ଯଶପ୍ରୀତ ବୁମ୍ରାଙ୍କ ସହ କଥା ହୋଇପାରିବେନି ରୋହିତ ଶର୍ମା ଏବଂ ବିରାଟ କୋହଲି ! BCCI ଲଗାଇଲା ଉଭୟଙ୍କ ଉପରେ ବ୍ୟାନ

ଟିମ୍ ଇଣ୍ଡିଆର ଷ୍ଟାର୍ ଏବଂ ସ୍ପୀଡ଼ ବୋଲର ଜସପ୍ରୀତ ବୁମ୍ରାଙ୍କର ନ୍ୟୁଜିଲ୍ୟାଣ୍ଡରେ ବ୍ୟାକ୍ ସର୍ଜରୀ ହୋଇସାରିଛି। ତେବେ ଜସପ୍ରୀତ ବୁମ୍ରାଙ୍କ ସୁସ୍ଥ ହେବା ପ୍ରକ୍ରିୟା ଏବଂ ଆଘାତର ଗମ୍ଭୀରତା ସମ୍ପର୍କରେ କୌଣସି ସୂଚନା ଦିଆଯାଇ ନାହିଁ। କେବଳ ଜାତୀୟ କ୍ରିକେଟ୍ ଏକାଡେମୀର ପ୍ରମୁଖ ଭିଭିଏସ୍ ଲକ୍ଷ୍ମଣ ହିଁ ଜସପ୍ରୀତ ବୁମ୍ରାଙ୍କ ବିଷୟରେ ଜାଣିଛନ୍ତି।

ଏହା ବ୍ୟତୀତ ଜସପ୍ରୀତ ବୁମ୍ରାଙ୍କ ସହ କୌଣସି ଖେଳାଳି କିମ୍ବା ଚୟନକର୍ତ୍ତାଙ୍କୁ କଥାବାର୍ତ୍ତା କରିବାକୁ ଅନୁମତି ନାହିଁ। BCCI କହିଛି ଯେ, “ଜସପ୍ରୀତ ବୁମ୍ରାଙ୍କ ଆଘାତ ବିଷୟରେ ବିସିସିଆଇର ଅନେକ ଲୋକ ଜାଣି ନାହାଁନ୍ତି । ତାଙ୍କ ସହ କଥାବାର୍ତ୍ତା କରିବାକୁ କେବଳ ଭିଭିଏସ୍ ଲକ୍ଷ୍ମଣ ଏବଂ ଫିଜିଓଙ୍କୁ ଅନୁମତି ରହିଛି।

ଏପରିକି ଚୟନ କମିଟିଙ୍କୁ କୁହାଯାଇଛି ଯେ ସମୟ ଆସିଲେ ଜସପ୍ରୀତ ବୁମ୍ରାଙ୍କ ଆଘାତ ସମ୍ପର୍କରେ ସେମାନଙ୍କୁ ସୂଚନା ଦିଆଯିବ। ସୂଚନା ଅନୁଯାୟୀ ଆଘାତ ଯୋଗୁଁ ଜସପ୍ରୀତ ବୁମ୍ରା ଗତ କିଛି ମାସ ଧରି କ୍ରିକେଟ୍ ଠାରୁ ଦୂରରେ ଥିଲେ। ପୂର୍ବରୁ ଜସପ୍ରୀତ ବୁମ୍ରା ଖ୍ରୀଷ୍ଟଚର୍ଚରେ ଅସ୍ତ୍ରୋପଚାର କରିଛନ୍ତି।

କିନ୍ତୁ ଅସ୍ତ୍ରୋପଚାର ସତ୍ତ୍ୱେ ଜସପ୍ରୀତ ବୁମ୍ରା ଆସନ୍ତା 6ମାସ ପର୍ଯ୍ୟନ୍ତ ପଡ଼ିଆକୁ ଫେରି ପାରିବେ ନାହିଁ। ଏହାର ଅର୍ଥ ରାଇଟ ହ୍ୟାଣ୍ଡ ସ୍ପୀଡ଼ ବୋଲର ଜସପ୍ରୀତ ବୁମ୍ରାଙ୍କୁ ଆଇପିଏଲ 2023 ର ଆଗାମୀ ସଂସ୍କରଣରୁ ବାଦ୍ ଦିଆଯାଇଛି।ଏଥି ସହିତ ଏସିଆ କପ୍ 2023ରେ ଖେଳିବା ଉପରେ ମଧ୍ୟ ସ୍ଥିତି ସ୍ପଷ୍ଟ ହୋଇନାହିଁ।

