ଏଠି ସ୍ୱାମୀ ଘର ଆଗରେ ଲାଗିଛନ୍ତି, ଶାଶୁ ଓ ବୋହୁ|ଶାଶୁକୁ ସପୋର୍ଟ ଦେବାପାଇଁ ଅଛନ୍ତି ଶଶୁର ,ଦିଅର ଯାଆ ସବୁକିଛି ଧାଇଁ ଆସିଲେ|କିନ୍ତୁ ଏକାକୀ ଶୁଭଲକ୍ଷ୍ମୀ ଲଢିଥିଲେ|ମାନିବାକୁ ପଡିବ ଶୁଭଲକ୍ଷ୍ମୀଙ୍କ ସାହାସକୁ, ହଁ ଦର୍ଶକଵନ୍ଧୁ ଦୀପିକା ଭଳି ଶୁଭ
ଲକ୍ଷ୍ମୀ ଜଣେ ଝିଅ ଯିଏ ମାସ ମାସ ଧରି ନିଜ ସ୍ୱାମୀ ଘର ମୁହଁରେ ଧାରଣ ଦେଇ ଆସୁଛି|ଭଲକରି ଦେଖି ନିଅନ୍ତୁ ଏହି ଦୃଶ୍ୟକୁ|ଦେଖନ୍ତୁ ତାଙ୍କୁ ମାରିବାକୁ କେତେ ଲୋକ:ଶାଶୁ, ଶଶୁର,ଦିଅର,ଯାଆ, ନଣନ୍ଦ ଇତ୍ୟାଦି|ସମସ୍ତଙ୍କ ଲକ୍ଷ୍ୟ ଶୁଭଲକ୍ଷ୍ମୀଙ୍କୁ ଘର ଆଗରେ ବସେଇ ଦେବୁନାହିଁ|
ଏ ଘଟଣା ସେତେବେଳେ ହୋଇଥିଲା ଯେତେବେଳେ ଶୁଭଲକ୍ଷ୍ମୀ ଆଜି କିଛି ମହିଳା ସମିତିର ସହଯୋଗରେ ପ୍ରଥମ ସ୍ୱାମୀ ଙ୍କ ଘର ତାଲା ଭାଙ୍ଗିବାକୁ ଆସିଥିଲେ|ହଁ ଆଜ୍ଞା ଏହାପରେ କାଳେ ସେ ଦ୍ଵିତୀୟ ବିବାହ କରିଥିଲେ,ଏଵେ କୁଆଡେ ସେ ପ୍ରଥମ ସ୍ୱାମୀଙ୍କ ସହ ରହିବାକୁ ଚିନ୍ତା କରିଛନ୍ତି|ତେଣୁ ଦୀର୍ଘ ଦେଢମାସ ଧରି ପୁଅକୁ ଧରି ଧାରଣାରେ ବସିଛନ୍ତି|ଠିକ ଏହି ସମୟରେ ଉତେଜନା ମୂଳକ ପରିସ୍ଥିତି ଉପୁଜିଥିଲା|ଖଣ୍ଡଯୁଦ୍ଧ ଓ ଇଟା ପଥର ଫୋପାଡି ଫୋପାଡି ହୋଇଥିଲା|ଏହାସହ ଲଙ୍କା ଗୁଣ୍ଡ ମାଡ ହୋଇଥିଲା|
ଦେଖନ୍ତୁ କିଭଳି ଶୁଭଲକ୍ଷ୍ମୀ ତାଙ୍କ ଶାଶୁ ଘର କବାଟକୁ ଠୋ ଠୋ କରି ବାଡେଉଛନ୍ତି|ଆଜି ଯେତେବେଳେ କିଛି ମହିଳା ସଦସ୍ୟ ତାଙ୍କ ସାହାଯ୍ୟ କଲେ ଶୁଭଲକ୍ଷ୍ମୀଙ୍କ ସାହାସ ବଢି ଯାଇଛି|ଅପରପକ୍ଷରେ ୫-୬ ଜଣଙ୍କ ବିରୁଦ୍ଧରେ ହାର ମାନୁଛି ତାଙ୍କ ସାହାସ,ତଥାପି ସେ ଯାହା ପାରୁଛନ୍ତି କରୁଛନ୍ତି|ଏହା ହେଉଛି ଚନ୍ଦନପୁର ଅନ୍ତର୍ଗତ ଜିରା ଗାଁର ଘଟଣା|ସେ ବାଙ୍କୀ ମୁହାଣର ପ୍ରହ୍ଲାଦ ପ୍ରଧାନକୁ ୨୦୧୫ରେ ବିବାହ କରିଥିଲେ|ଯେତେବେଳେ ସେ ୨ ମାସର ଗର୍ଭବତୀ ଥିଲେ ତାଙ୍କ ଶାଶୁ ଓ ନଣନ୍ଦ ଯୈତୁକ ନିର୍ଯାତନା ଦେଉଥିଲେ|ଏଭଳି ଅଭିଯୋଗ ଆଣି ସେ ଶାଶୁ ଘର ଛାଡ଼ିଥିଲେ|
ତାଙ୍କ ସ୍ୱାମୀ ପ୍ରହ୍ଲାଦଙ୍କ ଅନୁସାରେ ସେ ବହୁ ଲୋକଙ୍କ ସହ ଶାରିରୀକ ସମ୍ପର୍କ ରଖୁଥିଲେ ତେଣୁ ମୁଁ କୋର୍ଟରେ ଡିଭର୍ସ ପିଟିସନ ଦାୟର କରିଛି|