୧୧୫ ଫୁଟ ଉଚ୍ଚ ସମୁଦ୍ର ଢେଉରେ ଫସିଗଲେ ବ୍ୟକ୍ତି ଜଣକ ,ଆଉ ଶେଷରେ ଯାହା ଘ-ଟିଲା, ଆପଣ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ

ସମୁଦ୍ରରେ ଯେତେବେଳେ ଉଚ୍ଚ ଉଚ୍ଚ ଢେଉ କୂଳକୁ ଆସେ ସେତେବେଳେ କୂଳରେ ଥିବା ଲୋକମାନେ ଭ-ୟଭୀ-ତ ହୋଇଯାଆନ୍ତି। କାରଣ ଏହି ଢେଉ ଅଘ-ଟଣ ମଧ୍ୟ ଘଟାଇପାରେ। ଏଭଳି ଏକ ଭିଡିଓ ଭାଇରାଲ୍ ହେଉଅଛି, ଯେଉଁଥିରେ ୧୦୦ ଫୁଟରୁ ଅଧିକ ଉଚ୍ଚ ଢେଉ ଦେଖିବା ପାଇଁ ମିଳିଛି। ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛିକି ଜଣେ ବ୍ୟକ୍ତି ଏହି ଉଚ୍ଚ ଢେଉ ମଝିରେ ଫସିଯାଇଛନ୍ତି। ତେବେ ସର୍ଫିଂ ହେତୁ ସେ ଏହି ଢେଉରୁ ବାହାରି ଆସନ୍ତି। ଏଭଳି ଭିଡିଓକୁ ଦେଖିବା ପରେ କିଛି ସମୟ ପାଇଁ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ।

ଜଣେ ଜର୍ମାନ ସର୍ଫର ଏକ ଆଶ୍ଚର୍ଯ୍ୟଜନକ କାମ କରି ଦେଖାଇଛନ୍ତି। ସେ ୧୧୫ ଫୁଟ ଉଚ୍ଚ ସମୁଦ୍ର ଢେଉ ମଧ୍ୟରେ ସର୍ଫିଂ କରିଥିଲେ। ସର୍ଫର ଜଣଙ୍କ ଢେଉକୁ ସ୍କେଲ କରୁଥିବାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଜର୍ମାନ ସ୍ଥିତ ନ୍ୟୁନରବର୍ଗର ସେବେଷ୍ଟିୟନ ଷ୍ଟୁଡଟନର୍ ୧୧୫ ଫୁଟ ଉଚ୍ଚ ଢେଉରେ ସର୍ଫିଙ୍ଗ କରି ଦର୍ଶକମାନଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ।

ଯଦିଓ ଏହି ଭିଡିଓଟି ୨୦୧୮ ମସିହାର କିନ୍ତୁ ଆଜି ମଧ୍ୟ ଏହା ଇଣ୍ଟରନେଟରେ ବହୁଳ ଭାବରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓ ପର୍ତ୍ତୁଗାଲର ନଜରେ ସ୍ଥିତ ପ୍ରୟା ଡେ ନର୍ଟରେ ଆୟୋଜିତ ୱାର୍ଲ୍ଡ ସର୍ଫ ଲିଗର ଥିଲା। ଏହି ଭିଡିଓରେ ଷ୍ଟୁଡଟନରଙ୍କୁ ଢେଉ ସହିତ ଅତି ସହଜରେ ସର୍ଫିଙ୍ଗ୍ କରୁଥିବା ଦେଖିବା ପାଇଁ ମିଳୁଛି। ଭିଡିଓକୁ ୩.୮ ମିଲିୟନରୁ ଅଧିକ ଥର ଦେଖାଯାଇସାରିଛି। ଏହା ସହିତ ୟୁଜର୍ସମାନଙ୍କ ଦ୍ବାରା ଅନେକ କମେଣ୍ଟ ମଧ୍ୟ ମିଳିସାରିଛି।

odia sambada
Comments (0)
Add Comment