ଏତେଶୀଘ୍ର ହେବନି କଳିଯୁଗର ଅନ୍ତ, ନେମାଳ ମହାକଳ୍ପବଟରେ ପୁଣି କଅଁଳିଲା ପତ୍ର

0

Get real time updates directly on you device, subscribe now.

କଳିଯୁଗର ଅନ୍ତ ହେବନାହିଁ ଏବଂ ଉଦ୍ଭିଦ ବିଜ୍ଞାନୀଙ୍କ କଥା ସତ ହୋଇଛି | ନେମାଳର ବଟବୃକ୍ଷରେ ପୁଣି ପତ୍ର କଅଁଳିଲା | ବର୍ତ୍ତମାନ ସୋସିଆଲ ମିଡିଆରେ ପୂର୍ବରୁ ପତ୍ରଝଡ଼ା ଦେଇଥିବା ନେମାଳର ବଟବୃକ୍ଷ ଏବଂ ବର୍ତ୍ତମାନର ସବୁଜ ପତ୍ରରେ ଭରି ରହିଥିବା ବଟବୃକ୍ଷର ଫଟୋ ଭାଇରଲ ହେଉଛି | ଯେବେଳେ ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ପୀଠରେ ଗଛରୁ ପତ୍ରଝଡ଼ା ଦେଇଥିଲା, ସେତେବେଳେ ସ୍ଥାନୀୟ ଲୋକେ କହିଥିଲେ ଯେ କଳିଯୁଗର ଅନ୍ତ ହେବାକୁ ଯାଉଛି ଏବଂ ଇଏ ହେଉଛି ତାର ପୂର୍ବ ସଂକେତ |

ଏକାଥରକେ ସବୁ ବଟବୃକ୍ଷରୁ ପତ୍ରଝଡ଼ା ଦେବା କୌଣସି ଛୋଟ କଥା ନୁହେଁ | ଏ ଦୃଶ୍ୟ କିଛି ବିପଦ ଆଡକୁ ସଂକେତ କରୁଛି | ହେଲେ ଉଦ୍ଭିଦ ବିଜ୍ଞାନୀ କହିଥିଲେ ଯେ ଏହା ରୋଗ ପୋକ କାରଣରୁ ହିଁ ପତ୍ରଝଡ଼ା ଦେଇଛି | ସ୍ଥାନୀୟ ଲୋକଙ୍କ କଥା ଉପରେ ଉଦ୍ଭିଦ ବିଜ୍ଞାନୀ ବିଶ୍ୱାସ ମଧ୍ୟ କରିନଥିଲେ | ଆଉ କହିଥିଲେ ଯେ ଏଥିରେ କୌଣସି ଭୟ କରିବାର ନାହିଁ ଏବଂ ଔଷଧ ଛିଞ୍ଚନ ହୋଇଛି, ପତ୍ର ପୁଣିଥରେ କଅଁଳିବ |

ତେବେ ନେମାଳ ମଠରେ ଏପରି ଆଗରୁ କେବେ ହେଲେ ହୋଇନଥିଲା | ସେଥିପାଇଁ ଲୋକମାନେ ଏପରି ପତ୍ରଝଡ଼ା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ | କାରଣ ଏକାଥରକେ ଅନେକ ବଟବୃକ୍ଷରୁ ପତ୍ର ଝଡି ଯାଇଥିଲା ଏବଂ ବଟବୃକ୍ଷଗୁଡିକ ପୁରା ଥୁଣ୍ଟା ପାଲଟି ଯାଇଥିଲା | ଏହାକୁ ନେଇ ସ୍ଥାନୀୟ ଲୋକମାନେ ବିଭିନ୍ନ ପ୍ରକାରର ନକାରାତ୍ମକ ଚିନ୍ତା କରିଥିଲେ | ହେଲେ ଏବେ ଯେତେବେଳେ ପତ୍ର କଅଁଳିଛି, ଭକ୍ତମାନେ କହିଛନ୍ତି ଯେ ସବୁ ସେଇ ପ୍ରଭୁଙ୍କର ଲୀଳା | କିନ୍ତୁ କିଛି ବ୍ରାହ୍ମଣ ଏବଂ ମନ୍ଦିରର ସେବାୟତ କହିଛନ୍ତି ଯେ ପ୍ରାକୃତିକ ବିପର୍ଯ୍ୟୟ କାରଣରୁ ଏପରି ବେଳେବେଳେ ହୋଇଥାଏ | ରୋଗ ପୋକ କାରଣରୁ ପତ୍ର ଝାଡିଥିଲା ଓ ଏବେ ଔଷଧ ସିଞ୍ଚନ ହେବାପରେ ଗଛରେ ପୁଣିଥରେ ପତ୍ର କଅଁଳିଛି | ଲୋକମାନେ ଯେଉଁ କଳିଯୁଗ ଅନ୍ତ ହେବା କଥା କହୁଥିଲେ, ତାହା ଏକ ପ୍ରକାରର ଗୁଜବ ଥିଲା |

ତେବେ ମନ୍ଦିରର ସେବାୟତମାନେ କହିଛନ୍ତି ଯେ ଯେତେବେଳେ ବର୍ଷା ଅଧିକ ହେଲା, ସେତେବେଳେ ଅଜଣା ପୋକ ଭଳି ଆସି ସବୁ ପତ୍ର ନଷ୍ଟ କରିଦେଇଥିଲେ | କିନ୍ତୁ ଏହାକୁ ନେଇ କୌଣସି ପ୍ରକାରର ଭୟ କରିବାର ନାହିଁ | ବିଭିନ୍ନ ପ୍ରକରର ଲୋକ ତାକୁ ଗୁଜବ ସୃଷ୍ଟି କରି ଜନସାଧାରଣଙ୍କ ଭିତରେ ଭୟ ସୃଷ୍ଟି କରାଇଥିଲେ | ଏହି ଘଟଣା ପରେ ଭକ୍ତମାନେ ମନ୍ଦିରକୁ ଆସିବା ବନ୍ଦ କରିଦେଇଥିଲେ | ସେଥିପାଇଁ ମନ୍ଦିର ପ୍ରଶାସନ ପୁଣିଥରେ ଗୁହାରି କରିଛନ୍ତି ଯେ ଯେଉଁଭଳି ଭାବେ ପୂର୍ବରୁ ଆସି ଭଗବାନଙ୍କୁ ଭକ୍ତମାନେ ଦର୍ଶନ କରୁଥିଲେ, ଏବେ ସେମିତି ଆସି ଭଗବାନଙ୍କ ଆଶିଷ ନିଅନ୍ତୁ |

Leave A Reply

Your email address will not be published.