ଆପଣଙ୍କ ଲିଭରକୁ ନଷ୍ଟ କରିଦେଇଥାଏ ଏହି ରୋଗ, ଆସ୍ତେ ଆସ୍ତେ ଏହିପରି ଭାବରେ ଆପଣଙ୍କୁ ଆଟାକ କରେ। ଜାଣନ୍ତୁ ଲକ୍ଷଣ:-

ନନ୍ ଆଲକୋହଲିକ ଫ୍ୟାଟି ଲିଭର ଡିଜିଜ ବହୁତ ଖତ-ରନାକ ରୋଗ ଅଟେ। ଯାହାଦ୍ୱାରା ହେପାଟାଇଟିସ ଓ ଲିଭର ଶିରୋଶିସ ଭଳି ଗମ୍ଭୀର ସମସ୍ୟା ଉପୁଜି ସାମ୍ନାକୁ ଆସିଥାଏ। ଧିରେ ଧିରେ ଏହି ରୋଗ ଶରୀର ଭିତରକୁ ପ୍ରବେଶ କରିଥାଏ ଯଦି ଆମେ ଏହାର ଉପଚାର ନକରିବା ତାହେଲେ ଆପଣଙ୍କ ଲିଭରକୁ ସମ୍ପୂର୍ଣ୍ଣ ଭାବରେ ଏହା ଭିତରୁ ଫମ୍ପା କରିଦେଇଥାଏ।

ଲିଭର ଆମ ଶରୀରର ସବୁଠାରୁ ବଡ଼ ଆଭ୍ୟନ୍ତରୀଣ ଅଙ୍ଗ ଅଟେ ଓ ଲିଭର ଦ୍ୱାରା ଆମ ଶରୀରରେ 500 ରୁ ଉର୍ଦ୍ଧ୍ବ କାମ କରିଥାଏ। ଖାଦ୍ୟ ଦ୍ୱାରା ଶରୀରକୁ ଯାଉଥିବା ବି-ଷାକ୍ତ ପଦାର୍ଥକୁ ଶରୀରରୁ ବାହାର କରିଦେଇଥାଏ। ଆପଣ ଭାବି ପାରୁଥିବେ ଲିଭର ଆମ ଶରୀରରେ କେତେ ମହତ୍ତ୍ୱପୂର୍ଣ୍ଣ ଅଙ୍ଗ ଅଟେ।

ନନ୍ ଆଲକୋହଲିକ ଫ୍ୟାଟି ଲିଭର ଡ଼ିଜିଜରେ ବାସ୍ତବରେ ଅତିରିକ୍ତ ଫ୍ୟାଟ ଲିଭରରେ ଜମା ହେବାରେ ଲାଗିଥାଏ। ନନ ଆଲକୋହଲିକ ଏହାକୁ ଏଥିପାଇଁ କୁହାଯାଏ କାରଣ ଏହା ମଦ୍ୟପାନ କରୁନଥିବା ବା କେବେକେବେ ମଦ୍ୟପାନ କରୁଥିବା ଲୋକଙ୍କ ଠାରେ ହୋଇଥାଏ।

କଣ ଅଟେ ଏହି ନନ୍ ଆଲକୋହଲିକ ଫ୍ୟାଟି ଲିଭର ଡ଼ିଜିଜ:-

ନନ ଆଲକୋହଲିକ ଫ୍ୟାଟି ଲିଭର ଡ଼ିଜିଜରେ ଲିଭରରେ ଫ୍ୟାଟ ଜମା ହେବାରେ ଲାଗେ, ଏଥିରେ ବହୁତ ପ୍ରକାରର ଗ୍ୟାସ ସମସ୍ୟା ଦେଖାଦିଏ। ଏହାସହ ପାଚନକ୍ରିୟାରେ ମଧ୍ୟ କେତେକ ପ୍ରକାରର ସମସ୍ୟା ଦେଖାଦେଇଥାଏ। ଯଦି ସମୟରେ ଏହାର ଚିକିତ୍ସା ନକରାଯାଏ ତାହେଲେ ଲିଭର ଡ୍ୟାମେଜ ହେବାର ଆଶଙ୍କା ମଧ୍ୟ ରହିଥାଏ। ଏଥିପାଇଁ ସମୟ ସମୟରେ ଆପଣଙ୍କୁ ଡ଼କ୍ଟରଙ୍କୁ ଦେଖାଇବା ଉଚିତ ରହିଥାଏ।

