ଅଧରାତିରେ ଘରେ ସ୍ୱାମୀକୁ ହତ୍ୟା କରି ସ୍ତ୍ରୀ ହେଲା ଫେରାର।

0

Get real time updates directly on you device, subscribe now.

ବର୍ତ୍ତମାନ ସମୟରେ ସୋସିଆଲ ମିଡ଼ିଆରେ ଏମିତି ସବୁ ଘଟଣା ବିଷୟରେ ଭାଇରାଲ ହେବାରେ ଲାଗିଛି ଯାହାକୁ ଦେଖିବା ବା ଶୁଣିବା ପରେ ଆଶ୍ଚର୍ଯ୍ୟ ଲାଗୁଛି। ଆଉ ବେଳେ ବେଳେ ସୋସିଆଲ ମିଡ଼ିଆରେ ଏମିତି ଭିଡିଓ ସାମ୍ନାକୁ ଆସେ ଯାହାକୁ ବିଶ୍ୱାସ କରିବା କାଠିକର ପାଠ ହୋଇ ପଡ଼ିଥାଏ। ତେବେ ଏମିତି କିଛି ଘଟଣା ଆସେ ଯାହା ଚର୍ଚ୍ଚା ର ବିଷୟ ହୋଇଥାଏ।ଏହିଭଳି ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥାଏ ଏବଂ ସମସ୍ତଙ୍କୁ ଏ ବିଷୟରେ ଭାବିବା ପାଇଁ ମଧ୍ୟ ବାଧ୍ୟ କରିଥାଏ। ସେହିଭଳି କିଛି ଘଟଣା ଯାହାକୁ ଶୁଣିଲେ ସମସ୍ତେ ଅବାକ୍ ହୋଇଥାନ୍ତି।

ତେବେ ଆପଣ ମାନେ ସମସ୍ତେ ଦେଖୁଥିବେ ବର୍ତ୍ତମାନ ସମୟରେ ଦୁନିଆ କେଉଁ ପ୍ରକାର ଚାଲିଛି। ଆଉ ସମାଜରେ କିଭଳି ପ୍ରକାର ଘଟଣା ସବୁ ଘଟୁଛି। ଆଉ ଆପଣ ମାନେ ପ୍ରତିଦିନ ବିଭିନ୍ନ ପ୍ରକାରର ଘଟଣା ଦେଖିବାକୁ ପାଉଥିବେ।
ଶୁକ୍ରବାର ରାତିରେ ଓଡିଶାର ଏହି ବଲାଂଗିର ଜିଲ୍ଲାରେ ଜଣେ ମହିଳା ତାଙ୍କ ସ୍ୱାମୀଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏହି ଅପରାଧ କରିବା ପରେ ମହିଳା ଜଣକ ଘଟଣାସ୍ଥଳରୁ ପଳାଇ ଯାଇଥିଲେ। ଏହି ଘଟଣା ତୁସ୍ରା ପୋଲିସ ଷ୍ଟେସନ ଅଞ୍ଚଳର ମହିପୁର ଗାଁର ଅଟେ।
ମୃତ ବ୍ୟକ୍ତି ଜଣକ ଦିବ୍ୟା ସିଂ ଭୋଇ ଏବଂ ତାଙ୍କ ପତ୍ନୀ, ଅଭିଯୁକ୍ତ ମହିଳା ଯଶୋଦା ବୋଲି ଜଣାପଡିଛି।

ଖବର ଅନୁଯାୟୀ, ଗତକାଲି ରାତିରେ ମହିଳା ଜଣକ ଶୋଇଥିବା ସମୟରେ ତାଙ୍କ ସ୍ୱାମୀଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ସୂଚନା ଅନୁସାରେ, ଗତକାଲି ରାତିରେ ଦିବ୍ୟ ଶୋଇଥିବା ବେଳେ ଧାରୁଆ ଅସ୍ତ୍ରରେ ଯଶୋନ୍ଦା ହତ୍ୟା କରିଥିବା ଅଭିଯୋଗ ହୋଇଛି। ବିଳମ୍ବିତ ରାତି ପ୍ରାୟ ୨ଟା ୪୦ରେ ଏହି ହତ୍ୟାକାଣ୍ଡ ଘଟିଛି। ହତ୍ୟାକାଣ୍ଡ ପରେ ଯଶୋନ୍ଦା ଦୌଡ଼ି ଦୌଡ଼ି ରୁମ୍‌ରୁ ବାହାରୁଥିବା ଦିବ୍ୟଙ୍କ ଭାଇମାନେ ଦେଖିଥିଲେ। ଏହାଦେଖି ଘଟଣାସ୍ଥଳରେ ପରିବାର ଲୋକ ପହଞ୍ଚିବା ପରେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଦିବ୍ୟ ପଡ଼ିଥିବା ଦେଖିବାକୁ ପାଇଥିଲେ।

ଏହା ପରେ ସେ ଘଟଣାସ୍ଥଳରୁ ପଳାଇ ଯାଇଥିଲେ। ପରେ ତାଙ୍କ ପରିବାର ସଦସ୍ୟ ତାଙ୍କୁ ବଲାଙ୍ଗୀର ଭୀମା ଭୋଇ ମେଡିକାଲ କଲେଜ ଏବଂ ହସ୍ପିଟାଲକୁ ଆଣିଥିଲେ। ତେବେ ସେଠାରେ ଥିବା ଡାକ୍ତରମାନେ ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ।ହତ୍ୟାକାଣ୍ଡ ପରେ ସେ ଫେରାର ଅଛନ୍ତି। ପରିବାର ଲୋକଙ୍କ କହିବା ଅନୁସାରେ, ହତ୍ୟାକାରୀ ଯଶୋନ୍ଦା ଜଣେ ମାନସିକ ରୋଗୀ। ସେ ଔଷଧ ମଧ୍ୟ ଖାଉଥିଲେ। ତୁଷୁରା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।
ଯଦିଓ ଅପରାଧ ପଛର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ, କିନ୍ତୁ ଏହା ପଛରେ ପାରିବାରିକ ବିବାଦ ବୋଲି ସନ୍ଦେହ କରାଯାଉଛି।
ସୂଚନା ପାଇବା ପରେ ତୁଳସୀ ପୋଲିସ ଷ୍ଟେସନର ପୋଲିସ କର୍ମଚାରୀ ଅପରାଧୀଙ୍କୁ ଖୋଜିବା ପାଇଁ ବିଭିନ୍ନ ସ୍ଥାନରେ ଆରମ୍ଭ କରିଛନ୍ତି। ତେବେ ରିପୋର୍ଟ ଦାଖଲ ପର୍ଯ୍ୟନ୍ତ ସେ ପଳାଇ ଯାଇଥିଲେ।

Leave A Reply

Your email address will not be published.