ମୁଁ ଏଇଠି ଛିଡା ହୋଇଥିଲି, ମନ୍ତ୍ରୀ କାରରୁ ବାହାରିଲେ, ସିଧା ଛାତିକୁ ଗୁ-ଳି ଦାଗିଦେଲି

0

Get real time updates directly on you device, subscribe now.

ମନ୍ତ୍ରୀ ନବ ଦାସଙ୍କୁ ଗୋପାଳ କେମିତି ମା-ରିଲା? କ୍ରାଇମସ୍ପଟରେ ସେଦିନ କଣ ଘଟିଥିଲା? ସେ ନେଇ ପୂରା ଘଟ-ଣାର ଯାଞ୍ଚ କରିଛି କ୍ରାଇମବ୍ରାଞ୍ଚ । ଆଜି କ୍ରାଇମସ୍ପଟକୁ ଗୋପାଳକୁ ନେବା ସହିତ ସେଠାରେ ପୂରା ଘଟ-ଣାର ସିନ୍ ରିକ୍ରିଏସନ୍ କରିଛି କ୍ରାଇମବ୍ରାଞ୍ଚ ।

ଏହି ସିନ୍ ରିକ୍ରିଏସନ୍ ବେଳେ ଗୋପାଳ ପୂରା ହ-ତ୍ୟାକା-ଣ୍ଡର ଡେମୋ ଦେଖାଇଛି । ସ୍ପଷ୍ଟ ଦିବାଲୋକରେ ସମସ୍ତଙ୍କ ସମ୍ମୁଖରେ ମନ୍ତ୍ରୀ ନବ ଦାସଙ୍କୁ ଗୁ-ଳି ମା-ରି ହତ୍ୟା କରିଥିବା ଏଏସ୍‌ଆଇ ଗୋପାଳ ଦାସ କ୍ରାଇମବ୍ରାଞ୍ଚ ହେପା-ଜତରେ ରହିଛି । ତଥାପି ହ-ତ୍ୟାର କାରଣ ନେଇ ମୁହଁ ଖୋଲୁନି କ୍ରାଇମବ୍ରାଞ୍ଚ ।

ଘଟଣା ପଛର ର-ହସ୍ୟ କଣ ଏମିତି ଅଛି ଯେ, କ୍ରାଇମବ୍ରାଞ୍ଚ ସତ କାଢ଼ିପାରୁନି? ଏହି ପ୍ରସଙ୍ଗକୁ ନେଇ ସାଧାରଣରେ ଚର୍ଚ୍ଚା ବଢ଼ୁଛି । ଏହାରି ଭିତରେ ଆଜି ଅଭି-ଯୁକ୍ତ ଗୋପାଳଙ୍କୁ ନେଇ ସିନ ରିକ୍ରିଏସନ କରାଇଛି କ୍ରାଇମବ୍ରାଞ୍ଚ ।

ବ୍ରଜରାଜନଗରର ଗାନ୍ଧୀ ଛକକୁ ଗୋପାଳକୁ ନେଇ କ୍ରାଇମବ୍ରାଞ୍ଚ କ୍ରାଇମ ସ୍ପଟକୁ ଯାଇଥିବାବେଳେ କେମିତି ହ-ତ୍ୟା କରିଥିଲା ଗୋପାଳ ଦେଖାଇଛି । ମିଳିଥିବା ସୂଚନା ମୁତାବକ ସିନ ରିକ୍ରିଏସନ ପାଇଁ ଘ-ଟଣା ଦିନ ଯେଉଁ ଗାଡି ଯେଉଁ ସ୍ଥାନରେ ଥିଲା ସେନେଇ କ୍ରମରେ ରଖାଯାଇଥିଲା ।

କ୍ରାଇମବ୍ରାଞ୍ଚ ଅଧିକାରୀଙ୍କ ସହ ପୋଲି-ସର କଡା ସୁର-କ୍ଷା ଭିତରେ ଘଟ-ଣାସ୍ଥଳରେ ପହଞ୍ଚି କେମିତି ଗୁ-ଳି ଚଳାଇଥିଲା ସେନେଇ ଡେମୋ ଦେଖାଇଛି ଗୋପାଳ । ଆଉ ଏହି ପୁରା ଘଟ-ଣାକୁ ଡ୍ରୋନ୍ କ୍ୟାମେରା କ-ଏଦ କରୁଛି ।

ସିନ୍ ରିକ୍ରିଏସନ୍ ପାଇଁ ସମ୍ପୂର୍ଣ୍ଣ ଅଞ୍ଚଳକୁ ନାକାବନ୍ଦୀ କରାଯାଇ କଡା ସୁର-କ୍ଷା ବଳୟ ଭିତରେ ରଖାଯାଇଛି । ଗୁଜରାଟ ଗାନ୍ଧୀନଗରରୁ ଆସିଥିବା ଏକ ଫରେନସିକ୍ ଟିମ୍ ଘଟ-ଣାସ୍ଥଳରେ ଉପସ୍ଥିତ ରହିଛି । ଏବେ ଦ୍ୱିତୀୟ ପର୍ଯ୍ୟାୟ ରିମା-ଣ୍ଡରେ ତଦ-ନ୍ତକାରୀ ଟିମ୍ ଗୋପାଳଙ୍କୁ ମାରାଥନ ଜେ-ରା କରୁଛନ୍ତିି ।

ଅଭି-ଯୁକ୍ତ ଗୋପାଳକୁ ରଖା ଯାଇଥିବା ଓଏସଏପି ଦ୍ୱିତୀୟ ବାଟାଲିୟନ ପରିସରକୁ ପୁ-ଲିସ ଜଗି ରହିଥିବା ବେଳେ ଭିତରକୁ କାହାକୁ ଛଡ଼ା ଯାଉନାହିଁ । ରାତି ୧୨ଟାରେ ପୁ-ଲିସ ଫୋର୍ସ ସହିତ ଗୋପାଳକୁ ଓଏସଏପି ଦ୍ୱିତୀୟ ବାଟାଲିୟନ ପରିସରରୁ ବାହାର କରି ନିକଟସ୍ଥ ତାଲପଟିଆ ଗାଁ ଭିତରେ ଥିବା ଏକ କ୍ଲବ୍ ଘରେ ରଖା ଯାଉଥିବା ଜଣାଯାଇଛି ।

ସେଠାରେ ତାକୁ ଜେରା କରାଯାଉଥିବା ନେଇ କୁହାଯାଉଥିବା ବେଳେ ସକାଳ ହେବା ପୂର୍ବରୁ ପୁଣି କଡ଼ା ସୁର-କ୍ଷାରେ ତାକୁ ନେଇ ଓଏସଏପି ଦ୍ୱିତୀୟ ବାଟାଲିୟନରେ ଦିନ ତମାମ ରଖାଯାଉଛି । ଏହାର ଉଦ୍ଦେଶ୍ୟ ଜଣାପଡ଼ୁନଥିବା ବେଳେ କ୍ରାଇମବ୍ରାଞ୍ଚ ଅଧିକାରୀମାନେ ମଧ୍ୟ କିଛି କହୁନାହାନ୍ତି ।

Leave A Reply

Your email address will not be published.