ଅଭିନେତା ପିଣ୍ଟୁ ନନ୍ଦଙ୍କର ସ୍ୱାସ୍ଥ୍ୟ ଅବସ୍ଥା ସଂକଟାପନ୍ନ,ତୁରନ୍ତ ଦିଲ୍ଲୀ ନେଇଯିବା ପାଇଁ ଡାକ୍ତରମାନଙ୍କ ନିର୍ଦେଶ

0

Get real time updates directly on you device, subscribe now.

ଓଲିଉଡର ଜଣାଶୁଣା ଅଭିନେତା ପିଣ୍ଟୁ ନନ୍ଦ ଅସୁସ୍ଥ ଥିବା ଏବେ ଜଣାପଡିଛି। ତାଙ୍କ ସ୍ବାସ୍ଥ୍ୟବସ୍ଥା ବହୁତ ସଙ୍କଟାପନ୍ନ ରହିଛି। ସେ ଲିଭର୍ ସିରୋସିସ ରୋଗରେ ପୀ-ଡିତ ଅଛନ୍ତି। ତେବେ ଉଚ୍ଚମାନର ଚିକିତ୍ସା ଲାଗି ତାଙ୍କୁ ଦିଲ୍ଲୀ ନେବାକୁ ଡାକ୍ତରମାନେ ପରାମର୍ଶ ଦେଇଛନ୍ତି। ଦିଲ୍ଲୀରେ ତାଙ୍କର ଲିଭର ପ୍ରତିରୋପଣ ହେବ।

ତେବେ ଚିକିତ୍ସା ପାଇଁ 50 ଲକ୍ଷ ଟଙ୍କା ଦରକାର ଅଛି। ଏ ନେଇ ସହାୟତାର ହାତ ବଢ଼ାଇବାକୁ ସୋସିଆଲ ମିଡିଆରେ ପରିବାର ଏବଂ ଶୁଭେଚ୍ଛୁ ନିବେଦନ କରିଛନ୍ତି।କିଛି ଦିନ ତଳେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ପିଣ୍ଟୁ ନନ୍ଦ।

ତାଙ୍କର ଚିକିତ୍ସା ଏଠାରେ ହୋଇପାରିବ ନାହିଁ କହିବା ସହ ଡାକ୍ତର ତାଙ୍କୁ ଦିଲ୍ଲୀ ନେଇ ଅତ୍ୟାଧୁନିକ ପ୍ରଣାଳୀରେ ଟ୍ରିଟେମେଣ୍ଟ କରିବାକୁ ପରାମର୍ଶ ଦେଇଛନ୍ତି।

ପିଣ୍ଟୁ ନନ୍ଦ ଓଲିଉଡରେ ଅନେକ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି। କେତେବେଳେ ଭାଇ କିମ୍ବା ପୁଅ କ୍ୟାରେକ୍ଟରରେ ଅଭିନୟ କରନ୍ତି ତ କେତେବେଳେ ଭିଲିଆନ କ୍ୟାରେକ୍ଟରରେ ଅଭିନୟ କରନ୍ତି।

ସେ ଓଲିଉଡର ଜଣେ ଲୋକପ୍ରିୟ ଅଭିନେତା। ତାଙ୍କ ଅଭିନୀତ କେତେକ ସିନେମା ଯେପରିକି ଜୟ ଜଗନ୍ନାଥ, ବାହୁଡ଼ିବେ ମୋ ଜଗାବଳିଆ, ଆଇ ଲଭ୍ ମାଇ ଇଣ୍ଡିଆ, ସାଥୀରେ, ପ୍ରେମ ପାଇଁ ମହାଭାରତ, ହାତ ଧରି ଚାଲୁଥା ଆଦି ଫିଲ୍ମରେ ଦମଦାର ଅଭିନୟ କରିଛନ୍ତି। ତାଙ୍କ ଦେହ ଯଥା ଶୀଘ୍ର ସୁସ୍ଥ ହେଇଯାଉ ବୋଲି ତାଙ୍କ ପରିବାର ଏବଂ ପ୍ରଶଂସକମାନେ ଭଗବାନଙ୍କ ଆଗରେ ଗୁହାରି କରୁଛନ୍ତି।

Leave A Reply

Your email address will not be published.