ପ୍ରେମରେ ବିଷ ଦେଲା ପ୍ରେମିକା, ବ୍ରେକ୍ଅପ୍ ପାଇଁ ରାଜି ନହେବାରୁ ଘରକୁ ଡାକି ଜୁସ୍ରେ କୀଟନାଶକ ମିଶାଇ ପିଆଇ ଦେଲେ ପ୍ରେମିକା
ପ୍ରେମ, ପ୍ରତାରଣା ଓ ମର୍ଡ଼ର । ପ୍ରେମିକାର ଅନ୍ୟତ୍ର ବିବାହ ଠିକ୍ ହୋଇଯିବା ପରେ ପ୍ରେମିକ ବ୍ରେକଅପ୍ ପାଇଁ ରାଜି ନହେବାରୁ ଘଟିଛି ପ୍ରମିକକୁ ହତ୍ୟା କରିଛି ପ୍ରମିକା । ପିଛା ନ ଛାଡ଼ିବାରୁ ପ୍ରେମିକଙ୍କୁ ଘରକୁ ଡାକି ଜୁସ୍ରେ ବିଷ ଦେଇ ପ୍ରେମିକା ହତ୍ୟା କରିଥିବା ଅଭିଯୋଗ ହୋଇଛି । ଘଟଣାରେ ପ୍ରେମିକାକୁ ପୁଲିସ ଗିରଫ କରିବା ପରେ ଥାନାରେ ସେ ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣା ପଡ଼ିଛି । ଏମିତି ଏକ ଅଭାବନୀୟ ଘଟଣା ଘଟିଛି କେରଳର ଥିରୁଭନନ୍ତପୁରମରେ ।
ଏହାପରେ ସମ୍ପୃକ୍ତ ଯୁବତୀଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ବନ୍ଧୁଗଣ ମିଳିଥିବା ସୂଚନା ଅନୁଯାୟୀ ୨୨ ବର୍ଷୀୟ ଯୁବତୀ ଗରିସ୍ମାଙ୍କ ସହ ଜଣେ ୨୩ ବର୍ଷୀୟ ଯୁବକ ସେରନ୍ ରାଜଙ୍କ ସହ ପ୍ରେମ ହୋଇ ଯାଇଥିଲା । ଯିଏକି ଜଣେ ରେଡିଓଲୋଜି ଛାତ୍ର ଥିଲେ । ଉଭୟେ ଭୟଙ୍କକୁ ଭଲ ପାଉଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ପ୍ରେମିକାର ଅନ୍ୟତ୍ର ବିବାହ ଠିକ୍ ହୋଇଥିଲା । ପରେ ପ୍ରେମିକା ପ୍ରେମିକ ଜଣକୁ ନିଜ ଜୀବନରୁ ଦୂରେଇ ଯିବା ପାଇଁ କହିଥିଲେ । ହେଲେ ପ୍ରେମିକ ଜଣକ ବ୍ରେକଅପ୍ ରାଜି ହୋଇ ନଥିଲେ । ସେ ତାଙ୍କୁ ପ୍ରେମକୁ ଭୁଲିପାରୁ ନଥିଲେ । ତେବେ ପ୍ରେମିକଙ୍କୁ ନିଜ ଜୀବନରୁ ଦୂରେଇ ଦେବା ପାଇଁ ପ୍ରେମିକା ବହୁ ଚେଷ୍ଟା କରିଥିଲେ ।
ହେଲେ ତାଙ୍କ ଉଦ୍ୟମ ସଫଳ ହୋଇନଥିଲା । ଆଉ ଯେଉଁଥି ପାଇଁକି ପରେ ଯୁବତୀ ଜଣକ ପ୍ରେମିକକୁ ନିଜ ରାସ୍ତାରୁ ସବୁଦିନ ଲାଗି ହଟେଇ ଦେବା ଲାଗି ଏକ ଉପାୟ ପାଞ୍ଚି ଚକ୍ରାନ୍ତ ପ୍ରସ୍ତୁତ କରିଥିଲେ । ଆଉ ଯୋଜନା ମୁତାବକ ଯୁବତୀ ଗତ ଅକ୍ଟୋବର ୧୪ ତାରିଖରେ ନିଜ ପ୍ରେମିକଙ୍କୁ ଘରକୁ ଡାକିଥିଲେ । ଆଉ ଜୁସ୍ରେ ବିଷ ମିଶାଇ ତାଙ୍କୁ ଦେଇଥିଲେ । ଜୁସ୍ ପିଇବା ପରେ ଅସୁସ୍ଥ ହେବାରୁ ତାଙ୍କୁ ମେଡିକାଲ ନିଆ ଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା । ପୁଅ ଘର ଲୋକେ ହତ୍ୟା ଅଭିଯୋଗ ଆଣିବା ପରେ ପୁଲିସ ଦିନକ ପୂର୍ବରୁ ଯୁବତୀଙ୍କୁ ଗିରଫ କରିଥିଲା । କିନ୍ତୁ ଯୁବତୀ ଜଣକ ଟଏଲେଟ ଯାଇ ସେଠାରେ ଥିବା ଫିନାଇଲକୁ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ ।
ଖବର ପାଇ ପୁଲିସ ତାଙ୍କୁ ମେଡିକାଲ ନେଇଥିଲା । ସେଠାରେ ତାଙ୍କ ଅବସ୍ଥା ସ୍ଥିର ଥିବା ଜଣାପଡ଼ିଛି । ମେଡିକାଲରୁ ସୁସ୍ଥ ହେବା ପରେ ହତ୍ୟା ଘଟଣାରେ ତାଙ୍କୁ ଅଧିକ ଜେରା କରିବ ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି ।