ଯେଉଁ ଜେ-ଲରେ ସାରଥୀ ରହୁଥିଲା,ସେହି ଜେ-ଲରେ ଗୋପାଳ ବସି ନବ ଦାସଙ୍କ କଥା ଭାବୁଛି

0

Get real time updates directly on you device, subscribe now.

ମନ୍ତ୍ରୀ ନବ ଦାସଙ୍କ ହ-ତ୍ୟାକୁ ବହୁତ ଦିନ ବିତି ସାରିଲାଣି। କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଜଣାପଡ଼ିନାହିଁ ଯେ ଏଏସଆଇ ଗୋପାଳ ଦାସଙ୍କ ଗୁ-ଳି ଚଳାଇବାର ପଛର ର-ହସ୍ୟ।ଏହି ବିଷୟରେ କ୍ରାଇମବ୍ରାଞ୍ଚ୍ ତ-ଦନ୍ତ ଜାରି ରଖିଛି।

ତେବେ ଗୋପାଳଙ୍କ ମାନସିକ ସ୍ଥିତି ଠିକ୍ ନଥିବାରୁ ସେ ଏପରି କରିଛନ୍ତି ବୋଲି କଥା ଉଠିଛି। ତେବେ ଏବେ ଯେଉଁ ଜେ-ଲରେ ରହୁଥିଲା ଭଣ୍ଡ ସାରଥୀ ସେଇଠି ରହିଛି ଗୋପାଳ, ଗୋଟିଏ ଜେ-ଲରେ ସାରଥୀ ଏବଂ ଗୋପାଳ ଏକାଠି। ଭଣ୍ଡ ସାରଥୀ ଯେମିତି ଥିଲା ସେମିତି ରହିଛି ଗୋପାଳ।

କଟକ ଚୈଦ୍ଵାର ଜେ-ଲ୍ ଏବେ ଗୋପାଳର ଠିକଣା, ଝାରସୁଗୁଡ଼ା ଜେ-ଲରୁ କଟକ ଚୈଦ୍ଵାର ଜେ-ଲକୁ ସ୍ଥାନାନ୍ତରିତ ହୋଇଛି ଗୋପାଳ। ଆଉ ଗୋପାଳ ଏବେ ସେହି ଜେ-ଲ୍ ଏବଂ ସେହି ସ୍ଥାନରେ ରହୁଛି ଯେଉଁ ସ୍ଥାନରେ ରହୁଥିଲା ଭଣ୍ଡ ବାବା ସାରଥୀ।

ସାରଥୀ ମଧ୍ୟ ଚୈଦ୍ଵାର ଜେ-ଲରେ ରହୁଥିଲା, ସାରଥିକୁ ଏବେ ସେହି ସେଲଟି ଦିଆ ଯାଇଥିଲା ଯେଉଁ ସେଲରେ ଏବେ ଗୋପାଳ ରହୁଛି। ଯେଉଁଠି ବସି ସାରଥୀ ଦିନେ ଧ୍ୟାନ କରୁଥିଲା ସେଇଠି ଏବେ ବସି ଗୋପାଳ ହ-ତ୍ୟାକା-ଣ୍ଡ ସମ୍ପର୍କରେ ଭାବୁଛି।

ସାରଥୀ ବସୁଥିବା ସ୍ଥାନରେ ଶୋଇ ରହିଛି ଗୋପାଳ, ଲୋକେ ଏବେ ମଜାରେ କହୁଛନ୍ତି ସାରଥୀଙ୍କ ମନ୍ତୁରା କକ୍ଷରେ ରହିଛି ଗୋପାଳ, ତାର କିଛି ବି ଅସୁବିଧା ହେବ ନାହିଁ। ଗୋପାଳ ଏବଂ ସାରଥୀ ଗୋଟିଏ ସେଲରେ ରହିଥିବା କଥା ଏବେ ଲୋକମାନଙ୍କ ମଧ୍ୟରେ ଆଲୋଡନ ସୃଷ୍ଟି କରି ଦେଇଛି, କାରଣ ସେହି ସେଲରେ ରହିଛି ଭଣ୍ଡ ସାରଥୀର ସମସ୍ତ ଅନୁଭୂତି ଆଉ ଗୋପାଳ ଏବେ ସେହି ସବୁ ଅନୁଭୂତିକୁ ସାଥୀ କରି ରହି ଆସୁଛି।

ଗୋପାଳର ନାର୍କୋ ଟେଷ୍ଟ ସରିବା ପରେ ୧୬୪ରେ ବୟାନ୍ ରେ-କର୍ଡ କରାଯାଇ କଟକ ଚୈଦ୍ଵାର ଜେ-ଲକୁ ଅଣା ଯାଇଥିଲା। ଗୋପାଳକୁ କଟକ ଏଥିପାଇଁ ଅଣା ଯାଇଛି କି କାରଣ ଗୋପାଳ କ୍ରାଇମବ୍ରାଞ୍ଚ ଟିମ୍ ଆଗରେ କହିଥିଲା କି ଝାରସୁଗୁଡ଼ା ଜେ-ଲରେ ତାକୁ ମା-ରିଦେବେ ବୋଲି, କଟକରେ ଗୋପାଳର ବହୁତ ଧ୍ୟାନ ମଧ୍ୟ ରଖାଯାଉଛି ଯେପରି ତାର ଜୀବନ ପ୍ରତି କିଛି ବି-ପଦ ନଆସୁ।

Leave A Reply

Your email address will not be published.