୁ ସେ ଆଇପିଏଲ ପରି ଏକ ବଡ଼ ଟୁର୍ନାମେଣ୍ଟରେ ଖେଳିବାର ଅର୍ଜୁନଙ୍କ ଦକ୍ଷତା ଉପରେ ସନ୍ଦେହ କରୁଛନ୍ତି।

ଘରୋଇ ଟି-20 ଟୁର୍ନାମେଣ୍ଟରେ ଅର୍ଜୁନ ଏପର୍ଯ୍ୟନ୍ତ କିଛି ଆଶ୍ଚର୍ଯ୍ୟଜନକ କାର୍ଯ୍ୟ କରିନାହାଁନ୍ତି।ଏହି କାରଣରୁ ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ରୋହିତ ଶର୍ମା ଅର୍ଜୁନ ତେନ୍ଦୁଲକରଙ୍କୁ ପ୍ଲିଇଙ୍ଗ ଇଲେଭେନ ଖେଳିବାରେ ସୁଯୋଗ ଦେଉନାହାଁନ୍ତି।ଅର୍ଜୁନ 2021 ମସିହାରେ ତାଙ୍କର ପ୍ରଥମ ଶ୍ରେଣୀରେ ଡେବ୍ୟୁ କରିଥିଲେ।

ଅର୍ଜୁନ ତେନ୍ଦୁଲକର ଗତ 2ଟା ସିଜିନରେ ମୁମ୍ବାଇ ଇଣ୍ଡିଆନ୍ସ ସହିତ ଜଡିତ ଥିଲେ। କିନ୍ତୁ 2021ରେ ତାଙ୍କୁ ପୂରା ସିଜିନ ଖେଳିବାର ସୁଯୋଗ ଦିଆଯାଇନଥିଲା। 2022 ସିଜନରେ ମୁମ୍ବାଇ ଇଣ୍ଡିଆନ୍ସ ଦଳର ପ୍ରାୟ ପ୍ରତ୍ୟେକ ଖେଳାଳିଙ୍କୁ ପ୍ଲେଇଁଙ୍ଗ ଇଲେଭେନ ଖେଳିବାକୁ ସୁଯୋଗ ଦେଇଛି। କିନ୍ତୁ ଅର୍ଜୁନ ସେଠାରେ ମଧ୍ୟ ସୁଯୋଗ ପାଇପାରିନଥିଲେ।

odia sambada
Comments (0)
Add Comment