ଆଙ୍ଗୁଠି ଫୁଟାଇବାରେ ଆପଣଙ୍କୁ ମଜା ଲାଗୁଛି ତ ? ଜାଣିନିଅନ୍ତୁ ଏହାର ପରିଣାମ ବିଷୟରେ

କିଛି ଲୋକଙ୍କୁ ଆପଣ ଅନୁଧ୍ୟାନ କରିଥିବେ ଯେ ସେମାନେ ନିଜ ଆଙ୍ଗୁଠି ଓ ବେକକୁ ବାରମ୍ବାର ଫୁଟାଇବାରେ ନଜର ଆସିଥାନ୍ତି ଓ ଏମିତି କରିବା ସେମାନଙ୍କର ଅଭ୍ୟାସ ହୋଇଯାଇଥାଏ। କିନ୍ତୁ ଏହି ସବୁକୁ ଯଦି ଆପଣ ବାରମ୍ବାର କରୁଛନ୍ତି ତାହେଲେ ଏହା ଆପଣଙ୍କ ଶରୀର ଉପରେ ଗମ୍ଭୀର ଖରାପ ପ୍ରଭାବ ପକାଇଥାଏ। ଆସନ୍ତୁ ସେସବୁ ବିଷୟରେ ଜାଣିବା।

ଆପଣ ବହୁତଥର ବରିଷ୍ଠ ବ୍ୟକ୍ତିଙ୍କ ଠାରୁ ମଧ୍ୟ ଶୁଣିଥିବେ କି, ଆଙ୍ଗୁଠି ଫୁଟାଇବାକୁ ସେମାନେ ମନା କରିଥାନ୍ତି। କାରଣ ଏମିତି କରିବାଦ୍ୱାରା ସେମାନେ ମାନିଥାନ୍ତି କି, ଘରେ ଅଶାନ୍ତି ଦେଖାଦିଏ ଓ ମାତା ଲକ୍ଷ୍ମୀ ତାଙ୍କ ଉପରେ ଖୋଭ ପ୍ରକାଶ କରିଥାଆନ୍ତି। ସେମାନେ ଏହିସବୁ କଥା ଆପଣଙ୍କୁ ଧର୍ମ ଆଧାରରେ କହିଥାନ୍ତି। ଆଙ୍ଗୁଠି ଫୁଟାଇବା ଧର୍ମ ଓ ବୈଜ୍ଞାନିକ ଦୃଷ୍ଟିରୁ ବହୁତ ଖରାପ ଅଟେ।

1. ଯଦି ଆପଣ ବାରମ୍ବାର ଆଙ୍ଗୁଠି ଫୁଟାଉଛନ୍ତି ତାହେଲେ ଆପାଣଙ୍କ ଆଙ୍ଗୁଠିରେ ଥିବା ସଫ୍ଟ ଟିସୁ ହ୍ରାସ ପାଇଥାଏ ଯାହାଦ୍ୱାରା ପରବର୍ତ୍ତୀ ସମୟରେ ଆପଣଙ୍କ ଆଙ୍ଗୁଠି ଉପରେ ଖରାପ ପ୍ରଭାବ ପଡ଼େ। ସେଥିପାଇଁ ଏହି ଖରାପ ଅଭ୍ୟାସକୁ ଯେତେ ଜଲଦି ହେବ ଛାଡ଼ନ୍ତୁ।

2. ଅଙ୍ଗୁଠିକୁ ଅଧିକ ଫୁଟାଇବା ଦ୍ୱାରା ଅର୍ଥରାଇଟସ ହୋଇପାରେ। ଅତ୍ୟଧିକ ଆଙ୍ଗୁଠି ଫୁଟାଇବା ଦ୍ୱାରା ହାଡ଼ ମାନଙ୍କ ମଧ୍ୟରେ ଥିବା ବଳ ଶେଷ ହୋଇଥାଏ ଓ ଏହାକୁ ଅର୍ଥରାଇଟ୍ସ ବୋଲି କୁହାଯାଏ।

3. ବାରମ୍ବାର ଆଙ୍ଗୁଠିକୁ ଫୁଟାଇବା ଦ୍ୱାରା ହାଡ଼ ମାନଙ୍କ ଉପରେ ନେଗେଟିଭ ପ୍ରଭାବ ପଡ଼େ। ଭବିଷ୍ୟତରେ ଆପଣଙ୍କ ହାତରେ ଯନ୍ତ୍ରଣା ହେବା ଆରମ୍ଭ ହୋଇଥାଏ ଓ ହାତରେ ବଳ କମିଯାଏ।

4. ଆଙ୍ଗୁଠି ଓ ଆଣ୍ଠୁ ଭଳି ଜଏଣ୍ଟ ଜାଗାରେ ସିନୋବିୟୋଲ ଫ୍ଲୁଇଡ଼ ମହଜୁଦ ରହିଥାଏ। ଏହି ଲିକ୍ବିଡ଼ ଆମ ବଡ଼ି ମସଲକୁ ଆରାମ ରେ ଚାଲିବାରେ କାମ କରିଥାଏ। ଯେତେବେଳେ ଆମେ ବାରମ୍ବାର ଏହା କରିଥାଉ ତାହେଲେ ଆମ ଆଙ୍ଗୁଠିର ଏହି ଲିକ୍ବିଡ଼ ଶେଷ ହେବାକୁ ଲାଗିଥାଏ।

5. କାଲିଫର୍ଣ୍ଣିଆ ୟୁନିଭରସିଟିର ରିସର୍ଚ୍ଚରଙ୍କ କହିବା ହେଲା ଯଦି ଆପଣ ବାରମ୍ବାର ଏହା କରୁଛନ୍ତି ତାହେଲେ ଆପଣଙ୍କ ଶରୀର ହାଡ଼ ମଧ୍ୟ ଦୁର୍ବଳ ହୋଇଥାଏ।

ଆଙ୍ଗୁଠି ଫୁଟାଇଲେ ଶବ୍ଦ କାହିଁକି ଆସିଥାଏ:-

କିଛିଲୋକ ଆଙ୍ଗୁଠି ଫୁଟାଇବା ଏଥିପାଇଁ ବନ୍ଦ କରିଥାଆନ୍ତି କାରଣ ସେମାନେ ଏଥିରୁ ବାହାରୁଥିବା ଶବ୍ଦକୁ ଶୁଣିବାକୁ ପସନ୍ଦ କରନ୍ତି। କଣ ଆପଣ ଜାଣନ୍ତି କି ଆଙ୍ଗୁଠି ଫୁଟାଇବା ଦ୍ୱାରା କାହିଁକି ଶବ୍ଦ ଆସିଥାଏ? ଘଟଣା ଏହାକି ଯେ ଆଙ୍ଗୁଠି ମଧ୍ୟରେ ଏକ ଖାଆସ ଲିକ୍ବିଡ଼ ଭରି ରହିଥାଏ ଯାହାକି ଗ୍ରିସିଂ ଭଳି କାମ କରିଥାଏ ଓ ଏହା ଘର୍ଷଣ ସାମ୍ନା କରିବାରେ ଦ୍ୱାରା ଶବ୍ଦ କରାଇଥାଏ।

odia sambada
Comments (0)
Add Comment