ବାସ୍ତବରେ ଚଳିତ ବର୍ଷ ଅକ୍ଟୋବର-ନଭେମ୍ବରରେ ଆଇସିସି ୱାନଡେ ବିଶ୍ୱକପ 2023 ଭାରତରେ ଖେଳାଯିବ। ସେଥିପାଇଁ ଜସପ୍ରୀତ ବୁମ୍ରା ଙ୍କୁ ନେଇ ବିସିସିଆଇ ବହୁତ ସତର୍କ ଅଛି। ଆହତ କାରଣରୁ ଭାରତୀୟ ଦଳର ସ୍ପୀଡ଼ ବୋଲର ଜସପ୍ରୀତ ବୁମ୍ରା ଆଇପିଏଲରୁ ବାଦ୍ ପଡ଼ିଛନ୍ତି। ବୁମ୍ରା ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ମଧ୍ୟ ଖେଳିପାରିବେନି ବୋଲି ଆଶଙ୍କା କରାଯାଉଛି।

ଜସପ୍ରୀତ ବୁମ୍ରା ନିଜେ ଟିମ୍ ଇଣ୍ଡିଆ ପାଇଁ ଅନେକ ମ୍ୟାଚ୍ ଜିତିଛନ୍ତି।ଯେତେବେଳେ  ଜସପ୍ରୀତ ବୁମ୍ରା ନିଜ ଫର୍ମରେ ଥାଆନ୍ତି ସେ ଯେକୌଣସି ବ୍ୟାଟିଂ ମ୍ୟାନଙ୍କୁ ଆଉଟ କରିବାର କ୍ଷମତା ରଖିଥାନ୍ତି। ଟେଷ୍ଟ କ୍ରିକେଟର ଶ୍ରେଷ୍ଠ ବୋଲରଙ୍କ ମଧ୍ୟରେ ଜସପ୍ରୀତ ବୁମ୍ରାଙ୍କ ନାମ ଗଣିତ ହୋଇଥାଏ।

ଜସପ୍ରୀତ ବୁମ୍ରା ଭାରତୀୟ ଦଳ ପାଇଁ 30ଟି ଟେଷ୍ଟ ମ୍ୟାଚରେ 128ଟି ୱିକେଟ୍ ନେଇଛନ୍ତି । ଗତ 8-9 ମାସ ଧରି ସ୍ପୀଡ଼ ବୋଲର ଜସପ୍ରୀତ ବୁମ୍ରା ଟିମ୍ ଇଣ୍ଡିଆରୁ ଦୂରରେ ଅଛନ୍ତି। ଜସପ୍ରୀତ ବୁମ୍ରା ଶେଷ ଥର ପାଇଁ ସେପ୍ଟେମ୍ବର 2022ରେ ଅଷ୍ଟ୍ରେଲିଆ ବିପକ୍ଷ ଟି-20 ସିରିଜରେ ଖେଳିଥିଲେ।

ସେ ଏପର୍ଯ୍ୟନ୍ତ ଭାରତ ପାଇଁ 30ଟି ଟେଷ୍ଟ, 72ଟି ୱାନଡେ ଏବଂ 60ଟି T-20 ଅନ୍ତର୍ଜାତୀୟ ଖେଳିଛନ୍ତି। ପିଠିରେ ଆଘାତ ଲାଗିଥିବାରୁ ସେ ଗତ ବର୍ଷ ସେପ୍ଟେମ୍ବର ମାସରୁ ପଡ଼ିଆରୁ ଦୂରରେ ଅଛନ୍ତି ।

odia sambada
Comments (0)
Add Comment