ତେବେ ବନ୍ଧୁଗଣ ବର୍ତମାନ ସମୟରେ ଯାହା ଏକ ବଡ଼ ଖବର ରହିଛି ତାହା ହେଲା ଝାରପଡ଼ାଜେଲ ରେ କଏଦୀ ହୋଇ ଥିବା ଦମ୍ପତି ଅର୍ଚ୍ଚନା-ଜଗବନ୍ଧୁ ପୁଣିଥରେ ଭେଟା ଭେଟି । ସୂଚନା ଅନୁସାରେ ଗତ କିଛି ଦିନ ତଳେ ଭୁବନେଶ୍ବର ଏସଡିଜେଏମ କୋର୍ଟରେ ହାଜର ହୋଇଥିଲେ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ । ବ୍ଲାକମେଲିଂ ମାମଲାରେ କୋର୍ଟରେ ହାଜର କରିଥିଲା ପୋଲିସ । ଝାରପଡ଼ା ଜେଲରୁ କଡ଼ା ସୁରକ୍ଷା ବଳୟରେ ନିଆଯାଇ କୋର୍ଟରେ ହାଜର କରାଯାଇଥିଲା । ଅର୍ଚ୍ଚନା ଜଣେ ପ୍ରଯୋଜକଙ୍କୁ ୩ କୋଟି ଟଙ୍କା ମାଗି ବ୍ଲାକମେଲ କରୁଥିବା ନେଇ ନୟାପଲ୍ଲୀ ଥାନାରେ ହୋଇଥିଲା
ଅକ୍ଟୋବର ୬ ତାରିଖରେ ବ୍ଲାକମେଲ୍ ନେଇ ପ୍ରୟୋଜକ ଅଭିଯୋଗ କରିବା ପରେ ଅର୍ଚ୍ଚନାଙ୍କୁ ଗିରଫ କରାଯାଇଥିଲା । ସେହିପରି ତାଙ୍କୁ ସହଯୋଗ କରୁଥିବା ଅଭିଯୋଗରେ ସ୍ବାମୀ ଜଗବନ୍ଧୁଙ୍କୁ ଗିରଫ କରିଥିଲା ଖଣ୍ଡଗିରି ପୋଲିସ । ତେବେ ଭୁବନେଶ୍ୱର ଝାରପଡ଼ା ଜେଲରେ ସ୍ୱାମୀ- ସ୍ତ୍ରୀଙ୍କ ଭେଟ ହୋଇଛି । ଜେଲ ମଧ୍ୟରେ ଦ୍ୱିତୀୟ ଥର ପାଇଁ ସାକ୍ଷାତ ହୋଇଛି ନାଗ ଦମ୍ପତ୍ତିଙ୍କର । ସହକାରୀ ଜେଲର ଓ ଅନ୍ୟ ସୁରକ୍ଷାକର୍ମୀଙ୍କ ଉପସ୍ଥିତିରେ ଉଭୟ ୧୫ମିନିଟ ପାଇଁ କଥାବାର୍ତ୍ତା ହୋଇଛନ୍ତି ।
ତେବେ ଗତ ରବିବାର ଉଭୟ ପରସ୍ପରକୁ ଭେଟିଥିଲେ । ପ୍ରତିଷ୍ଠିତ ବ୍ୟକ୍ତିଙ୍କୁ ବ୍ଲାକମେଲ ଘଟଣାରେ ଉଭୟ ଜେଲରେ ଅଛନ୍ତି । ସ୍ୱାମୀ-ସ୍ତ୍ରୀ ଉଭୟ ଜେଲରେ ଥିଲେ ପରସ୍ପରକୁ ସପ୍ତାହରେ ଥରେ ଭେଟିବାକୁ ଜେଲ ମାନୁଆଲରେ ନିୟମ ରହିଛି । ତେବେ ଭେଟି ସ୍ଵାମୀ ଜଗବନ୍ଧୁ ସ୍ତ୍ରୀ ଅର୍ଚନାଙ୍କୁ ସାନ୍ତ୍ଵନା ଦେଉଥିବାର ଦେଖିବାକୁ ମିଳିଥିଲା । ବିଲକୁଲ୍ ବ୍ୟସ୍ତ ନ ହେବା ସହ ଜେଲରୁ ବାହାରିଲେ ସବୁ ନେତା ମନ୍ତ୍ରୀଙ୍କ କଳା କାରନାମା ଗୁମର ଖୋଲିଦେବା କଥା ମଧ୍ୟ କହୁଥିଲେ । ଆହୁରି ଜଗବନ୍ଧୁ ଅର୍ଚ୍ଚନା ଙ୍କୁ କହୁଥିଲେ, ” ତୁମେ ଜମା ଚିନ୍ତା କରନି । ମୁଁ ଆମ ଓକିଲଙ୍କ ସହ କଥା ହେଉଥିଲି ।
ସେ କହୁଥିଲେ କି ସବୁ ଠିକ୍ ହୋଇଯିବ । ଆଉ ଜଲ୍ଦୀ ବେଲ୍ ମିଳି ଯିବ । ତଳ କୋର୍ଟରେ ବେଲ୍ ମିଳି ନପାରେ କିନ୍ତୁ ଉପର କୋର୍ଟ ରେ ନିଶ୍ଚିତ ବେଲ୍ ମିଳିଯିବ ବୋଲି ଓକିଲ ପରାମର୍ଶ ଦେଇଥିଲେ । ତେବେ ସୂଚନାଯୋଗ୍ୟ ବ୍ଲାକମେଲ ଅଭିଯୋଗରେ ଅକ୍ଟୋବର ୭ରେ ଅର୍ଚ୍ଚନା ନାଗ ଗିରଫ ହୋଇଥିଲେ । ପରେ ଅକ୍ଟୋବର ୨୧ ତାରିଖରେ ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁକୁ ସତ୍ୟବିହାର ଘରୁ ଗିରଫ କରିଛି ପୋଲିସ । ଏବେ ପୋଲିସ ସ୍କାନରରେ ରହିଛି ସହଯୋଗୀ ଖଗେଶ୍ୱର । ଏନେଇ ସେମାନଙ୍କ ମୋବାଇଲ ଫୋନ୍, ଲାପଟପ, ପେନଡ୍ରାଇଭ ଓ ହାର୍ଡଡିସ୍କ ଜବତ ହୋଇଛି।