ଗୋଟିଏ ମ୍ୟାଚ୍‌ରେ ୭ ଓଭର୍‌ରେ ୭ ୱିକେଟ୍‌, ତା’ସାଙ୍ଗକୁ ମେଡେନ୍‌ ଓଭର୍‌, ଜାଣନ୍ତୁ କିଏ ସେ ବୋଲର ?

ବର୍ତ୍ତମାନ ସମୟରେ ଲୋକଙ୍କର ନଜର କ୍ରିକେଟ ଉପରେ ରହିଛି କାରଣ ସମସ୍ତେ ଏବେ କ୍ରିକେଟ୍ ଖେଳିବା ପାଇଁ ଇଚ୍ଛା ପ୍ରକାଶ କରୁଛନ୍ତି। ଅଧିକାଂଶ ଲୋକମାନେ ଖେଳ ପ୍ରତି ରୁଚି ରଖୁଥିବାର ଦେଖିବାକୁ ମିଳୁଛି।ସେମାନେ କାର୍ଯ୍ୟ ସାଙ୍ଗକୁ ଖେଳ ପାଇଁ ମଧ୍ୟ ସମୟ ଦେଉଛନ୍ତି ତାହା ପୁଣି କାର୍ଯ୍ୟରୁ ଫାଙ୍କା ପାଇଲେ।

ତେଣୁ ଏବେ ଦେଖିବାକୁ ଗଲେ କ୍ରିକେଟକୁ ଅନେକ ଖେଳିବାକୁ ପସନ୍ଦ କରୁଥିବା ବେଳେ ଆଉ କେତେକ ହକି ଏବଂ ଅନେକ ଖେଳକୁ ପସନ୍ଦ କରୁଛନ୍ତି ଏବଂ ଖେଳରେ ଅଧିକ ସମୟ ବିତାଉଛନ୍ତି କାରଣ ବର୍ତ୍ତମାନ ସମୟରେ କ୍ରିକେଟ ପ୍ରତି ସମସ୍ତେ ଆକର୍ଷିତ ହେଉଛନ୍ତି।

ଯେବେ ଠାରୁ କ୍ରିକେଟ ଦିନିକିଆ , ଟି ୨୦ ,ଟି ୧୦ରେ ଭାଗ ହେଲାଣି ସେବେଠାରୁ ଲୋକମାନଙ୍କ ଉତ୍ସାହ ଦିନକୁ ଦିନ କ୍ରିକେଟ୍ ଉପରେ ବଢ଼ି ଚାଲିଛି ଏବଂ ରେକର୍ଡ ଉପରେ ରେକର୍ଡ ତିଆରି ହୋଇ ଚାଲିଛି। କିଏ କମ୍ ବଲରେ ଅଧିକ ରନ କରୁଛି ତ କିଏ କମ ରନ ଦେଇ ଅଧିକ ୱିକେଟ ନେଉଛି।

କିଏ ଭଲ କ୍ୟାଚ ଧରିଛି ତା କିଏ ବଡ଼ ଛକ୍କା ମାରୁଛି।ଏହି ଭଳି ଅନେକ କିର୍ତ୍ତିମାନ୍ ଏବେ ହୋଇଚଳିଛି।ସେଥିପାଇଁ ଏବେ ବାହାର ଦେଶର ଖେଳାଳି ମାନେ ଆଇପିଏଲ ଖେଳିବା ପାଇଁ ନିଜ ଦେଶ ଆଉ କାହା ସହ ଖେଳିବାକୁ ଥିବା ସୀରିଜରୁ ନିଜ ନାମ ଉଠାଇ ଆଇପିଏଲରେ ଖେଳିବାକୁ ଆସୁଛନ୍ତି।

ସେହିପରି ରେକର୍ଡ ଉପରେ ରେକର୍ଡର ଅଧିକାରୀ ହୋଇଛନ୍ତି ୱେଷ୍ଟଇଣ୍ତିଜ୍‌ର ଏହି ଖେଳାଳି । ତାଙ୍କ ନାଁରେ ପୂର୍ବରୁ ଅନେକ ରେକର୍ଡ ଥିଲେ ବି ଆଜି ସେ ଆଉ ଏକ କିର୍ତ୍ତୀମାନ ସ୍ଥାପନ କରିଛନ୍ତି । ପୂର୍ବରୁ ସୁପର୍‌ ଓଭର୍‌ରେ ମେଡେନ୍‌ ନେଇ ସେ ପୂର୍ବରୁ ରେକର୍ଡ କରିଥିଲେ । ଏବେ ଏକ ମ୍ୟାଚ୍‌ରେ ଏଭଳି ଏକ ଚମତ୍କାର କରିଛନ୍ତି, ଯାହା କ୍ରିକେଟ୍‌ ଇତିହାସରେ ପ୍ରଥମ ।

