ସ୍ତ୍ରୀ ତାର କିନ୍ତୁ ଶୁଖ ଦେଉଛି ଚନ୍ଦନ । ନଗ୍ନ ଫୋଟ ଦେଖି ସହି ପାରୁନି ପୁଅ । ତାପରେ ବି ଜେଲରେ ପୂରାଇଦେଲା ବୋହୂ । ଏମିତି କିଛି ଅଭିଯୋଗ ଆଣିଛନ୍ତି ହତାଶିନୀ ମା
ଦର୍ଶକ ବନ୍ଧୁ ଆଜି ଅପରାହ୍ନରେ ଦେଖିବାକୁ ମିଳିଥିଲା ଅତି ହୃଦୟବିଦାରକ ଘଟଣା । ଯାହାକି ହେଲା ୬୩ ବର୍ଷୀୟ ଜଣେ ମାଆ ତା ପୁଅକୁ ନ୍ୟାୟ ମିଳିବା ପାଇଁ ଏସପି ଅଫିସ ଆସିଛନ୍ତି । ଆଉ ମାଆ ଜଣକ ସିଧା ସଳଖ କହୁଛନ୍ତି ଚନ୍ଦନ ଦାସ ମୋ ପୁଅକୁ ନଷ୍ଟ କରିଦେଇଛି । ମୋ ପୁଅକୁ ମାରି ଲହୁ ଲୁହାଣ କରିଛି ଭଲ କରି ଦେଖନ୍ତୁ ଏ ଦୃଶ୍ୟକୁ ଯାହା ଆପଣଙ୍କୁ ବିଶ୍ଵାସ ନହେଲେ ବି ଏହା ସତ ।
ମାଆ ଜଣକ କହିଛନ୍ତି ତାଙ୍କ ପୁଅ ବିଶ୍ଵ ବା ବିଶ୍ଵ ରଞ୍ଜନ ଦାସ ଶୁଭଶ୍ରୀଙ୍କୁ ୮ବର୍ଷ ତଳେ ପ୍ରେମ ବିବାହ କରିଥିଲେ । ବିଶ୍ଵ ଏବଂ ଶୁଭଶ୍ରୀ ଦୁହେଁ ପରସ୍ପରକୁ ଖୁବ ଭଲ ପାଉଥିଲେ । ଖୁବ ହସ ଖୁସିରେ ଜୀବନ କଟୁ ଥିଲା । ହେଲେ ଉଭୟଙ୍କ ମଝିରେ ଶଣ୍ଢ ପୁରେଇଲା ଚନ୍ଦନ । ଚନ୍ଦନ ହେଉଛି ମୋ ପୁଅର ସାଙ୍ଗ ବେଳେବେଳେ ଚନ୍ଦନ ମୋ ପୁଅ ସହ ଘରକୁ ଆସେ । ଆଉ ଚନ୍ଦନର ପ୍ରେମରେ ମୋ ବୋହୂ ଏବେ ପାଗେଳି ।
ଦୁଇ ବର୍ଷ ହେବ ମୋ ବୋହୂ ଘର ଛାଡି ପଳାଇଛି ଶୁଣିବାକୁ ମିଳୁଛି ସେ ଚନ୍ଦନ କୁଆଡେ ତାକୁ ରଖିଛି । ସେ ମୋ ପୁଅ ଠାରୁ ଛାଡପତ୍ର ଆବେଦନ କରିଛି । ଆଉ ଏହା ପରେ ବି ସେ ମୋ ପୁଅ ନାଁରେ ଗୋଟେ କେସ ଦେଇଛି ଯେଉଁଥି ପାଇଁ ପୋଲିସ ମୋ ପୁଅକୁ ବାନ୍ଧି ନେଇଛି । ଏ ବୁଢୀ ବୟସରେ ମୁଁ ମୋ ପୁଅ ବିନା ରହିପାରିବି ନାହିଁ ମୋ ପୁଅ ଦୋଷ କରି ନାହିଁ ଏସପି ସାର ମୋ ପୁଅକୁ ଛାଡି ଦିଅନ୍ତୁ । ଏମିତି କିଛି ନେହୁରା ହେଇଛନ୍ତି ବିଶ୍ଵଙ୍କ ମାଆ । ଦର୍ଶକ ବନ୍ଧୁ ଘଟଣା ହେଉଛି ଏମିତି ହଠାତ ବିଶ୍ଵଙ୍କ ଫୋନକୁ ଏକ ଫଟୋ ଆସିଲା ତାହା ପୁଣି ତାଙ୍କ ସ୍ତ୍ରୀଙ୍କ ଅଶ୍ଳୀଳ ଫଟୋ ।
ସଙ୍ଗେ ସଙ୍ଗେ ବିଶ୍ଵ ସେହି ଫଟୋକୁ ନେଇ ନିଜ ମାଆଙ୍କୁ ଦେଖାଇ ଥିଲେ । ଏହା ପରେ ବିଶ୍ଵ ନିଜ ସ୍ତ୍ରୀଙ୍କୁ ଫଟୋ ଛାଡି ଥିଲେ ଆଉ ଏହା ପରେ କୁଆଡେ ସେହି ଫଟୋକୁ ନେଇ ସେ ବିଶ୍ଵଙ୍କ ବିରୋଧରେ ଅଭିଯୋଗ କରିଛନ୍ତି । ଯେତେବେଳେ ପୁଅ ନିଜ ସ୍ତ୍ରୀର ନଗ୍ନ ଫଟୋ ଦେଖିଥିଲା ସେତେବେଳେ ପୁଅ କହିଥିଲା ମୁଁ ମା ଏମିତି ଫଟୋ ଦେଖି ସହିପାରୁନି । ତା ପରେ ବି ମୋ ପୁଅକୁ ତା ସ୍ତ୍ରୀ ଥାନାରେ ପୁରାଇଲା ।