ବର ମୁହଁକୁ କନିଆଁ ଫୋପାଡିଲା ରସଗୋଲା, ବର ରାଗରେ ଦେଲା ଶକ୍ତ ଚାପୁଡା,ଦେଖନ୍ତୁ ଭିଡ଼ିଓ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଭାଇରାଲ ହେଉଥାଏ। ଖାସ କରି ବିବାହ ଭିଡିଓକୁ ଲୋକମାନେ ବହୁତ ଅଧିକ ପସନ୍ଦ କରନ୍ତି। ଆଉ ପ୍ରତ୍ୟେକ ବାହାଘରରେ ନିଜର ଏକ ଅଲଗା କାହାଣି ରହିଛି। ପ୍ରତ୍ୟେକ ବାହାଘରରେ ଏମିତି କିଛି ନିଶ୍ଚୟ ହୋଇଥାଏ ଯାହାକି ଲୋକଙ୍କର ସବୁଦିନ ପାଇଁ ମନେ ରହିଯାଏ। ଆଜି ମଧ୍ୟ ସୋସିଆଲ ମିଡିଆରେ କିଛି ଏମିତି ଏକ ଭିଡିଓ ଭାଇରାଲ ହେଉଅଛି ଯାହାକୁ ଦେଖିଲେ ଆପଣ ମଧ୍ୟ ହସି ହସି ବେଦମ ହୋଇଯିବେ ଏବଂ ଆଶ୍ଚର୍ଯ୍ୟ ହୋଇଯିବେ।

ବିବାହରେ ଏକ ବାହାଘରରେ ବରଣମାଳ ସମୟରେ ବର-କନ୍ୟା ନିଜ ନିଜ ମଧ୍ୟରେ କିଛି ଥଟ୍ଟା ମଜା କରିଥାନ୍ତି। ଆଉ ସେଠାରେ ଉପସ୍ଥିତ ଥିବା ଲୋକମାନେ ମଧ୍ୟ ଏହାର ମଜା ନେଇଥାନ୍ତି। ହେଲେ ଗୋଟିଏ ବାହାଘରରେ ବର ଓ କନ୍ୟା ଉଭୟଙ୍କ ଉପରେ ଏତେ ଜୋରସେ ରାଗିଯାଇଛନ୍ତିଯେ, ପରିଣତ ସ୍ୱରୁପ ମାରପିଟ ଉପରକୁ କଥା ଆସିଯାଇଛି। ଏହି ବାହାଘରର ଏକ ଭିଡିଓ ଇନଷ୍ଟାଗ୍ରାମରେ ସାମନାକୁ ଆସିଛି। ଯାହାକୁ ଦେଖି ଲୋକମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।

 

ଭାଇରାଲ ହେଉଥିବା ଏହି ଭିଡିଓରେ ଆପଣମାନେ ଦେଖିବାକୁ ପାଇବେକି, ଷ୍ଟେଜ ଉପରେ ବରଣମାଳ ପାଇଁ ପ୍ରସ୍ତୁତି ଚାଲିଥିବା ଏକ ବର, କନ୍ୟାକୁ ରସଗୋଲା ଖୁଆଉଛି କିନ୍ତୁ କନ୍ୟାଜଣଙ୍କ ବର ହାତରୁ ରସଗୋଲା ଖାଉନାହାଁନ୍ତି ମୁହଁ ବୁଲାଇ ଦେଉଛନ୍ତି। ଏହା ଦେଖି ବର ରସଗୋଲାକୁ କନ୍ୟାଙ୍କ ଉପରକୁ ଫୋପାଡି ଦେଉଛନ୍ତି। ଆଉ ଏହା ଦେଖି କନ୍ୟା ମଧ୍ୟ ବର ଉପରକୁ ଏକ ରସଗୋଲା ଫୋପାଡି ଦେଉଛନ୍ତି।

ଏହାପରେ ବର ଏତେ ମାତ୍ରାରେ ରାଗିଯାଉଛିକି କନ୍ୟାକୁ ଏକ ଜୋରଦାର ଚାପୁଡା ମାରି ଦେଉଛି। ଏହି ସମୟରେ ସେଠାରେ ଉପସ୍ଥିତ ଥିବା ଲୋକମାନେ ସେମାନଙ୍କୁ ରୋକିବା ପାଇଁ ଚେଷ୍ଟା କରୁଛନ୍ତି। ସୋସିଆଲ ମିଡିଆରେ ଏହି ଭିଡିଓଟି ବହୁତ ଭାଇରାଲ ହେଉଅଛି। ଏହି ଭିଡିଓ ତଳେ ୟୁଜର୍ସମାନଙ୍କର ମଜାଦାର କମେଣ୍ଟସ ମଧ୍ୟ ଦେଖିବାକୁ ମିଳିଛି।

odia sambada
Comments (0)
Add Comment