ଭାରତର ଏହି ଗାଆଁରେ ପ୍ରଥମେ ଝିଅ ଗର୍ଭବତୀ ହୁଅନ୍ତି, ତା ପରେ ଯାଇକି ବିବାହ କରନ୍ତି,ଏମିତି ନକଲେ ବାହା ହୋଇ ପାରିବେ ନାହିଁ

0

Get real time updates directly on you device, subscribe now.

ଗର୍ଭବତୀ ହେବା ପ୍ରତ୍ୟେକ ମହିଳାଙ୍କର ସ୍ୱପ୍ନ ଅଟେ। ସାଧାରଣତଃ ପ୍ରତ୍ୟେକ ମହିଳା ବିବାହ ପରେ ଗର୍ଭବତୀ ହୋଇଥାଆନ୍ତି କିନ୍ତୁ ଯେଉଁ ମହିଳା ବିବାହ ପୂର୍ବରୁ ପ୍ରେଗନେଣ୍ଟ ହୁଏ, ସମାଜରେ ତାର ବଦନାମୀ ହେବାସହ ପରିଜନ ମାନେ ତାଙ୍କୁ ଖରାପ ଭାବିଥାଆନ୍ତି ଓ ତାଙ୍କ ବିବାହ ନଷ୍ଟ ହୋଇଯାଏ।

ସେଥିପାଇଁ ପ୍ରତ୍ୟେକ ମହିଳାଙ୍କୁ ନିଜ ବିବାହ ପରେ ପ୍ରେଗନେଣ୍ଟ ହେବାପରେ ସମସ୍ତେ ଭଲ ପାଇଥାନ୍ତି କିନ୍ତୁ ଭାରତରେ ଏଭଳି ଏକ ଜନଜାତି ଅଛି ଯେଉଁଠାରେ ପ୍ରଥମେ ଝିଅକୁ ଗର୍ଭବତୀ ହେବାକୁ ପଡ଼ିଥାଏ ଓ ଏହାପରେ ସେ ବିବାହ କରିଥାଏ।

ପଶ୍ଚିମବଙ୍ଗର ଜଳପାଇଗୁଡ଼ି ଅଞ୍ଚଳର ଟୋଟୋପଡ଼ା ଜନଜାତି ମାନଙ୍କର ବିବାହ ପରମ୍ପରା ସମ୍ପୂର୍ଣ୍ଣ ଭାବରେ ଭିନ୍ନ ଅଟେ। ଏଠାରେ ମହିଳା ମାନଙ୍କୁ ପ୍ରଥମେ ବିବାହ କରିବା ପୂର୍ବରୁ ମାଆ ହେବାକୁ ପଡ଼ିଥାଏ। ତାଙ୍କୁ ବିବାହ ପୂର୍ବରୁ ଗର୍ଭବତୀ କରାଯାଇଥାଏ।

ଏହାପରେ ତାଙ୍କୁ ବିବାହର ଅନୁମତି ମିଳିଥାଏ। ଯଦି ଆପଣଙ୍କୁ ଏହିକଥା ଶୁଣିବାକୁ ଟିକେ ଅଜବ ଲାଗୁଛି ତାହେଲେ ଟିକେ ରୁହନ୍ତୁ। ଏମିତି କରିବାର ସମ୍ପୂର୍ଣ୍ଣ ପ୍ରକ୍ରିୟା ଜାଣିଲେ ଆପଣ ହଇରାଣ ହୋଇଯିବେ।

ଏହି ଜନଜାତିରେ ଯଦି କୌଣସି ଯୁବକକୁ ଏକ ଯୁବତୀ ସହିତ ବିବାହ କରିବାକୁ ଥାଏ ତାହେଲେ ପ୍ରଥମେ ସେ ମହିଳାଙ୍କୁ ନିଜ ସହିତ ଫେରାର କରି ନେଇଯାଏ ଓ ଏହାପରେ ସେମାନେ ଏକବର୍ଷ ପର୍ଯ୍ୟନ୍ତ ଏକାସହ ରହିବାପରେ ଶାରିରୀକ ସମ୍ଵନ୍ଧ ରଖିଥାନ୍ତି। ଯଦି ଏଥିରେ ଯୁବତୀ ଗର୍ଭବତୀ ହୋଇଗଲା ତାହେଲେ ମାନାଯାଏ ସେମାନେ ବର୍ତ୍ତମାନ ବିବାହ କରିବାକୁ ଯୋଗ୍ୟ ଅଟନ୍ତି।

ଟୋଟୋ ଜନଜାତିରେ କେବଳ ବିବାହ ନୁହେଁ, ଛାଡ଼ପତ୍ରକୁ ନେଇ ମଧ୍ୟ ସେଠାରେ ଏକ ଭିନ୍ନ କାର୍ଯ୍ୟକ୍ରମ ଦେଖିବାକୁ ମିଳିଥାଏ। ଯଦି କେହି ଏଠାରେ ଛାଡ଼ପତ୍ର ନେବାକୁ ଚାହେଁ ତାହେଲେ ପ୍ରଥମେ ତାଙ୍କ ପାଇଁ ଏକ ପୂଜାର ଆୟୋଜନ ହୋଇଥାଏ ଓ ଏହି ପୂଜାରେ ବହୁତ ଖର୍ଚ୍ଚ ହୋଇଥାଏ ସେଥିପାଇଁ ଏଠାରେ ଛାଡ଼ପତ୍ର ବହୁତ କମ ଦେଖିବାକୁ ମିଳେ।

ଭାରତ ଏକ ବର୍ଣ୍ଣ ବୈଷମ୍ୟର ଦେଶ ଅଟେ ଯେଉଁଠାରେ ପ୍ରତ୍ୟେକ ଧର୍ମର ଲୋକ ଓ ପ୍ରତ୍ୟେକ ଜନଜାତିର ଲୋକେ ରହିଥାନ୍ତି ଏବଂ ସେମାନଙ୍କ ମଧ୍ୟରେ ବିଭିନ୍ନ ବିବିଧତା ମଧ୍ୟ ଆମକୁ ଦେଖିବାକୁ ମିଳିଥାଏ।

ସେହିପରି ବିବାହ ପୂର୍ବରୁ ଗର୍ଭବତୀ ହେବାର ପ୍ରଥା ସବୁଠାରୁ ଭିନ୍ନ ଅଟେ। ଏହି ପ୍ରଥା ବିଷୟରେ ଆପଣଙ୍କର କଣ ରାୟ ରହିଛି ଆମକୁ କମେଣ୍ଟ ମାଧ୍ୟମରେ ନିହାତି ଜଣାଇବେ।

Leave A Reply

Your email address will not be published.