ଆସିଲା ଦମଦାର ଅଫର ! ଏବେ ଆପଣ ମାତ୍ର ୫ ଟଙ୍କାରେ ସିମକୁ ବର୍ଷେ ଯାଏଁ ରଖି ପାରିବେ ଆକ୍ଟିଭ ……

0

Get real time updates directly on you device, subscribe now.

ବର୍ତ୍ତମାନ ସମୟରେ ଇଣ୍ଟରନେଟର ଚାହିଦା ଆଶାତୀତ ଭାବେ ବଢ଼ିବାରେ ଲାଗିଥିବା ବେଳେ ସ୍ମାର୍ଟଫୋନର ବ୍ୟବହାର ମଧ୍ୟ ବଢ଼ିବାରେ ଲାଗିଛି । ତେଣୁ ଲୋକଙ୍କର ଚାହିଦାକୁ ଦୃଷ୍ଟିରେ ରଖି ଟେଲିକମ୍ କମ୍ପାନୀମାନେ ନୂଆ ନୂଆ ଅଫର୍ ସବୁ ଲଞ୍ଚ କରୁଛନ୍ତି । ଆଜିକାଲି ଅଧିକାଂଶ ଲୋକ ନିଜର ସ୍ମାର୍ଟଫୋନରେ ଡୁଆଲ୍ ସିମର ବ୍ୟବହାର କରୁଥିବା ଦେଖାଯାଉଛି । ଗୋଟିଏ ସିମରେ ଇଣ୍ଟରନେଟ୍ ଚଲାଉଥିବା ବେଳେ ଅନ୍ୟଟିକୁ କେବଳ ଆକ୍ଟିଭ ରଖିବାକୁ ଚାହିଁଥାନ୍ତି ।

ତେବେ ଏପରି ସ୍ଥିତିରେ ଗୋଟିଏ ସିମରେ ଇଣ୍ଟରନେଟ୍ ପ୍ୟାକ୍ ପାଇଁ ଗ୍ରାହକମାନେ ବହୁ ଅର୍ଥ ଖର୍ଚ୍ଚ କରିଥାନ୍ତି । ତେଣୁ ଦ୍ୱିତୀୟ ସିମକୁ କିପରି କମ୍ ଖର୍ଚ୍ଚରେ ଅଧିକ ସମୟ ଧରି ଆକ୍ଟିଭ୍ ରଖିବେ ସେହି ଚିନ୍ତାରେ ରହିଥାନ୍ତି ଅଧିକାଂଶ ଗ୍ରାହକ । ତେବେ ଏନେଇ ଗ୍ରାହକଙ୍କ ପାଇଁ ଏକ ବଢ଼ିଆ ଅଫର ଆସିଯାଇଛି । ଏହି ପ୍ଲାନରେ ଆପଣମାନେ ଦିନକୁ ମାତ୍ର ୫ ଟଙ୍କା ଖର୍ଚ୍ଚ କରି ଆପଣ ବର୍ଷେ ପର୍ଯ୍ୟନ୍ତ ସିମ କାର୍ଡକୁ ଆକ୍ଟିଭ ରଖି ପାରିବେ ।

ତେବେ ଏହି ପ୍ଲାନର ଏକ ଖାସିୟତ ହେଉଛି, ଏଥିରେ ଆପଣମାନେ ସିମକୁ ଆକ୍ଟିଭ ରଖିବା ସହିତ ଅନଲିମିଟେଡ୍ କଲିଂ ସୁବିଧା ମଧ୍ୟ ପାଇ ପାରିବେ । ଏହା ଦ୍ୱାରା ଆପଣଙ୍କୁ ପ୍ରତ୍ୟେକ ମାସରେ ଆଉ ରିଚାର୍ଚ୍ଚ କରିବାକୁ ପଡ଼ିବ ନାହିଁ । ଏହି ସୁବିଧା ଆଣି ଦେଇଛି ଟେଲିକମ୍ ସେବା ପ୍ରଦାନକାରୀ ବି-ଏସ-ଏନ-ଏଲ୍ । ବିଏସଏନଏଲର ପୋର୍ଟଫୋଲିୟୋରେ ଅନେକ ଖାସ୍‌ ପ୍ଲାନ୍ସ ମହଜୁଦ୍‌ ରହିଛି ।

କମ୍ପାନୀ ନିଜର ସର୍ଭିସକୁ ଖାସ୍‌ କରିବା ଏବଂ ନିଜକୁ ଏହି ରେସରେ ଆଗକୁ ରଖିବା ପାଇଁ ଲଗାତର ଚେଷ୍ଟା ଚଳାଇଛି । ପ୍ରାଇଭେଟ୍‌ ଟେଲିକମ୍‌ କମ୍ପାନୀର ବଢ଼ୁଥିବା ଦବଦବା ଭିତରେ ବିଏସଏନଏଲ ଆଫୋର୍ଡେବଲ ପ୍ଲାନ୍ସ ଜରିଆରେ ଯାଗା ବନାଇବାରେ ଲାଗିଛି । ତେବେ ଆପଣମାନେ ଦିନକୁ ୫ ଟଙ୍କା ଖର୍ଚ୍ଚ କରି ଏହି ଶାନଦାର ବେନିଫଟ୍ ପାଇ ପାରିବେ । ଆପଣମାନେ ୧୯୯୯ ଟଙ୍କିଆ ପ୍ରିପେଡ ପ୍ଲାନରେ ୩୬୫ ଦିନ ପର୍ଯ୍ୟନ୍ତ ଭାଲିଡିଟି ପାଇ ପାରିବେ । ଏଥିସହିତ ୟୁଜର୍ସଙ୍କୁ ୬୦୦ ଜିବିର ହାଇସ୍ପିଡ୍ ଡାଟା ମଧ୍ୟ ମିଳୁଛି ।

Leave A Reply

Your email address will not be published.