ବାତ୍ୟାର ନାଁ ଶୀତରଙ୍ଗ, ବାତ୍ୟା ନେଇ ଚିତ୍ର ସ୍ପଷ୍ଟ କଲା ଆଞ୍ଚଳିକ ପାଣିପାଗ କେନ୍ଦ୍ର

0

Get real time updates directly on you device, subscribe now.

ଓଡ଼ିଶାକୁ ବାତ୍ୟାର ମହା ବିପଦ ମାଡି ଆସୁଛି । ବାତ୍ୟାର ନାମ ହେଉଛି ଶୀତରଙ୍ଗ, ଆଉ ଏହି ବାତ୍ୟାର ନାମ ଥାଇଲାଣ୍ଡ ଦେଇଛି । ବାତ୍ୟାର ଚିତ୍ରକୁ ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସ୍ପଷ୍ଟ କରିଛି । ଉତ୍ତର ଆଣ୍ଡାମାନ ସାଗର ଏବଂ ପାର୍ଶ୍ଵବର୍ତ୍ତି ଅଞ୍ଚଳରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଆଉ ଏହା ପରବର୍ତ୍ତୀ 48 ଘଣ୍ଟା ମଧ୍ୟରେ ଅବପାତର ରୂପ ନେବ । ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଆଜି ଅପରାହ୍ନରେ ଉଚ୍ଚ ସ୍ତରୀୟ ବୈଠକ ବସିବ । ଏସଆରସିଙ୍କ ଦାୟିତ୍ୱରେ ଥିବା ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହେବ । ପୂର୍ବ ପ୍ରସ୍ତୁତି ନେଇ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା ମଧ୍ୟ କରାଯିବ ।

ବାତ୍ୟା ପାଇଁ କର୍ମଚାରୀଙ୍କୁ ହେଡକ୍ଵାଟର ଛାଡ଼ିବା ପାଇଁ ମନା କରାଯାଇଛି । ଏବେଠାରୁ ବାତ୍ୟା ପାଇଁ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । 23 ରୁ 25 ପର୍ଯ୍ୟନ୍ତ କର୍ମଚାରୀଙ୍କୁ ହେଡକ୍ଵାଟର ଛାଡ଼ିବା ପାଇଁ ମନା କରାଯାଇଛି । ଆଉ ସେପଟେ ଦକ୍ଷିଣ ପୂର୍ବ ପାର୍ଶ୍ଵବର୍ତ୍ତି ପୂର୍ବ କେନ୍ଦ୍ରୀୟ ବଙ୍ଗୋପ ସାଗରରେ ଏହା କେନ୍ଦ୍ରୀଭୂତ ହେବ । ପରବର୍ତ୍ତୀ ସମୟରେ ପଶ୍ଚିମ, ଉତ୍ତର ପଶ୍ଚିମ ଦିଗରେ ଗତି କରିବ । 22 ତାରିଖରେ କେନ୍ଦ୍ରୀୟ ବଙ୍ଗୋପ ସାଗରରେ ଅବପାତର ରୂପ ନେବ ।

23 କିମ୍ବା 24 ତାରିଖ ବେଳକୁ ଏହା ବାତ୍ୟାର ରୂପ ନେବ । ଆଉ ଏହାର ପ୍ରଭାବରେ ଆସନ୍ତା 22 ତାରିଖ ସକାଳୁ ଓଡ଼ିଶାରେ ବର୍ଷା ଆରମ୍ଭ ହୋଇଯିବ । ଘଣ୍ଟା ପ୍ରତି 45 ରୁ 65 କିଲୋମିଟର୍ ବେଗରେ ପବନ ବହିବ ଏବଂ ସମୁଦ୍ରରେ ଉଚ୍ଚ ଜୁଆର ଆସିବ । ତେଣୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବାକୁ ମନା କରାଯାଇଛି । 23 ତାରିଖ ସକାଳୁ ବର୍ଷାର ପରିମାଣ ବଢ଼ିବ ଏବଂ ଉପକୂଳ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ଅଛି ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଦେଇଛି । ତେବେ ଏସବୁ ଯାହା ହେଉନା କାହିଁକି, ରାଜ୍ୟ ସରକାର ଆଜିଠାରୁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ।

Leave A Reply

Your email address will not be published.