ସ୍ୱାମୀ ଯେତେବେଳେ ଘରକୁ ଫେରିଲା, ସେତେବେଳେ ସେ ଦେଖିଲା ତା ସ୍ତ୍ରୀ ଜଣେ ପରପୁରୁଷ ସହ ଶୋଇଛି | ଆଉ ତାପରେ ପରପୁରୁଷ ଏବଂ ତା ସ୍ତ୍ରୀ ତାକୁ ଜୀବନରୁ ମାରିଦେଲେ ଆଉ ସବୁଦିନ ପାଇଁ ଆରପାରିକୁ ପଠାଇଦେଲେ | ଆଜ୍ଞା ହଁ, ଛଅବର୍ଷର ସମ୍ପର୍କ ମଧ୍ୟରେ ଏଭଳି କିଛି ଝଡ଼ ଆସିଛି | ଅଗ୍ନିକୁ ସାକ୍ଷୀ ରଖି ୭ଜନ୍ମ ପାଇଁ ହାତ ଧରିଥିଲା ସ୍ୱାମୀ, ଯେ ସ୍ତ୍ରୀ ସ୍ୱାମୀ ସହ ସବୁବେଳେ ସାଥ ଦେବ | ସ୍ୱାମୀର ସବୁ ପରିସ୍ଥିତିରେ ସ୍ତ୍ରୀ ସାଥ ଦେବ ଆଉ ତା ସହିତ ଛିଡା ହେବ | କିନ୍ତୁ କଥା ବଦଳିଗଲା ଏବଂ ଛଅବର୍ଷର ବୈବାହିକ ଜୀବନରେ ସ୍ତ୍ରୀର ମନ ସ୍ୱାମୀ ପାଖରେ ଭରୁନଥିଲା ଏବଂ ଅନ୍ୟ ପୁରୁଷ ସହିତ ସ୍ତ୍ରୀ ଶାରୀରିକ ସମ୍ପର୍କ ରଖୁଥିଲା |
ସ୍ୱାମୀ ଯେତେବେଳେ ଘରକୁ ଫେରୁଥିଲେ, ସେତେବେଳେ ସେ ଦେଖିଥିଲେ ଯେ ତାଙ୍କ ସ୍ତ୍ରୀ ଜଣେ ବାହାର ପୁରୁଷ ସହିତ ସମ୍ପର୍କ ରଖୁଛି | ଆଉ ସେହି ଘଟଣାକୁ ସ୍ୱାମୀ ଜମାରୁ ସହିପାରିନଥିଲା | କିଛି ସମୟ ଯୁକ୍ତିତର୍କ ହେବାପରେ ସ୍ତ୍ରୀ ଏବଂ ସେହି ପରପୁରୁଷ ସ୍ୱାମୀକୁ ଜୀବନରୁ ମାରିଦେଲେ ବୋଲି ଗାଁ ଲୋକେ ଅଭିଯୋଗ କରିଛନ୍ତି |
ତେବେ ଚାରିରୁ ପାଞ୍ଚଦିନ କାଳ ସେହିଭଳି ଭାବେ ସ୍ୱାମୀର ମୃତ ଦେହ ପଡ଼ିରହିଛି | ଗାଁ ଲୋକେ ଶବ ସଂସ୍କାର କରିବାକୁ ଦେଉନାହାନ୍ତି ଏବଂ ଗାଁ ଲୋକେ ଜାଣିଛନ୍ତି ସ୍ତ୍ରୀ ଜଣକ କିଭଳି ଭାବେ ପରପୁରୁଷ ସହ ସମ୍ପର୍କ ରଖୁଥିଲେ | ଆଉ ଯାହାକୁ ନେଇ ସ୍ୱାମୀ ସବୁବେଳେ ଚିନ୍ତାରେ ରହୁଥିଲେ ଏବଂ ଏହାକୁ ନେଇ ଗାଁ ଲୋକେ ରାଗିଯାଇ ମର ଶରୀରକୁ ପୋଡ଼ିବାକୁ ଦେଉନାହାନ୍ତି | ଫଳରେ ଚାରିରୁ ପାଞ୍ଚଦିନ କାଳ ଶବ ପଡିରହିଥିବାରୁ ଦୁର୍ଗନ୍ଧ ମଧ୍ୟ ବାହାରୁଛି |
କିନ୍ତୁ ସ୍ତ୍ରୀ ଜଣକ କିଛି ଭିନ୍ନ ମତ ଦେଇଛନ୍ତି | ସ୍ୱାମୀ କୁଆଡେ ଋଣ ଟଙ୍କା ଆଣିଥିଲେ ଏବଂ ସେଇ ଚିନ୍ତାରେ ବିଷ ପିଇ ଜୀବନ ହାରିଦେଇଛନ୍ତି | ସ୍ତ୍ରୀ କହିଛନ୍ତି ଯେ ମୋ ସ୍ୱାମୀ ମତେ ବାଡେଇ ପିଟି ବିଷ ଖାଇ ମରିଛି | କିନ୍ତୁ ମୋ ଉପରେ ଦୋଷ ଲଦି ଦିଆଯାଉଛି ଯେ ମୁଁ କୁଆଡେ ପରପୁରୁଷ ସହିତ ସମ୍ପର୍କ ରଖିଛି |
ଘଟଣାଟି କେନ୍ଦ୍ରାପଡା ଜିଲ୍ଲା ମହାକାଳପାଳ ବ୍ଲକର ଗୋଟିଏ ଗାଁରେ ଦେଖିବାକୁ ମିଳିଛି | ଯବୁ ଗାଁର ରାମକୃଷ୍ଣ ମଣ୍ଡଳ ୨୦୧୬ ମସିହାରେ ସେହି ଗ୍ରାମର ଝିଙ୍କି ନାମକ ଯୁବତୀଙ୍କୁ ବିବାହ କରିଥିଲେ | ୭ଜନ୍ମ ପାଇଁ ଏକାଠି ରହିବେ ବୋଲି କହି ପ୍ରେମ ବିବାହ କରିଥିଲେ | କିନ୍ତୁ ସ୍ତ୍ରୀ ଏମିତି ଦିନେ ଧୋକା ଦେବେ, ସେ କେବେ ସ୍ୱପ୍ନରେ ମଧ୍ୟ ଭାବିନଥିଲେ | ଯେତେବେଳେ ସେ ନିଜ ସ୍ତ୍ରୀର କଳା କାରନାମା ଜାଣିଲେ, ସେତେବେଳେ ତାଙ୍କ ସ୍ତ୍ରୀ ଓ ସେହି ଅନ୍ୟ ଲୋକ ମିଶି ରାମକୃଷ୍ଣଙ୍କୁ ଜୀବନରୁ ମାରିଦେଲେ | ଯାହାକୁ ନେଇ ଗାଁରେ ଏବେ ଚାପ ଉତ୍ତେଜନା ଦେଖିବାକୁ ମିଳିଛି | ଗାଁ ଲୋକେ ରାମକୃଷ୍ଣଙ୍କୁ ନ୍ୟାୟ ଦେବାକୁ ପୋଲିସଠାରେ ଦାବି କରିଛନ୍ତି |