ଏହାର ଲକ୍ଷଣମାନ:-

– ନନ୍ ଆଲକହଲିକ ଫ୍ୟାଟି ଲିଭର ଡ଼ିଜିଜରେ ବ୍ଲଟିଂ ବା ପେଟ ଫୁଲିବା ସାଧାରଣ ଲକ୍ଷଣ ଅଟେ। ବିଶ୍ୱ ଜର୍ଣ୍ଣାଲ ଅଫ ଗ୍ୟାଷ୍ଟ୍ରଇଣ୍ଟରଲୋଜି ମୁତାବିକ ସିରସିସର ଯେତେ ଲକ୍ଷଣ ଦେଖାଦିଏ ସେଥିରୁ 80 ପ୍ରତିଶତଙ୍କୁ ଏହା ଅଭିଯୋଗ ରହିଥାଏ। ଯେତେବେଳେ ଏବଡମିନଲ କ୍ୟାଭିଟିରେ ଫ୍ଲୁଡ଼ ଜମା ହେବାକୁ ଲାଗେ ସେତେବେଳେ ପେଟ ଫୁଲିବା ଆରମ୍ଭ ହୁଏ। ଯଦି ଏହାର ଚିକିତ୍ସା ସଠିକ ସମୟରେ ନକରାଯାଏ ତାହେଲେ ଇଂଫେକ୍ସନର ଆଶଙ୍କା ବଢ଼ିଯାଏ।

– ପେଟ ଯନ୍ତ୍ରଣା: ନନ୍ ଆଲକୋହଲିକ ଫ୍ୟାଟି ଲିଭର ଡ଼ିଜିଜ କାରଣରୁ ପେଟରେ ଯନ୍ତ୍ରଣା ହେବା ଆରମ୍ଭ ହୋଇଥାଏ। ଏଥିରେ ପେଟର ଉପର ଭାଗରେ ଯନ୍ତ୍ରଣା ହୋଇଥାଏ। ଏହା ଆସ୍ତେ ଆସ୍ତେ ଆରମ୍ଭ ହୋଇଥାଏ ଓ ପେଟ ଯନ୍ତ୍ରଣା ଏତେ ହୋଇଥାଏ କି, ଆପଣ ସହ୍ୟ କରିପାରନ୍ତି ନାହିଁ।

– ବଦ ହଜମି: ନନ୍ ଆଲକୋହଲିକ ଫ୍ୟାଟି ଲିଭର ଡ଼ିଜିଜରେ ପେଟରେ ଗ୍ୟାସ ସୃଷ୍ଟି ହେବା, ହଜମ ଠିକ ସେ ନହେବା, ଛାତି ପୋଡ଼ାହେବା, ହାକୁଡ଼ି ମାରିବା ଇତ୍ୟାଦି ସମସ୍ୟା ଖାଦ୍ୟ ହଜମ ନହେବାରୁ ଆମକୁ ଦେଖିବାକୁ ମିଳିଥାଏ।

– ଏହାସହ ପେଟ ବହୁତ ଭାରି ଲାଗିଥାଏ ଓ ଝାଡ଼ା ସଠିକ ଭାବରେ ହୋଇନଥାଏ। ଏହାସହ ଡ଼ାଇଜେସନ ଠିକରେ ନହେବାରୁ ବହୁତ ଚିନ୍ତା ମଧ୍ୟ ରହିଥାଏ। ସେଥିପାଇଁ ଏହିସବୁ ଲକ୍ଷଣ ଦେଖା ଦେଉଥିଲେ ବିଳମ୍ବ ନକରି ଡ଼କ୍ଟରଙ୍କୁ ଦେଖାନ୍ତୁ।

odia sambada
Comments (0)
Add Comment