ତତେ ପ୍ରେମ କଲି ବୋଲି ତୁ ମତେ ଝୁଣୀ ପକେଇଲୁ, ଆଉ ଶେଷରେ ତୁ ମୋ ଜୀବନ ନେଇଗଲୁ…

0

Get real time updates directly on you device, subscribe now.

” ତତେ ପ୍ରେମ କରିଥିଲି, ହେଲେ ତୁ ମତେ ଦୁଷ୍କର୍ମ କରି ମାରିଦେଲୁ । ମତେ ଝୁଣୀ ପକାଇ ମୋ ଜୀବନ ନେଇଗଲୁ । ମୁଁ ତୋର କି ଭୁଲ କରିଥିଲି ? ତୋ ଉପରେ ବିଶ୍ୱାସ କଲି, ହେଲେ ତୁ ଆଜି ମୋ ବିଶ୍ୱାସରେ ବିଷ ଦେଇ ମାରିଦେଲୁ । ତିନି ବର୍ଷ ଧରି ତତେ ଭଲ ପାଉଥିଲି । ତତେ ନିଜଠୁ ବେଶୀ ଚାହୁଁଥିଲି ।

ହେଲେ ତୁ ମୋ ଦେହକୁ ଚାହିଁଲୁ, ପ୍ରେମ ବଦଳରେ ମୋ ଶରୀରକୁ ଉପଭୋଗ କଲୁ । ବାହାଘର ହେବାକୁ ଡାକିଲୁ, ଆଉ ମୁଁ ଘରଦ୍ୱାର ଛାଡ଼ି ତୋ କଥାକୁ ବିଶ୍ବାସ କରି ତତେ ବାହା ହେବାକୁ ପଳେଇ ଆସିଲି । ହେଲେ ତୁ ମତେ ବାହା ହେବାକୁ କହି ଦୁଷ୍କର୍ମ କଲୁ । ତାପରେ ମତେ ପିଟିଲୁ । ଏତିକିରେ ତୋ ମନ ଶାନ୍ତି ହେଲାନି ଯେ ଶେଷରେ ତୁ ମତେ ମାରିଦେଲୁ । ଯେତେବେଳେ ମୋ ଦେହକୁ ଉପଭୋଗ କରୁଥିଲୁ, ସେତେବେଳେ ତୋର ପ୍ରେମ ଥିଲା । ଆଉ ଯେତେବେଳେ ମଜା ସରିଗଲା, ସେତେବେଳେ ତୁ ମତେ ମାରି ଫିଙ୍ଗି ଦେଲୁ । କେମିତି ସହିବିରେ, ମତେ ବହୁତ୍ କଷ୍ଟ ହେଉଛି । ତତେ ଭଲ ପାଇଲି, ହେଲେ ତୁ ମତେ ଦୁଷ୍କର୍ମ କରି ମାରିଦେଲୁ ।”

ଆଜ୍ଞା ହଁ, ରାସ୍ତା କଡ଼ରେ ଯୁବତୀଙ୍କ ମୃତଦେହ ପଡ଼ିଛି । ପାଖରେ ଚପଲ ପଡ଼ିଛି, ଆଉ କିଛି ଦୂରରେ ଓଢ଼ଣି ପଡ଼ିଛି । ତେବେ ପରିବାର ଲୋକଙ୍କ କହିବା ଅନୁଯାୟୀ, ପଥୁରିଆ ଗାଁର ସର୍ବେଶ୍ୱର ରାଉତ ନିକଟସ୍ଥ ଗାଁର ଜଣେ ଯୁବତୀଙ୍କୁ ବିବାହ କରିବାକୁ ଘରକୁ ଡ଼ାକିଥିଲା । ତିନିବର୍ଷ ହେବ ପ୍ରେମ କରୁଥିଲା ଏବଂ ବିବାହର ପ୍ରଲୋଭନ ଦେଇ ଶାରୀରିକ ସମ୍ପର୍କ ରଖୁଥିଲା । ତେବେ ଗତ କାଲି ଯୁବକ ଜଣକ ବିବାହ କରିବାକୁ ଯୁବତୀଙ୍କୁ ଡ଼ାକି ଦୁଷ୍କର୍ମ କରିଛି ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି ।

ଦୁଆରଗା ନିକଟସ୍ଥ ଏକ ବୁଦା ମୂଳରେ ଯୁବତୀଙ୍କ ମୃତ ଦେହ ପଡ଼ି ରହିଥିଲା । ଏହାକୁ ଦେଖି ଲୋକେ ସଙ୍ଗେ ସଙ୍ଗେ ପୋଲିସକୁ ଖବର ଦେଇଥିଲେ । ପୋଲିସ ଆସି ମୃତଦେହକୁ ଜବତ କରିବା ସହ ସାଇଣ୍ଟୀଫିକ ଟିମ୍ ଦ୍ଵାରା ତଦନ୍ତ ଚଳାଇଛି । ତେବେ ହାତ ପାପୁଲି ଏବଂ କାନ ନିକଟରେ କ୍ଷତ ସ୍ଥାନ ଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି ।

Leave A Reply

Your email address will not be published.