ଅର୍ଚ୍ଚନାକୁ ନେଇ ସୁର ରାଉତଙ୍କର ବଡ ବୟାନ : ପୁରୀରେ ତ ଅଠର ନଳା, କିନ୍ତୁ ଏଠି କେତେ ନଳା ? କେତେ ନେତା ମନ୍ତ୍ରୀ ପଶିଛନ୍ତି,ମାନିବାକୁ ପଡିବ ଅର୍ଚ୍ଚନାକୁ ….

0

Get real time updates directly on you device, subscribe now.

ବନ୍ଧୁଗଣ ଆପଣ ମାନେ ଜାଣିଥିବେ ରାଜଧାନୀରେ ବଡ ବଡ଼ିଆ ଙ୍କୁ ପ୍ରେମ ଜାଲରେ ଫସାଇ କୋଟି କୋଟି ଟଙ୍କା ରୋଜଗାର କରୁଥିଲେ ଅର୍ଚ୍ଚନା ନାଗ । ଯାହାକି ଏବେ ପୋଲିସ ହାତରେ ଧରା ପଡିଲା ପରେ ସବୁ ଘଟଣା ଏବେ ସାମ୍ନାକୁ ଆସୁଛି । ଆପଣ ମାନେ ଜାଣିଥିବେ କି ବର୍ତ୍ତମାନ ସମୟରେ ଏକ ରାଜ ପ୍ରସାଦ ଭଳି ଘର ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହେବାରେ ଲାଗୁଛି ।ତାହା ହେଉଛି ଅର୍ଚ୍ଚନାଙ୍କ ଭୁବନେଶ୍ଵରରେ ଥିବା ଘର ।

ଅର୍ଚ୍ଚନାଙ୍କ ଶାଶୁଘର ହେଉଛି ଭଙ୍ଗା ଆଜେବେଷ୍ଟ ଘର ଯେଉଁଥିପାଇଁ ରହିବାକୁ ମନା କରି ଦେଇଥିଲେ ଆଉ ଭୁବନେଶ୍ଵରରେ ତାଙ୍କ ଲୀଳା ଆରମ୍ଭ କରି ଦେଇ ଥିଲେ । ତେବେ ଅର୍ଚ୍ଚନାକୁ ତାଙ୍କ କାମରେ ସାହାଯ୍ୟ କରୁଥିବା ତାଙ୍କ ସ୍ବାମି ଜଗବନ୍ଧୁ ଚାନ୍ଦ ଏବେ ଫେରାର ଅଛନ୍ତି । ଏନେଇ ବହୁତ କଥା ଆସୁଛି ଅର୍ଚ୍ଚନା ନାଗଙ୍କ ବିଷୟରେ । ଯାହା ଆପଣ ମାନେ ବି ଜାଣିଥିବେ ସେ ସବୁ ବଡ଼ ବଡ଼ିଆ ବ୍ୟକ୍ତିଙ୍କୁ ନିଜ ପ୍ରେମରେ ଫସେଇ ବହୁତ ସାରା ଧନ ଲୁଟିଛନ୍ତି । ତେବେ ଏନେଇ କଂଗ୍ରେସ ନେତା ସୁର ରାଓତରାୟ ତାଙ୍କର କଣ ପ୍ରତିକ୍ରିୟା ରଖିଛନ୍ତି ଆସନ୍ତୁ ଜାଣିବା ।

ବନ୍ଧୁଗଣ ସୁର ରାଓତରାୟ କହିଛନ୍ତି ଏମିତି ସବୁ କରିବା ଦ୍ବାରା ଓଡିଶା ବଦନାମ ହେଇ ଯାଉଛି । କିଏ କଣ କାଉଠି କରିଥିବ କିଏ କହିବ ଅଠର ନଳା ପୁରୀରେ । ସେଥି ଏତେ ନଳା କିଏ କେତେବେଳେ କେଉଁଠି ବୁଡ଼ିକି ବାହାରୁଛି ମୁଁ କେମିତି କହିବି । ବିଧାୟକ ମାନେ ଏତେ କଳଙ୍କିତ ସମାଜ କରିବା ଠିକନୁହଁ । ଅର୍ଚ୍ଚନା ନାଗ ଯେଉଁପରି ଜାଲ ବିଛେଇଛନ୍ତି ବହୁତ ନେତା ବହୁତ ଅଫିସରଙ୍କ ନାଁ ଆସୁଛି ସେ କଂଗ୍ରେସ ନାଁ ଆସୁ କି ସୁର ରାଓତରାୟଙ୍କ ପୁଅ ନାଁ ଆସୁ କି ବିଜେପି କି ବିଜେଡି ନାଁ ଆସୁ କିମ୍ବା ସେ କଉ ବଡ଼ ଅଫିସରଙ୍କ ନାଁ ଆସୁ ସେଥିପାଇଁ ଏକ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ।

ଏଥିରେ କ୍ରାଇମ୍ ଇନକ୍ୟୁଆରି କରାଯାଉ ଆଉ ଯିଏ ବି ମିଶିଥିବ ତାକୁ ଆରେଷ୍ଟ୍ କରାଯାଉ।ଏଥିରେ ସେ ଯିଏ ବି ହେଉ ନିଜେ ସୁର ରାଓତରାୟ ହୁଅନ୍ତୁ କି ତାଙ୍କ ପୁଅ କିମ୍ବା କେଉଁ ବରିଷ୍ଠ ଲୋକ ହେଉ ବାସ ତାଙ୍କୁ ଦଣ୍ଡ ମିଳିବା ଦରକାର । ଏମିତି ନକଲେ ଓଡିଶା ପୁରା ନିନ୍ଦିତ ବା କଳଙ୍କିତ ହେଇଯାଉଛି । ତେଣୁ ଓଡିଶାକୁ ଆଉ ବଦନାମ୍ କରାନଯାଉ । ଏମିତି କିଛି କହିଥିବାର ନଜରରେ ଆସିଛନ୍ତି ସୁର ରାଓତରାୟ ଯାହା ଏବେ ବହୁତ ଭାଇରାଲ୍ ହେବାକୁ ଲାଗୁଛି ସୋସିଆଲ୍ ମିଡ଼ିଆରେ ।

Leave A Reply

Your email address will not be published.