ଅର୍ଚ୍ଚନାଙ୍କୁ ମିଳିଲାନି ଜାମିନ, ଭୁବନେଶ୍ୱର ଏସଡିଜେଏମ କୋର୍ଟ ତାଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି

0

Get real time updates directly on you device, subscribe now.

ସୁନ୍ଦରୀ, ମାୟାବିନୀ ଅର୍ଚ୍ଚନା ନାଗର ଜାମିନ ଖାରଜ ହୋଇଛି । ଆଜ୍ଞା ହଁ, ତାଙ୍କ ଜାମିନ ଆବେଦନକୁ ଭୁବନେଶ୍ୱର ଏସଡିଜେଏମ କୋର୍ଟ ଖାରଜ କରିଛନ୍ତି । ଗତ ଶୁକ୍ରବାର ଦିନ ଅର୍ଚ୍ଚନା ଜାମିନ ଆବେଦନ କରିଥିଲା, କିନ୍ତୁ ଆଜି ଜାମିନ ଖାରଜ ହେବାପରେ ଅର୍ଚ୍ଚନା ଜେଲରେ ରହିବ । ଯେଉଁ ଅର୍ଚ୍ଚନା ଦିନେ ପାଦ ଖସିଗଲା ପରି ଚଟାଣରେ ଚାଲୁଥିଲା, ସେ ଆଜି ଜେଲର ଚାରିକାନ୍ଥ ଭିତରେ ରହିବ ଆଉ ଶୁଖିଲା ରୁଟି ଖାଇବ ।

ଆଜ୍ଞା ହଁ, ଇଏ ହେଉଛି ସେଇ ଅର୍ଚ୍ଚନା, ଯିଏ ନିଜ ମାୟା ଜାଲରେ ବଡ ବଡିଆଙ୍କୁ ଫସାଇଥିଲା, ବ୍ଲାକମେଲ କରିଥିଲା ଏବଂ କଳା ସାମ୍ରାଜ୍ୟ ଖୋଲିଥିଲା । ଅର୍ଚ୍ଚନାଙ୍କ ବିରୋଧରେ ବଡବଡିଆଙ୍କ ଅଶ୍ଳୀଳ ଭିଡିଓ ସୁଟ୍ କରି ବ୍ଲାକମେଲ କରିବା ଏବଂ ହତ୍ୟା କରିବା ଭଳି ସଙ୍ଗୀନ ଆରୋପ ଲଗାଯାଇଛି । ଆଉ ଏଥିରେ 7 ତାରିଖରେ ତାଙ୍କୁ କମିଶନର ପୋଲିସ ଗିରଫ କରିଥିଲା । ଆଉ ଏବେ ସେ ଝାରପଡ଼ା ଜେଲରେ ହିଁ ଅଛନ୍ତି ।

ଏପଟେ ଶୁଣିବାକୁ ମିଳୁଛି ଯେ ପୋଲିସ ଅଧିକ ଖୋଳତାଳ କରିବାକୁ ଅର୍ଚ୍ଚନାଙ୍କୁ ରିମାଣ୍ଡରେ ଆଣିବ । 5 ଦିନିଆ ରିମାଣ୍ଡରେ ଆଣିବାକୁ ଖଣ୍ଡଗିରି ଥାନା ପୋଲିସ କୁଆଡେ କୋର୍ଟରେ ଆବେଦନ କରିଥିବାର ଚର୍ଚ୍ଚା ହେଉଛି । ଆଉ ରିମାଣ୍ଡରେ ଆଣି ବ୍ଲାକମେଲିଙ୍ଗର ସତ ବାହାର କରିବାକୁ ପୋଲିସ ନଜର ରଖିଛି । କିନ୍ତୁ ଏପଟେ ପୋଲିସର ତଦନ୍ତର ଗତି କଣ, ନା ପୋଲିସ କଣ କହୁଛି ନା ସ୍ପଷ୍ଟ ସୂଚନା ଦେଉଛି । ଯାହାକୁ ନେଇ ବର୍ତ୍ତମାନ ଲୋକଙ୍କ ମଧ୍ୟରେ ସନ୍ଦେହ ସୃଷ୍ଟି ହେଉଛି ।

ଯଦି କୌଣସି ଅଜ୍ଞାତ ସ୍ଥାନରେ ନ ହେଲା, ତେବେ ଜେଲରେ ତାଙ୍କୁ ଜେରା କରିବାକୁ ଖଣ୍ଡଗିରି ଥାନା ପୋଲିସ ରିମାଣ୍ଡରେ ଆଣିବାକୁ ଆବେଦନ କରିଥିବାର ଶୁଣିବାକୁ ମିଳୁଛି । କିନ୍ତୁ ଏବେ ସବୁଠି ଚର୍ଚ୍ଚା ହେବାରେ ଲାଗିଛି ଯେ ଯେହେତୁ ଅର୍ଚ୍ଚନାଙ୍କ କେସରେ ବଡବଡିଆଙ୍କ ହାତ ଅଛି, ସେଥିପାଇଁ ପୋଲିସ କୁଆଡେ ହାତେ ମାପି ଚାଖଣ୍ଡେ ଚାଲୁଛି । କିନ୍ତୁ ଏସବୁ ଭିତରେ ଅର୍ଚ୍ଚନା ନାଗଙ୍କ ଜାମିନ ଆବେଦନ ଖାରଜ ହୋଇଛି ଏବଂ ଭୁବନେଶ୍ବର ଏସଡିଜେଏମ କୋର୍ଟ ତାଙ୍କ ଜାମିନ ଆବେଦନ ଖାରଜ କରିବାରୁ ଅର୍ଚ୍ଚନା ବର୍ତ୍ତମାନ ଝାରପଡ଼ା ଜେଲରେ ଅଛନ୍ତି ।

Leave A Reply

Your email address will not be published.