୭ ଓଭର୍‌ ବୋଲିଂ କରି ସମସ୍ତ ଓଭର୍‌ ମେଡେନ୍‌ ନେବା ସହ ୭ଟି ୱିକେଟ୍‌ ମଧ୍ୟ ନେଇଛନ୍ତି । ତେବେ ସେହି ଖେଳାଳି ଜଣକ ହେଉଛନ୍ତି ୱେଷ୍ଟଇଣ୍ତିଜ୍‌ର ମିଷ୍ଟ୍ରି ସ୍ପିନର୍‌ ସୁନିଲ ନାରିନ୍‌ । ଯିଏ KKR ତରଫରୁ ଆଇପିଏଲ ଖେଳିଥାନ୍ତି।ତାଙ୍କ ନାମରେ ଆଇପିଏଲରେ ବଡ଼ କିର୍ତିମାନ ରହିଛି ଯାହାକି ଭାଙ୍ଗିବା ଅସମ୍ଭବ।କାରଣ ସୁପର ଓଭର ମ୍ୟାଚରେ ବିନା ରନ ଦେଇ ସେ ତାଙ୍କ ଟିମକୁ ଜିତାଇଥିଲେ।

ଆଇପିଏଲର ସମସ୍ତ ସଂସ୍କରଣରେ ଜଣେ ସଫଳତମ ବୋଲର୍‌ଙ୍କ ମଧ୍ୟରେ ଜଣେ ହେଉଛନ୍ତି ସୁନିଲ ନାରିନ୍‌ । ପୂର୍ବରୁ ନାରିନ୍‌ଙ୍କୁ ନେଇ ବ୍ୟାଟ୍ସମ୍ୟାନ୍‌ଙ୍କ ମନରେ ଭୟ ଥିବା ବେଳେ ଏବେ ଏହି ରେକର୍ଡ ସେହି ଭୟକୁ ଦ୍ୱିଗୁଣିତ କରିବ ।

ୱେଷ୍ଟଇଣ୍ତିଜ୍‌ରେ ଖେଳାଯାଉଥିବା ଏକ ଘରୋଇ ମ୍ୟାଚରେ କ୍ଲକ୍‌ ରୋଡ୍‌ ୟୁନାଇଟେଡ୍‌ ବନାମ କ୍ୱିଂନ୍ସ ପାର୍କ କ୍ରିକେଟ୍‌ କ୍ଲବରେ ସେ ୭ ଓଭର୍‌ ବୋଲିଂ କରି ୭ଟି ୱିକେଟ୍‌ ନେଇଥିଲେ । ଆଶ୍ଚର୍ଯ୍ୟକର କଥା ହେଉଛି ସେ ମ୍ୟାଚ୍‌ରେ ଏକ ରନ୍‌ ବି ଦେଇନଥିଲେ ,ସମସ୍ତ ଓଭର ମେଡେନ ନେଇଥିଲେ।

୩୪ ବର୍ଷୀୟ ସୁନିଲ ନାରିନ୍‌ଙ୍କୁ ଆଇପିଏଲ୍‌ରେ ମିଷ୍ଟ୍ରି ସ୍ପିନ୍‌ର କୁହାଯାଏ । ତାଙ୍କ ବୋଲିଂକୁ ସାମ୍ନା କରିବା ପାଇଁ ପ୍ରାୟ ବ୍ୟାଟ୍ସମ୍ୟାନ୍‌ ବିଫଳ ହୋଇଥାନ୍ତି । ସେ ଆଇପିଏଲ୍‌ରେ ମୋଟ୍‌ ୧୪୮ ମ୍ୟାଚ୍‌ ଖେଳିଛନ୍ତି ଓ ୧୫୨ଟି ୱିକେଟ୍‌ ମଧ୍ୟ ନେଇଛନ୍ତି । ଯେଉଁଥିରେ ସେ ୭ଥର ୪ ୱିକେଟ୍‌ ଓ ଥରଟେ ୫ଟି ୱିକେଟ୍‌ ନେଇଛନ୍ତି ।

ଏବର୍ଷ ସେ ପୁଣିଥରେ ତାଙ୍କୁ କୋଲକାତା ନାଇଟ୍‌ ରାଇଡର୍ସ ପକ୍ଷରୁ ଖେଳୁଥିବାର ଦେଖିବାକୁ ମିଳିବ ।ଅନ୍ତର୍ଜାତୀୟ କ୍ରିକେଟ୍‌ରେ ସେ ୱେଷ୍ଟଇଣ୍ତିଜ୍‌ ପକ୍ଷରୁ ୬ଟି ଟେଷ୍ଟରେ ୨୧ଟି ୱିକେଟ୍‌, ୬୫ ଦିନିକିଆରେ ୯୨ ୱିକେଟ୍‌ ଏବଂ ୫୧ଟି ଟି-ଟ୍ୱେଣ୍ଟିରେ ୫୨ଟି ୱିକେଟ୍‌ ନେଇଛନ୍ତି ।

odia sambada
Comments (0)
Add Comment