କଣ ଆପଣ ଜାଣନ୍ତି କି ? ଏହିସବୁ ଜିନିଷକୁ ପୁନର୍ବାର ଗରମ କରି ଖାଇଵା ଦ୍ୱାରା ଜୀବନ ଯାଇପାରେ !

ଆମେ ପ୍ରାୟତଃ ଆମ ଘରେ ବନାଯାଇଥିବା ଖାଦ୍ୟକୁ ପୁନର୍ବାର ଗରମ କରି ଖାଇଥାଉ କିନ୍ତୁ କିଛି ଖାଦ୍ୟ ଏମିତି ଥାଏ ଯାହାକୁ ଗରମ କରି ଖାଇବା ଦ୍ୱାରା ଏହା ଆମ ଶରୀର ପ୍ରତି କ୍ଷତିକାରକ ସାବ୍ୟସ୍ତ ହୋଇଥାଏ ଓ ଏହା କ୍ୟାନ୍ସର କରିବାର କାରଣ ମଧ୍ୟ ବନିଥାଏ। ଆସନ୍ତୁ ଜାଣିବା ସେହି ସବୁ ଖାଦ୍ୟ ଯାହାକୁ ପୁନର୍ବାର ଗରମ କରି ଖାଇବା ଦ୍ୱାରା ଆମେ କ୍ୟାନ୍ସର ର ସମ୍ମୁଖୀନ ହୋଇଥାଉ।

ଚିକେନ୍:-

ଚିକେନ୍ କୁ ଗରମ କରି ଖାଇବା ଦ୍ୱାରା ଏହା ଆମେ ଶରୀର ପ୍ରତି ବିପଦ ଆଣିପାରେ କାରଣ ଚିକେନ୍ କୁ ପୁନର୍ବାର ଗରମ କଲେ ଏଥିରେ ଥିବା ପ୍ରୋଟିନ କମ୍ପୋଜିସନ ବଦଳିଥାଏ ଓ ଆମ ସ୍ୱାସ୍ଥ୍ୟ ପାଇଁ ଏହା ହାନିକାରକ ହୋଇଥାଏ।

ଆଳୁଭଜା:-

ଆଳୁ ଆମ ଶରୀରକୁ ଶକ୍ତି ଦେଇଥାଏ କିନ୍ତୁ ଯଦି ଆମେ ଏହାକୁ ବନାଇ ଲମ୍ବା ସମୟ ପର୍ଯ୍ୟନ୍ତ ଛାଡ଼ିଦେବା ଓ ବହୁତ ବିଳମ୍ବରେ ଖାଇବା ତାହେଲେ ଏହା ଆମର ପାଚନକ୍ରିୟାରେ ବିଭିନ୍ନ ପ୍ରଭାବ ପକାଇଥାଏ।

ଚା’:-

ଚା’ ରେ ଟାନିକ ଏସିଡ଼ ରହିଥାଏ। ଯେଉଁଥିପାଇଁ ଶରୀରରେ ଟକସିନ୍ସ ବନିଥାଏ। ଏହାକୁ ଦ୍ବିତୀୟଥର ଗରମ କରି ପିଇବା ଦ୍ୱାରା ଶରୀରରେ ଏସିଡ଼ର ମାତ୍ରା ବଢ଼ିଯାଏ। ଯେଉଁଥିରେ ଲିଭର ଜନିତ ସମସ୍ୟା ହୋଇଥାଏ।

ବିଟରୁଟ:-

ବିଟରୁଟକୁ କେବେବି ଗରମ କରି ଖାଇବା ଉଚିତ ନୁହେଁ। ଏମିତି କରିବାଦ୍ୱାରା ଏଥିରେ ମହଜୁଦ ଥିବା ନାଇଟ୍ରେଟ ସମାପ୍ତ ହୋଇଯାଏ। ଆପଣ ଏହାକୁ ଗରମ କରିବା ପରିବର୍ତ୍ତେ ଫ୍ରିଜ ରେ ରଖି ଖାଇପାରିବେ।

ମସରୁମ:-

ଚେଷ୍ଟା କରନ୍ତୁ ଛତୁକୁ ଆପଣ ସବୁବେଳେ ଫ୍ରେଶ ଖାଇବାପାଇଁ କାରଣ ଏହାକୁ ଗରମ କରି ଖାଇଲେ ଏଥିରେ ଥିବା ପ୍ରୋଟିନର କମ୍ପୋଜିସନରେ ପରିବର୍ତ୍ତନ ହୁଏ ଓ ଶରୀର ପ୍ରତି ହାନିକାରକ ସାବ୍ୟସ୍ତ ହୁଏ।

ଅଣ୍ଡା:-

ଅଣ୍ଡାକୁ ପୁନର୍ବାର ଗରମ କରି ଖାଇବା ହାନିକାରକ ସାବ୍ୟସ୍ତ ହୋଇଥାଏ। ଅଣ୍ଡାରେ ମହଜୁଦ ଥିବା ପ୍ରୋଟିନ ପୁନର୍ବାର ଗରମ କରିବା ଦ୍ୱାରା ବିଷାକ୍ତ ହୋଇଯାଇଥାଏ।

ପାଳକ:-

ପାଳକ ଯଦି ଆପଣ ପୁନର୍ବାର ଗରମ କରି ଖାଉଛନ୍ତି ତାହେଲେ ଏହା କ୍ୟାନ୍ସରର କାରଣ ବନିପାରେ। ଏଥିରେ ମହଜୁଦ ଥିବା ନାଇଟ୍ରେଟ ଆଉଥରେ ଗରମ କରିବା ଦ୍ୱାରା କ୍ୟାନ୍ସର ଉପୁଜାଇପାରେ।

odia sambada
Comments (0)
Add Comment