ବିରାଟ କୋହଲି ଠାରୁ ଆରମ୍ଭ କରି ଧୋନି ପର୍ଯ୍ୟନ୍ତ କେଉଁମାନେ ଅଟନ୍ତି କେତେ ଶିକ୍ଷିତ, ଜାଣନ୍ତୁ ଏହି ଆର୍ଟିକିଲରେ।:-

ଟିମ୍ ଇଣ୍ଡିଆର ଷ୍ଟାର ବ୍ୟାଟ୍ସମ୍ୟାନ୍ ବିରାଟ କୋହଲିଙ୍କ ଦଶମ ମାର୍କସିଟ୍ ଯାହା ସୋସିଆଲ ମିଡିଆରେ ପୋଷ୍ଟ ହୋଇଥିଲା ତାହା ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି। ଆଜିକାଲି ଅନେକ ରାଜ୍ୟର ବୋର୍ଡ ଫଳାଫଳ ପ୍ରକାଶ ପାଉଛି, ଏପରି ପରିସ୍ଥିତିରେ କୋହଲିଙ୍କ ଏହି ମାର୍କସିଟ୍ କମ୍ ମାର୍କ ପାଇଥିବା ଛାତ୍ରମାନଙ୍କୁ ଉତ୍ସାହିତ କରିପାରିବ।

ବାସ୍ତବରେ କୋହଲି ପାଠପଢ଼ାରେ ସେତେ ଭଲ ନଥିଲେ, କିନ୍ତୁ ଯେତେବେଳେ ସେ କ୍ରିକେଟର ହେଲେ, ସେତେବେଳେ ସେ ହିଷ୍ଟ୍ରି ସୃଷ୍ଟି କରିଥିଲେ। କେବଳ ଏକା କୋହଲି ନୁହଁନ୍ତି, ଟିମ୍ ଇଣ୍ଡିଆର ଅନେକ କ୍ରିକେଟର ମଧ୍ୟ ବହୁତ କମ୍ ଶିକ୍ଷିତ ଅଟନ୍ତି। କିନ୍ତୁ ତଥାପି ଆଜି ସେମାନେ ନିଜ ଜୀବନରେ ଏତେ ସଫଳ ପାଇଛନ୍ତି।

ତେବେ ଆସନ୍ତୁ ଜାଣିବା ବିରାଟ କୋହଲିଙ୍କ ଠାରୁ ଧୋନି ପର୍ଯ୍ୟନ୍ତ କେଉଁ କ୍ରିକେଟରମାନେ ଅଟନ୍ତି କେତେ ଶିକ୍ଷିତ।

-ଟେଷ୍ଟ ହେଉ କିମ୍ବା ୱାନଡେ କ୍ରିକେଟର ସଚିନ ତେନ୍ଦୁଲକର ସବୁ ସ୍ଥାନରେ ଏକ ନମ୍ବର ଥିଲେ। କିନ୍ତୁ ତାଙ୍କ ପାଠପଢ଼ା ବିଷୟରେ କହିଲେ ସେ ସେ ଦଶମ ବି ପାସ୍ କରିନାହାଁନ୍ତି। ସେ ମାତ୍ର 16 ବର୍ଷ ବୟସରେ ଟିମ୍ ଇଣ୍ଡିଆ ପାଇଁ ଡେବ୍ୟୁ କରିଥିଲେ, ଯେଉଁଥିପାଇଁ ତାଙ୍କୁ ମଧ୍ୟ ପାଠପଢା ଛାଡିବାକୁ ପଡିଲା।

-ଟିମ୍ ଇଣ୍ଡିଆର ସବୁଠାରୁ ସଫଳ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ବିଷୟରେ କହିବାକୁ ଗଲେ ସେ ଦ୍ୱାଦଶ ପାଠପଢ଼ାକୁ ଅଧାରୁ ଛାଡିଥିଲେ। ଧୋନି ରାଞ୍ଚିର ଜାଭିୟର କଲେଜରେ ବି.କମ୍ ରେ ଆଡମିଶନ ନେଇଥିଲେ, କିନ୍ତୁ କ୍ରିକେଟରେ ବ୍ୟସ୍ତ ଥିବାରୁ ତାଙ୍କୁ ମଧ୍ୟଭାଗରେ ଅଧ୍ୟୟନ ଛାଡିବାକୁ ପଡିଥିଲା। ଭାରତ ପାଇଁ ଧୋନି ଆଜି ଟି-20 ବିଶ୍ୱକପ, ୱାନଡେ ବିଶ୍ୱକପ ଏବଂ ଚାମ୍ପିଅନ୍ସ ଟ୍ରଫି ଟାଇଟଲ ଜିତାଇଛନ୍ତି।

-ବିରାଟ କୋହଲି ମଧ୍ୟ କ୍ରିକେଟ୍ ପାଇଁ ଅଧାରୁ ପାଠପଢା ଛାଡିଥିଲେ। ସେ କେବଳ ଦ୍ୱାଦଶ ପର୍ଯ୍ୟନ୍ତ ପାଠ ପଢିପାରିଥିଲେ, କିନ୍ତୁ ଆଜି ତାଙ୍କର ପ୍ରକୃତ ନମ୍ବର ତାଙ୍କ ସଫଳତା ପ୍ରମାଣ କରେ।

-ଟିମ୍ ଇଣ୍ଡିଆର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ଅଧିକ ପଢିପାରିନଥିଲେ। ସେ କେବଳ ନବମ ଶ୍ରେଣୀ ପର୍ଯ୍ୟନ୍ତ ଅଧ୍ୟୟନ କରିଥିଲେ, ତଥାପି ହାର୍ଦ୍ଦିକ ତାଙ୍କ କ୍ୟାରିୟରରେ ଅନେକ ନୁଆ ରେକର୍ଡ ସୃଷ୍ଟି କରିଥିଲେ। ଆଜି ତାଙ୍କୁ ଟିମ୍ ଇଣ୍ଡିଆର ଜଣେ ଭଲ କ୍ରିକେଟର ଭାବରେ ମଧ୍ୟ ଦେଖାଯାଏ।

-ଶିଖର ଧାୱନ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ିଛନ୍ତି, କିନ୍ତୁ ସେ କେବେବି କଲେଜ ଯାଇପାରିନଥିଲେ।

– ତେବେ ସେହିପରି ଅନ୍ୟ ଖେଳାଳି ମାନେ ଯେପରିକି ଯୁବରାଜ ସିଂ ଦ୍ୱାଦଶ ପର୍ଯ୍ୟନ୍ତ ପଢ଼ିଛନ୍ତି। ବିରେନ୍ଦର ସେହୱାଗ ଜାମିଆ ମିଲିଆ ଇସଲାମିଆ ବିଶ୍ୱବିଦ୍ୟାଳୟରେ ସ୍ନାତକ ହାସଲ କରିଛନ୍ତି। ଅନିଲ କୁମ୍ବଲେ ମେକାନିକାଲ୍ ଇଞ୍ଜିନିୟରିଂ କରିଛନ୍ତି। ସୌରଭ ଗାଙ୍ଗୁଲି ସେଣ୍ଟ ଜାଭିୟର କଲେଜରେ ସ୍ନାତକ ହାସଲ କରିଛନ୍ତି ଏବଂ ରାହୁଲ ଦ୍ରାବିଡ ସେଣ୍ଟ ଜୋସେଫ କଲେଜରେ ଏମବିଏ କରିଛନ୍ତି।

odia sambada
Comments (0)
Add Comment