ଲେଡି ବ୍ଲାକମେଲର ଅର୍ଚ୍ଚନାଙ୍କୁ ସୁରକ୍ଷା ଦେଉଥିଲେ ଜଣେ ଲେଡୀ ଇନସ୍ପେକ୍ଟର

0

Get real time updates directly on you device, subscribe now.

ଦର୍ଶକ ବନ୍ଧୁ ଏବେ ଭୁବନେଶ୍ବର ଲେଡି ବ୍ଲାକ ମେଲର ଅର୍ଚ୍ଚନା ନାଗଙ୍କୁ ନେଇ ସାରା ଓଡିଶାରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ଦିନ ଯେତେ ଗଡି ଗଡି ଯାଉଛି ମାୟାବିନି ଅର୍ଚ୍ଚନାର ନୂଆ ନୂଆ ଠିକଣା ସବୁ ସାମ୍ନାକୁ ଆସୁଛି । ମାୟାବିନି ଅର୍ଚ୍ଚନା କେଉଁଠି କଣ କରୁଥିଲା କାହା ସହିତ କଣ କଥା ହେଉଥିଲାକାହାକୁ କେଉଁ କାମରେ ଲଗାଉ ଥିଲା ଏ ସବୁ ଗୋଟି ଗୋଟି କରି ତଥ୍ୟ ଏବେ ସାମ୍ନାକୁ ଆସିବାରେ ଲାଗିଛି ଯେମିତି ଭାନୁମତୀର ପେଡି ଖୋଲୁଚି ।ଦର୍ଶକ ବନ୍ଧୁ ଆମେ ଆଜି ଆପଣ ମାନଙ୍କୁ ଆଉ ଏକ ନୂଆ ତଥ୍ୟ ଦେବା ପାଇଁ ଯାଉଛୁ । ପାଞ୍ଚ ବର୍ଷ ତଳେ ଜଣେ ଫିଲ୍ମ ପ୍ରଯୋଜକ ଙ୍କ ନାଁ ରେ ଆସିଥିଲା କାଷ୍ଟିଂ କାଉଚ୍ ର ଅଭିଯୋଗ । ଥାନା ରେ ମହିଳା ଙ୍କ ବୟାନ ମଧ୍ୟ ରେକର୍ଡ ହେଉଥିଲା ।

ଦର୍ଶକ ବନ୍ଧୁ ଏବେ ଭୁବନେଶ୍ବର ଲେଡି ବ୍ଲାକ ମେଲର ଅର୍ଚ୍ଚନା ନାଗଙ୍କୁ ନେଇ ସାରା ଓଡିଶାରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ଦିନ ଯେତେ ଗଡି ଗଡି ଯାଉଛି ମାୟାବିନି ଅର୍ଚ୍ଚନାର ନୂଆ ନୂଆ ଠିକଣା ସବୁ ସାମ୍ନାକୁ ଆସୁଛି । ମାୟାବିନି ଅର୍ଚ୍ଚନା କେଉଁଠି କଣ କରୁଥିଲା କାହା ସହିତ କଣ କଥା ହେଉଥିଲା କାହାକୁ କେଉଁ କାମରେ ଲଗାଉ ଥିଲା ଏ ସବୁ ଗୋଟି ଗୋଟି କରି ତଥ୍ୟ ଏବେ ସାମ୍ନାକୁ ଆସିବାରେ ଲାଗିଛି ଯେମିତି ଭାନୁମତୀର ପେଡି ଖୋଲୁଚି ।ପାଞ୍ଚ ବର୍ଷ ତଳେ ଜଣେ ଫିଲ୍ମ ପ୍ରଯୋଜକ ଙ୍କ ନାଁ ରେ ଆସିଥିଲା କାଷ୍ଟିଂ କାଉଚ୍ ର ଅଭିଯୋଗ ।

ଥାନାରେ ମହିଳାଙ୍କ ବୟାନ ମଧ୍ୟ ରେକର୍ଡ ହେଉଥିଲା । କିନ୍ତୁ ମିଡିଆ କ୍ୟାମେରା ହଟିବା ମାତ୍ରେ ବେଶ ଚୁପଚାପ ମାମଲାକୁ ରଫାଦଫା କରିଦିଆ ଯାଇଥିବା ଚର୍ଚ୍ଚା ହେଉଛି । ଏ ହେଉଛନ୍ତି ସେହି ପ୍ରଯୋଜକ ଯାହାଙ୍କ ବରମୁଣ୍ଡା ସୌଭାଗ୍ୟନଗର ଅଞ୍ଚଳରେ ୨୨/a ଘରେ ଭଡ଼ା ରେ ନାଗୁଣି ଅର୍ଚ୍ଚନା ଓ ବ୍ଲ-ଆକ୍‌ -ମେଲର ଶ୍ରଦ୍ଧାଞ୍ଜଳି ରହୁଥିବା ଏଫଆଇଆର କପିରୁ ଜଣା ପଡିଛି ।ଅର୍ଚ୍ଚନାଙ୍କ ମାୟାଜାଲରେ ମୋହରା ସାଜିଥିବା ଶ୍ରଦ୍ଧାଞ୍ଜଳି ବି ଫିଲ୍ମରେ କାମ କରିବାକୁ ଇଚ୍ଛା କରୁଥିଲେ । ଯେଉଁଥିପାଇଁ ପୁରା ରାଜଧାନୀ ବୁଲିବୁଲି ଠିକ ସେହି ପ୍ରଯୋଜକଙ୍କ ଘରେ ହିଁ ଭଡ଼ା ନେଇଥିଲେ ।

ଏବେବି ସେହି ଭଡ଼ା ଘରେ ଯୁବକ ଯୁବତୀଙ୍କ ମେଳି ଜମୁଥିବା ଅଭିଯୋଗ ହୋଇଛି । ନାଗ ଦମ୍ପତ୍ତିଙ୍କ ବ୍ଲ-ଆକ୍‌ -ମେଲ ସାମ୍ରାଜ୍ୟରେ ଉକ୍ତ ପ୍ରଯୋଜକଙ୍କ ଲିଙ୍କକୁ ନେଇ ଖଣ୍ଡଗିରି ଥାନା ପୋଲିସ ତାଙ୍କୁ ପଚରାଉଚରା ମଧ୍ୟ କରିସାରିଛି ।ଭଡ଼ା ରେ ଥିବା ଅର୍ଚ୍ଚନା ତାଙ୍କ ବିରୋଧରେ ଆଣିଥିଲେ ଅସଦାଚରଣ ର ଅଭିଯୋଗ ଏବଂ ସେହି ପ୍ରଯୋଜକଙ୍କୁ ଜଣେ ଲେଡି ଇନ୍ସପେକ୍ଟର ସୁରକ୍ଷା ଦେଉଥିବାର ଚର୍ଚ୍ଚା ହେଉଛି । ଯାହାଙ୍କର ନୟାଗଡ଼ ଜିଲ୍ଲା ସହିତ ଲିଙ୍କ ରହିଛି । ଶ୍ରଦ୍ଧାଞ୍ଜଳି ତାଙ୍କ ଏଫଆଇଆର୍ କପି ରେ ଜଣେ ନୟାଗଡ଼ ର ବ୍ୟକ୍ତି ତାଙ୍କ ଗ୍ରାହକ ସାଜିଥିବା ଉଲ୍ଲେଖ କରିଥିଲେ ।

Leave A Reply

Your email address will not be published.