ଆଜି ରବିବାର । ଆଉ ଜେଲରେ ଅର୍ଚ୍ଚନାକୁ ମିଳିବ ସ୍ଵାମୀ ସୁଖ । ମାତ୍ର ୧୫ ମିନିଟ ହେଉ ପଛେ ପାଖରେ ରହିବ ଜଗବନ୍ଧୁ।

0

Get real time updates directly on you device, subscribe now.

ଆପଣମାନେ ଜାଣିଥିବେ ଯେ ବର୍ତ୍ତମାନ ଜେଲ୍ ଭିତରେ ଅର୍ଚ୍ଚନା ଆଉ ଜଗବନ୍ଧୁ ରହିଛନ୍ତି । ଗତ ୬ ତାରିଖରୁ ଗିରଫ ହୋଇ ଅର୍ଚ୍ଚନା ଆଗରୁ ଜେଲ୍ ଭିତରେ ଥିଲେ । ଆଉ ଏବେ ସେହି ଜେଲ୍ ଭିତରେ ଜଗବନ୍ଧୁ ଆସି ଯାଇଛନ୍ତି । ତେବେ ସପ୍ତାହ କୁ ଦୁଇ ଜଣ ଥରୁଟିଏ ମାତ୍ର ଖୁସି ପାଇବେ । କାରଣ ସପ୍ତାହକୁ ଦୁଇଜଣ ଥରୁଟିଏ ମାତ୍ର ଦେଖା କରିବାକୁ ସୁଯୋଗ ଦିଆଯିବ ।ପରସ୍ପରକୁ ଭେଟିବେ ଆଉ ଆଲିଙ୍ଗଲ ମଧ୍ୟ କରିପାରିବେ ।ତେବେ ସବୁଠାରୁ ବଡ କଥା ଅର୍ଚ୍ଚନା ଝାଡପଡ଼ା ଜେଲ୍ ଭିତରେ ରହିଥିଲେ ।

ଆଉ ଜଗବନ୍ଧୁ ଧରା ଛୁଆଁ ଦେଉ ନଥିଲେ ।ପୋଲିସ ଜଗବନ୍ଧୁ ଙ୍କୁ ଖୋଜୁଥିଲେ । କିନ୍ତୁ ଜଗବନ୍ଧୁ କାହାକୁ ଦେଖା ଦେଉ ନଥିଲେ । ଆଉ ସେପଟେ ଅର୍ଚ୍ଚନା ଜେଲ୍ ଭିତରେ ଥିବା ସମୟରେ ଅର୍ଚ୍ଚନାଙ୍କୁ ଦେଖା କରିବାକୁ କୌଣସି ବଡ଼ବଡ଼ିଆ କିମ୍ବା ନିଜ ସ୍ଵାମୀ ଦେଖା କରିବାକୁ ଯାଇ ନଥିଲେ ।ସେହି ସମୟରେ ଅର୍ଚ୍ଚନା ଭାଙ୍ଗି ପଡ଼ିଥିଲେ ବୋଲି ଜଣାପଡିଛି । ସ୍ବାମୀ ଜେଲ୍ ଆସିବା ହୁଏତ ଦୁଃଖ ଲାଗିପାରେ । କିନ୍ତୁ ତାଙ୍କ ପାଖକୁ ଆସୁଛନ୍ତି ତାହା ଭାବି ସେ ଖୁସି ହୋଇଥିଲେ।

ଆଉ ବର୍ତ୍ତମାନ ସମୟରେ ପୁଣି ଅର୍ଚ୍ଚନା ଆଉ ଜଗବନ୍ଧୁଙ୍କ ପାଇଁ ଖୁସି ଖବର ହେଉଛି ଯେ ସପ୍ତାହକୁ ଦୁଇ ଜଣ ଥରେ ମାତ୍ର ଦେଖା କରି କଥା ହୋଇପାରିବେ । ସେ ପୁଣି ରବିବାର ଦିନ । ସେହି ଗୋଟିଏ ଦିନ ପରସ୍ପରକୁ ପାଖରେ ପାଇବେ । ଆଉ ଆଜି ହେଉଛି ରବିବାର । ତେଣୁ ଅର୍ଚ୍ଚନା ଆଉ ସ୍ଵାମୀ ଆଜି ଏହି କ୍ଷଣିକ ସମୟକୁ ଅପେକ୍ଷା କରି ରହିଛନ୍ତି । ବର୍ତ୍ତମାନ ର ଚର୍ଚ୍ଚିତ ଚେହେରା ଅର୍ଚ୍ଚନା ଓ ଜଗବନ୍ଧୁ ଗିରଫ ମାମଲାରେ କୋର୍ଟ ରେ ଏକ ନିର୍ଦେଶ ଜାରି କରିଛନ୍ତି । ଜେଲ ରେ ପରିବାର ଲୋକଙ୍କ ପାଇଁ ରବିବାର ଦିନ ୧୫ ମିନିଟ୍ ଦେଖା ସାକ୍ଷାତ କରିପାରିବେ ବୋଲି ବ୍ୟବସ୍ଥା ରହିଛି ।

ତେବେ ଜେଲ୍ ର ମହିଳା ୱାର୍ଡର ଆଉ କିଛି ପୁରୁଷ ୱାର୍ଡର ଙ୍କ ଉପସ୍ଥିତି ରେ ଏ ଦେଖା ସାକ୍ଷାତ ହୋଇ ପାରିବ । ଏବଂ ଅର୍ଚ୍ଚନା ମହିଳା ୱାର୍ଡର ରେ ଥିବା ବେଳେ ଜଗବନ୍ଧୁ ପୁରୁଷ ୱାଡ଼ର୍ ରେ ଅଛନ୍ତି । ଯେତେବେଳେ ଅର୍ଚ୍ଚନା ଗିରଫ ହୋଇଥିଲେ ସେତେବେଳେ ଜଗବନ୍ଧୁ ଦୌଡ଼ି ଚାଲି ଯାଇଥିଲେ । ସେବେ ଠୁ ଅର୍ଚ୍ଚନା ଜେଲ୍ ରେ ଆସି ରହିଲେ କିନ୍ତୁ ଜଗବନ୍ଧୁ କେଉଁଆଡେ ଚାଲି ଗଲେ । ଏହି ଘଟଣା ଟି ଚର୍ଚ୍ଚାର ବିଷୟ ପାଲଟିଛି ।

Leave A Reply

Your email address will not be published.