ଦଶମ ଶ୍ରେଣୀ ପରୀକ୍ଷା ପାସ୍ କରିପାରିବେ ନାହିଁ ଡରରେ ଘର ଛାଡ଼ି ଚାଲିଗଲା ଏହି ପିଲା, ଚିଠିରେ ଲେଖିଛନ୍ତି ବଡ଼ ମଣିଷ ହୋଇ ଫେରିବି।

0

Get real time updates directly on you device, subscribe now.

ବନ୍ଧୁଗଣ ଏମିତି ଏକ ଖବର ସାମ୍ନା କୁ ଆସିଛି ଆପଣବି ଜାଣିଲେ ଆଶ୍ଚର୍ଯ୍ୟ ହେଇଯିବେ। ଏହି ଘଟଣାଟି ଘଟିଛି ଗଞ୍ଜାମ ଜିଲ୍ଲା ହିଞ୍ଜିଳି କାଟୁ ସହର କାଳିଆ ସାହି ରେ ରହୁଥିବା ରଞ୍ଜନ ପାଣିଗ୍ରାହୀ ଘରେ।ରଞ୍ଜନ ପାଣିଗ୍ରାହୀଙ୍କ ର ଏକମାତ୍ର ପୁଅ ନାରାୟଣ ୪୮ ଘଣ୍ଟା ହେବା ନିଖୋଜ ହେଲାଣି ହେଲେ ତାଙ୍କର କିଛି ଖୋଜ ଖବର ମିଳୁନାହିଁ ।ତାଙ୍କର ଏକ ହାତଲେଖା ଚିଠି ମିଳିଛି ଯାଉଥିରୁ ସ୍ପୋଷ୍ଟ୍ ବାରିହାଉଛି ସେ ପାଠ ଡରରେ ଘର ଛାଡ଼ି ପଳାଇଛନ୍ତି ।

କିନ୍ତୁ ସେହି ଚିଠି ରେ ଏମିତି କିଛି ଲେଖା ଯାଇଛି ଯିଏ କେହିବି ଶୁଣିଲେ ଆଶ୍ଚର୍ଯ୍ୟ ହେଇଯିବ।ନାରାୟଣ ସେହି ଚିଠି ରେ ଲେଖିଛନ୍ତି,”ମୋ ପ୍ରିୟାର ମୋମି ମୋତେ କ୍ଷମା କରିଦେବୁ ମୁଁ ନିଜକୁ ରୋକି ପାରିଲିନି ମୋତେ ଦଶମ ପାସ ହେବି ବୋଲି ଆସା ନାହିଁ ସୋମେତିବେ ଅସମେଣ୍ଟ୍ ରେ ଭଲ ମାର୍କ ରହିଲେ ହିଁ ବୋର୍ଡ ପରୀକ୍ଷା ଦେଇପାରିବି ନହେଲେ ଫେଲ୍ ହୋଇଯିବି । ସେଥିପାଇଁ ମୁଁ ଘରୁ ବହୁତ୍ ଦୂରକୁ ଚାଲିଯାଉଛି।

ଆଉ ଘରକୁ କେବେ ଆସିବିକି ନାହିଁ ଜଣ ନାହିଁ ମାତ୍ର ମୁଁ କଥା ଦଉଛି ତ ରଣ ଖାଉଛି ନାହତି ଗୁତେ ଭଲ ଆଉ ବଡ ମଣିଷ ହୋଇ ଫେରିବି।” ଏମିତି କିଛି ଲେଖିଛନ୍ତି ନାରାୟଣ ଯାହା ଏବେ ଚର୍ଚ୍ଚା ର ବିଷୟ ପାଲଟିଛି।୨ ଦିନ ତଳେ ନାରାୟଣ ସ୍କୁଲ ଯାଇଥିଲେ କିନ୍ତୁ କିଛି ସମୟ ପରେ ଫେରିଆସିଲେ ଏବଂ ଉନିଫର୍ମ ଖୋଲି ଅଲଗା ଡ୍ରେସ ପିନ୍ଧି ଘରୁ ବାହାରି ଯାଇଥିଲେ ।ଏହି ପର ଠାରୁ ନାରାୟଣ ଙ୍କ ର କିଛିବି ସନ୍ଧାନ ମିଳୁନାହିଁ ।ତାଙ୍କ ପରିବାର ଲୋକ ବହୁତ୍ ବ୍ୟସ୍ତ ହେଉଛନ୍ତି , ଏବଂ କାଳି ଥାନାରେ ଅଭିଯୋଗ କରିଛନ୍ତି ।

ପୋଲିସ ଅଭିଯୋଗକୁ ଆଧାର କରି ଖୋଜ ଖୋଜି ଆରମ୍ଭ କରିଛି ,କିନ୍ତୁ ଏ ଯାଇ କିଛି ବି ସନ୍ଧାନ ମିଳିନାହିଁ। ଏପଟେ ନାରାୟଣ ର ମା ପୁଅ ପାଇଁ ବହୁତ୍ ବ୍ୟସ୍ତ ହେଉଛନ୍ତି, ଏବଂ ପ୍ରଶାସନ ପାଖରେ ନେହୁରା ହେଉଛନ୍ତି ତାଙ୍କ ପୁଅ ନାରାୟଣ କୁ ଖୋଜିବା ପାଇଁ । ସ୍କୁଲ ର ଶିକ୍ଷକ ଶିକ୍ଷୟତ୍ରୀ ମାନେ ଶାନ୍ତ ସୋଭବର ଥିବା ନାରାୟଣ ର ଏହି କଥାକୁ ସହଜରେ ଗ୍ରହଣ କରିପାରି ନାହାନ୍ତି।

Leave A Reply

Your email address will not be published.